Women health concern:ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର ଅଣଦେଖା କଲେ ଅସୁବିଧାରେ ପଡିବେ ମହିଳା
Advertisement

Women health concern:ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର ଅଣଦେଖା କଲେ ଅସୁବିଧାରେ ପଡିବେ ମହିଳା

ମହିଳା ମାନଙ୍କୁ ସେମାନଙ୍କ ଦୈନନ୍ଦୀନ ଜୀବନରେ ଅନେକ କାମ କରିବାକୁ ପଡ଼େ । ଅନେକ ସମୟରେ ମହିଳାମାନେ କାମ ସାରିବା ଚକ୍କରରେ ନିଜକୁ ଅବହେଳା କରନ୍ତି ବା ନିଜ ସ୍ବାସ୍ଥ୍ୟ ପ୍ରତି ବିଲକୁଲ୍ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଏଭଳି କରିବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ଆଣିପାରେ । ଅଧିକାଂଶ ସମୟରେ ମହିଳାମାନେ ଘର ଏବ

SOCIAL MEDIA

Women health concern:

ମହିଳା ମାନଙ୍କୁ ସେମାନଙ୍କ ଦୈନନ୍ଦୀନ ଜୀବନରେ ଅନେକ କାମ କରିବାକୁ ପଡ଼େ । ଅନେକ ସମୟରେ ମହିଳାମାନେ କାମ ସାରିବା ଚକ୍କରରେ ନିଜକୁ ଅବହେଳା କରନ୍ତି ବା ନିଜ ସ୍ବାସ୍ଥ୍ୟ ପ୍ରତି ବିଲକୁଲ୍ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଏଭଳି କରିବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ଆଣିପାରେ ।

ଅଧିକାଂଶ ସମୟରେ ମହିଳାମାନେ ଘର ଏବଂ ବାହାର କାମରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ନିଜର ଯତ୍ନ ନେବା ପାଇଁ ସେମାନଙ୍କ ପାଖରେ ସମୟ ନଥାଏ । ଆଉ ଏହିଭଳି ଅବହେଳା ପାଇଁ ଅନେକ ସମୟରେ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ । ସେଥିପାଇଁ ମହିଳା ମାନେ ନିଜକୁ କେବେହେଲେ ଅବହେଳା କରିବା ଉଚିତ୍ ନୁହେଁ । ଆମେ ଆଜି ଆପଣଙ୍କୁ ଏମିତି କିଛି ଳକ୍ଷଣ ବା ସଙ୍କେତ ବିଷୟରେ କହିବୁ ଯାହା ମହିଳା ମାନଙ୍କ କ୍ଷେତ୍ରରେ ଦେଖାଗଲେ ବିଲକୁଲ ଅବହେଳା କରିବେ ନାହିଁ । ନହେଲେ ଆଗକୁ ଗମ୍ଭୀର ସମସ୍ୟା ହୋଇପାରେ । ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡ଼ିକ କଣ ?

ହଠାତ୍ ଦୁର୍ବଳ ଲାଗିବା

ହଠାତ୍ ଦୁର୍ବଳ ଲାଗିବା ଷ୍ଟ୍ରୋକ ଆଡ଼କୁ ସଂକେତ ଦେଇଥାଇପାରେ । ଏହାର ଆହୁରି କିଛି ଲକ୍ଷଣ ମଧ୍ୟ ରହିଛି । ହଠାତ୍ ଦ୍ବନ୍ଦରେ ପଡ଼ିବା, ପାଟି ଥଙ୍ଗେଇବା, ଧୂଆଁ ଧୂଆଁ ଦେଖାଯିବା ଏବଂ ଚାଲିବାରେ ସମସ୍ୟା ହେବା ।

ନିଶ୍ବାସ ପ୍ରଶ୍ବାସ ନେବାରେ ବାରମ୍ବାର ସମସ୍ୟା ହେବା

ଯେତେବେଳେ ଆମ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳେ ନାହିଁ ସେତେବେଳେ ପ୍ରଶ୍ବାସ ନେବାରେ ସମସ୍ୟା ହୁଏ । ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ କ୍ଷେତ୍ରରେ ସାଇଲେଣ୍ଟ ହୃଦଘାତର ଆଶଙ୍କା ଅଧିକ ଥାଏ । ଯାହାର ଦୁଇଟି ମୁଖ୍ୟ ଲକ୍ଷଣ । ଗୋଟିଏ ଅଧିକ ଦୁର୍ବଳ ଲାଗିବା ଏବଂ ଅନ୍ୟଟି ପ୍ରଶ୍ବାସ ନେବାରେ କଷ୍ଟ ହେବା । ଏନିମିଆ ଏବଂ ଫୁସଫୁସରେ ସମସ୍ୟା ଥିଲେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୁଏ ।

ଛାତି ଦରଜ ହେବା

ଛାତିରେ ଯନ୍ତ୍ରଣା ହେବା, ହୃଦସ୍ପନ୍ଦନ ବଢ଼ିବା, ବାହୁ, କାନ୍ଧ ଏବଂ ଥୋଡ଼ି ଦରଜ ହେବା ସହ ପ୍ରଶ୍ବାସ ନେବାରେ ସମସ୍ୟା ହୁଏ ତାହେଲେ ତାହା ହୃଦରୋଗ ଆଡ଼କୁ ସଙ୍କେତ ଦେଇଥାଏ ।

