Advertisement
Photo Details/zeeodisha/odisha2600089
photoDetails0hindi

Aajira Panipaga: ପୁଣି ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ଏହି ୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି...

Aajira Panipaga: ପୁଣି ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ଏହି ୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। 

1/6

Aajira Panipaga: ରାଜ୍ୟରେ ଏବେ ଶୀତ ପ୍ରବାହ ଜାରି ରହିଛି। ଆସନ୍ତା ୧୭ ତାରିଖରୁ ରାଜ୍ୟରେ ପୁଣି ଶୀତ ବଢ଼ିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।  ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। 

2/6

ଆଜି କନ୍ଧମାଳ, କୋରାପୁଟ(Koraput) ଓ କଳାହାଣ୍ଡିରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

3/6

ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଦୃଶ୍ୟମାନ୍ୟତା ହ୍ରାସ ପାଇବ।। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି।

4/6
ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ସତର୍କତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

5/6
ସେପଟେ ଆଗାମୀ ୧୭  ତାରିଖରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ନେଇ ଆଲର୍ଟ ଜାରି କରାଯାଇଛି। ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

6/6
ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା(Jharsuguda), ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ(Koraput), ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି।