Train accident: ଯାତ୍ରୀବାହୀ ଟ୍ରେନକୁ ପଛପଟୁ ପିଟିଲା ମାଲବାହୀ ଟ୍ରେନ୍, ଅନେକ ମୃତ, ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ
Advertisement
Article Detail0/zeeodisha/odisha2295873

Train accident: ଯାତ୍ରୀବାହୀ ଟ୍ରେନକୁ ପଛପଟୁ ପିଟିଲା ମାଲବାହୀ ଟ୍ରେନ୍, ଅନେକ ମୃତ, ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

Train accident: ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ପଛରୁ ଠିଆ ହୋଇଥିବା କାଞ୍ଚନଜଙ୍ଗା ନାମକ ଯାତ୍ରୀବାହୀ ଟ୍ରେନକୁ ଏକମାଲବାହୀ ଟ୍ରେନ୍ ଧକ୍କା ଦେଇଛି। ଏହି ଘଟଣାରେ ଟ୍ରେନର ପଛ ତିନୋଟି ବଗି ନଷ୍ଟ ହୋଇଯାଇଥିଲା। ଏହି ଦୁର୍ଘଟଣାରେ କିଛି ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Train accident: ଯାତ୍ରୀବାହୀ ଟ୍ରେନକୁ ପଛପଟୁ ପିଟିଲା ମାଲବାହୀ ଟ୍ରେନ୍, ଅନେକ ମୃତ, ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

Train accident: ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଦାର୍ଜିଲିଂ ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ନାମକ ଏକ ମାଲବାହି ଟ୍ରେନ୍ ଦ୍ୱାରା ଧକ୍କା ହୋଇ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ପଛରୁ ଠିଆ ହୋଇଥିବା କାଞ୍ଚନଜଙ୍ଗା ନାମକ ଯାତ୍ରୀବାହୀ ଟ୍ରେନକୁ ଏକମାଲବାହୀ ଟ୍ରେନ୍ ଧକ୍କା ଦେଇଛି। ଏହି ଘଟଣାରେ ଟ୍ରେନର ପଛ ତିନୋଟି ବଗି ନଷ୍ଟ ହୋଇଯାଇଥିଲା। ଏହି ଦୁର୍ଘଟଣାରେ କିଛି ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ ରଙ୍ଗାପାନି ଏବଂ ନ୍ୟୁ ଜଳପାଇଗୁଡ଼ି ମଧ୍ୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହା ସିଲଦାକୁ ଯାଉଥିଲା। ଟ୍ରେନଟି ନ୍ୟୁ ଜଳପାଇଗୁଡ଼ି ସମ୍ମୁଖରେ ଠିଆ ହୋଇଥିବା ବେଳେ ପଛରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଦ୍ରୁତ ଗତିରେ ଟ୍ରେନକୁ ଧକ୍କା ଦେଇଥିଲା।

ସୂଚନା ପାଇବା ପରେ ପୋଲିସ, ରେଳ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାକରୁ ବଗି ହଟାଇ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କାଞ୍ଚନଜଙ୍ଗାର ତିନୋଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ରଙ୍ଗାପାନି ଏବଂ ନ୍ୟୁ ଜଳପାଇଗୁଡ଼ି ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ଜଣେ ଅଧିକାରୀ କହିଛନ୍ତି ଯେ ଟ୍ରାକ ଏବଂ ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଉଛି।ଟ୍ରେନ୍ ଦୁର୍ଘଟଣା କିପରି ହେଲା? ଏହାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଲୋକୋ ପାଇଲଟଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛନ୍ତି। ସାମଗ୍ରୀ ଟ୍ରେନର ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିବା କୁହାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏନେଇ ଦୁଃଖ ପ୍ରକାଶ କରିଛନ୍ତି।