ଦେଖିବାରେ ସମସ୍ୟା

ବୟସ ବଢ଼ିବା ସହିତ ଆଖିର ଦୃଷ୍ଟିଶକ୍ତି ମଧ୍ୟ କମି କମି ଆସେ । କିନ୍ତୁ ଯଦି ହଠାତ୍ ଆପଣଙ୍କୁ ଦୁଇଟି ଆଖିରେ ଦେଖିବା ପାଇଁ ସମସ୍ୟା ହେଉଛି ତାହେଲେ ଏହା ଷ୍ଟ୍ରୋକର ସଂକେତ । ଏହାସହ ମାଇଗ୍ରେନରେ ପୀଡ଼ିତ ଲୋକଙ୍କୁ ରଙ୍ଗୀନ ଆଭାର ଅନୁଭବ ହୋଇଥାଏ । ଏହା ସଙ୍କେତ ଦେଇଥାଏ ଯେ ଆଖିର ରେଟିନା ଫାଟି ଯାଇଥାଇପାରେ କିମ୍ବା ଅଲଗା ହୋଇଯାଇଥାଇପାରେ । ତୁରନ୍ତ ଏହାର ସମାଧାନ ନକଲେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ମଧ୍ୟ ହରାଇ ପାରନ୍ତି ।

ଓଜନରେ ହଠାତ୍ ପରିବର୍ତ୍ତନ

ବିନା କୌଣସି କାରଣରୁ ଓଜନରେ ହଠାତ୍ ପରିବର୍ତ୍ତନ ଆସିବା କିଛି ଗମ୍ଭୀର ସମସ୍ୟା ଆଡ଼କୁ ସଂକେତ ଦେଇଥାଏ । ଅନେକ ସମୟରେ ଥାଇରଏଡ଼୍, ଡ଼ାଇବେଟିକ, ସାଇକୋଲୋଜିକାଲ ଡ଼ିଜଅର୍ଡ଼ର, ଲିଭର ଡ଼ିଜିଜ୍ ଏବଂ କ୍ୟାନ୍ସର କାରଣରୁ ମଧ୍ୟ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼େ । ତେବେ ଯଦି ଓଜନ ବଢ଼ୁଛି ତାହେଲେ ଥାଇରଏଡ଼୍ ବଢ଼ୁଛି ନହେଲେ କମୁଛି, ଡ଼ିପ୍ରେସନ ଏବଂ ମେଟାବୋଲିଜିମ୍ କମ୍ ହେବା ଆଡ଼କୁ ମଧ୍ୟ ଇସାରା କରିପାରେ ।

ସ୍ତନରେ ଗଣ୍ଠି ଆସିବା

ଅନେକ ସମୟରେ ସ୍ତନରେ ଗଣ୍ଠି ଆସିବା ସାଧାରଣ କଥା ହୋଇଥାଏ କିନ୍ତୁ ଯଦି ସ୍ତନର ରଙ୍ଗ ସହ ନିପଲର ମଧ୍ୟ ରଙ୍ଗରେ ପରିବର୍ତ୍ତନ ଆସୁଛି ତାହେଲେ ଡ଼ାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ଏହା ସ୍ତନ କର୍କଟର ସଙ୍କେତ ହୋଇଥାଏ ।

ଅଧିକ ଚିନ୍ତା ଏବଂ ଏନଜାଇଟି

ପ୍ରତ୍ୟେକ ବ୍ୟକ୍ତିର ଚିନ୍ତା ଅଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଏହାକୁ ଅଣଦେଖା କରିବେ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଚିନ୍ତା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଆପଣଙ୍କ ପାଇଁ ଏହାକୁ ସମ୍ଭାଳିବା କଷ୍ଟ ହୋଇପଡ଼ୁଛି ଏବଂ ଏହାଦ୍ବାରା ଏଥିପାଇଁ ଆପଣଙ୍କୁ କାମରେ ସମସ୍ୟା ହେଉଛି ତାହେଲେ ତୁରନ୍ତ ଡ଼ାକ୍ତରଙ୍କ ପାଖକୁ ଯିବା ଉଚିତ୍ ।

ଋତୁସ୍ରାବରେ ପରିବର୍ତ୍ତନ

ଋତୁସ୍ରାବରେ ଛୋଟ ଛୋଟ ପରିବର୍ତ୍ତନ ହେବା ସାଧାରଣ କଥା କିନ୍ତୁ ଯଦି ଆପଣଙ୍କୁ କିଛି ଅଜବ ଲାଗୁଥାଏ ତାହେଲେ ଡ଼ାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ଯଦି ଆପଣଙ୍କୁ ମେନୋପୋଜ ପରେ ମଧ୍ୟ ବ୍ଲିଡ଼ିଂ ସମସ୍ୟା ହେଉଛି ତାହେଲେ ଡ଼ାକ୍ତରଙ୍କ ସହ ତୁରନ୍ତୁ ଯୋଗାଯୋଗ କରନ୍ତୁ ।