ପୁଣି ଆସିପାରେ କୋରୋନା ଲହର, ଓମିକ୍ରନକୁ ନେଇ ଆସିଲା ନୂଆ ଅପଡେଟ
Advertisement

ପୁଣି ଆସିପାରେ କୋରୋନା ଲହର, ଓମିକ୍ରନକୁ ନେଇ ଆସିଲା ନୂଆ ଅପଡେଟ

ପୁଣି ଥରେ ରାଜ୍ୟକୁ ଫେରିପାରେ କୋରୋନା ଲହର। କୋରୋନାର ଓମିକ୍ରନକୁ ନେଇ ଆସିଛି ନୂଆ ଅପଡେଟ। ଓମିକ୍ରନର ନୂଆ ଉପପ୍ରଜାତି ‘ଏକ୍ସ୍‌ବିବି’ ଯୋଗୁଁ କେତେକ ଦେଶରେ ସଦ୍ୟ ସଂକ୍ରମଣ ଲହର୍‌ ଦେଖା ଦେଇପାରେ ବୋଲି ଗୁରୁବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକ ଡକ୍ଟର୍‌ ସୌମ୍ୟା ସ୍ବାମୀନାଥନ।

ପୁଣି ଆସିପାରେ କୋରୋନା ଲହର, ଓମିକ୍ରନକୁ ନେଇ ଆସିଲା ନୂଆ ଅପଡେଟ

ଭୁବନେଶ୍ବର: ପୁଣି ଥରେ ରାଜ୍ୟକୁ ଫେରିପାରେ କୋରୋନା ଲହର (corona wave)। କୋରୋନାର (Corona) ଓମିକ୍ରନକୁ (Omicron) ନେଇ ଆସିଛି ନୂଆ ଅପଡେଟ। ଏହି ଭାଇରସର (Corona Virus) ନୂଆ ଭାରିଆଣ୍ଟ (New variant) ସାମ୍ନାକୁ ଆସିଛି। ଓମିକ୍ରନର (Omicron) ନୂଆ ଉପପ୍ରଜାତି (Sub Variant) ‘ଏକ୍ସ୍‌ବିବି’ ଯୋଗୁଁ କେତେକ ଦେଶରେ ସଦ୍ୟ ସଂକ୍ରମଣ ଲହର୍‌ ଦେଖା ଦେଇପାରେ ବୋଲି ଗୁରୁବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର (World Health Organisation) ମୁଖ୍ୟ ବୈଜ୍ଞାନିକ (Chief Scientiest) ଡକ୍ଟର୍‌ ସୌମ୍ୟା ସ୍ବାମୀନାଥନ୍‌ (Dr Soumya Swaminathan) କହିଛନ୍ତି। କିନ୍ତୁ ଏକ୍ସ୍‌ବିବି ଯେ, ପୂର୍ବରୁ ବାହାରି ଥିବା ଓମିକ୍ରନ୍‌ ଉପପ୍ରଜାତି ଗୁଡ଼ିକ ଅପେକ୍ଷା ଅଧିକ ଭୀଷଣ, ଏ ସଂକ୍ରାନ୍ତରେ କୌଣସି ଦେଶ ଏଯାବତ୍‌ ମତ ଉପସ୍ଥାପନ କରି ନାହାନ୍ତି ବୋଲି ସେ କହିଛନ୍ତି।

ସେପଟେ ଆଜି କୋରୋନା ସଂକ୍ରମଣ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଛି। ସଂକ୍ରମଣ  ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶହେ ତଳେ ରହିଛି। ଗତକାଲି ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।

ଏଥିମଧ୍ୟରେ ୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୬ଟି ଜିଲ୍ଲାରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସେପଟେ ଏହି ନୂଆ ପ୍ରଜାତିର ଭାଇରସ ଶରୀର ପ୍ରତି କେତେ ମାତ୍ରାରେ କ୍ଷତିକାରକ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହା ଉପରେ ଅନୁଧ୍ୟାନ ଚାଲିଛି। ଏହା ପୂର୍ବରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ପୂର୍ବଭଳି ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତାକୁ ଧ୍ୟାନରେ ରଖିବାକୁ ହେବ। 

ସୂଚନାଯୋଗ୍ୟ କୋରୋନା ମହାମାରୀ ଓମିକ୍ରନ ବି2 ଭାରିଆଣ୍ଟ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇଥିଲା। ଯଦିଓ କୋରୋନାର ଦ୍ୱିତୀୟ ଲହର ତୁଳନାରେ କମ ଜୀବନ ନେଇଥିଲା, କିନ୍ତୁ ଅଧିକମାତ୍ରାରେ ବ୍ୟାପିଥିଲା। ଏହି ଭାରିଆଣ୍ଟରେ ଲୋକମାନେ ବହୁଳ ମାତ୍ରାରେ ସଂକ୍ରମିତ ହୋଇଥିଲେ। ତେବେ ସଠିକ ଚିକିତ୍ସା ଓ କଟକଣା ମଧ୍ୟରେ ରହି ଅଧିକାଂଶ ଲୋକମାନେ ସୁସ୍ଥ ହୋଇଛନ୍ତି। 

ଅଧିକ ପଢନ୍ତୁ: ଦିଗ ବଦଳାଇବ ସିତ୍ରାଙ୍ଗ, ଓଡ଼ିଶା ନୁହେଁ ଏହି ରାଜ୍ୟରେ ଛୁଇଁପାରେ ସ୍ଥଳଭାଗ

ଅଧିକ ପଢନ୍ତୁ: T20 World Cup 2022: ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

ଅଧିକ ପଢନ୍ତୁ: WI vs IRE: ଟି-୨୦ ବିଶ୍ୱକପରେ ବଡ ଓଲଟଫେର; ଟୁର୍ଣ୍ଣାମେଣ୍ଟ ବିଦା ହେଲା ଡିଫେଣ୍ଡିଂ ଚାମ୍ପିଅନ ଓ୍ୱେଷ୍ଟ ଇଣ୍ଡିଜ