MP Anubhav Mohanty Reaction On Divorce Case । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି (Anubhab mohanty) ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini)ଙ୍କ ପାରିବାରିକ ବିବାଦର ଏକ ନୂଆ ଦିଗ ସାମ୍ନାକୁ ଆସିଛି । କୋର୍ଟ ନିର୍ଦ୍ଦେଶ ମୁତାବକ ପୁଣିଥରେ ପରିବାର ଅଦାଲତରେ ହାଜର ହୋଇଛନ୍ତି ଉଭୟ ଷ୍ଟାର ଦମ୍ପତ୍ତି । ଅନୁଭବଙ୍କୁ ବର୍ଷା ଛାଡ଼ପତ୍ର ଦେବା ସମ୍ପର୍କରେ ଶେଷ ପ୍ରତିକ୍ରିୟା (Last reaction) କଣ ଦେବେ ସେନେଇ ବର୍ଷାଙ୍କୁ ଶେଷଥର ପାଇଁ ପଚରାଉଚରା କରାଯାଉଛି । ଏଥିପାଇଁ ପୂର୍ବରୁ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଥିଲା । ଉଚ୍ଚ ନ୍ୟାୟାଳୟ ପରିବାର ଅଦାଲତଙ୍କୁ ୩୧ ଜୁଲାଇ ମଧ୍ୟରେ ଏହା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଶେଷ ତାରିଖରେ ବର୍ଷାଙ୍କୁ ୪ ଘଣ୍ଟା ଧରି ଜେରା କରାଯାଇଛି । ବର୍ଷାଙ୍କ ପ୍ରତିକ୍ରିୟା ପରେ ଆସନ୍ତା ଅକ୍ଟୋବର ୧୩ ତାରିଖ ମଧ୍ୟରେ ମାମଲାରେ ଶେଷ ଶୁଣାଣି କରିବା ସହ ମାମଲା ସମାପ୍ତ ହେବ ବୋଲି କୁହାଯାଇଛି ।