ଏସିଆ କପ୍ ଓ ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ହିଟ୍ ମ୍ୟାନ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପତ୍ନୀ ରିତିକା ଓ ଝିଅଙ୍କ ସହ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ପହଞ୍ଚି ଭଗବାନଙ୍କ ପୂଜାର୍ଚ୍ଚନା କରିଛନ୍ତି । ରୋହିତ ପରିବାର ସହ ମନ୍ଦିରରେ ପହଞ୍ଚିବା ପରେ ପୂଜକମାନେ ତାଙ୍କୁ ନେଇ ଦର୍ଶନ କରାଇଥିଲେ । ଏହି ସମୟରେ ରୋହିତଙ୍କୁ ଦେଖିବା ଲାଗି ମନ୍ଦିର ଫ୍ୟାନ୍ସମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରୋହିତଙ୍କୁ ହାତ ହଲାଇ ନିଜ ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଥଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.