UPSCର ଚେୟାରମ୍ୟାନ ଦେଲେ ଇସ୍ତଫା, ରହିଛି କି ପୂଜା ଖେଡକର ବିବାଦ ସହିତ ଲିଙ୍କ ?
Advertisement
Article Detail0/zeeodisha/odisha2344796

UPSCର ଚେୟାରମ୍ୟାନ ଦେଲେ ଇସ୍ତଫା, ରହିଛି କି ପୂଜା ଖେଡକର ବିବାଦ ସହିତ ଲିଙ୍କ ?

ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ, ସେ ପ୍ରାୟ ଏକ ମାସ ପୂର୍ବରୁ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ ହେଁ ଏହା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ତାଙ୍କର ଇସ୍ତଫା ସିଧାସଳଖ ଆଇଏଏସ୍ ପ୍ରୋବେସନ ଅଧିକାରୀ ପୂଜା ଖେଡକର ବି

UPSCର ଚେୟାରମ୍ୟାନ ଦେଲେ ଇସ୍ତଫା, ରହିଛି କି ପୂଜା ଖେଡକର ବିବାଦ ସହିତ ଲିଙ୍କ ?

UPSCE Chairman Manoj Soni Resignation: ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ, ସେ ପ୍ରାୟ ଏକ ମାସ ପୂର୍ବରୁ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ ହେଁ ଏହା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ତାଙ୍କର ଇସ୍ତଫା ସିଧାସଳଖ ଆଇଏଏସ୍ ପ୍ରୋବେସନ ଅଧିକାରୀ ପୂଜା ଖେଡକର ବିବାଦ ସହ ଜଡିତ ଅଛି। ଏହାର ସବୁଠାରୁ ବଡ କାରଣ ହେଉଛି ପୂଜାଙ୍କ ବ୍ୟକ୍ତିଗତ ସାକ୍ଷାତକାର ଚେୟାରମ୍ୟାନ୍ ମନୋଜ ସୋନି ନେଇଥିଲେ। ଅଧ୍ୟକ୍ଷଙ୍କ ସମେତ ୫ ଜଣ ସଦସ୍ୟଙ୍କ ଏହି ବୋର୍ଡ ସାକ୍ଷାତକାରରେ ୨୭୫ ମଧ୍ୟରୁ ପୂଜା ଖେଡକରଙ୍କୁ ୧୮୪ ମାର୍କ ଦେଇଥିଲା। ସୂଚନା ଅନୁସାରେ ପୂଜା ଖେଡକର ନିଜେ ୨୯ ଏପ୍ରିଲ ୨୦୨୪ରେ ପ୍ରଦାନ କରିଥିଲେ। ପୂଜା କହିଥିଲେ ଯେ ତାଙ୍କ ସାକ୍ଷାତକାର ୨୬ ଏପ୍ରିଲ ୨୦୨୩ରେ ହୋଇଥିଲା ଯେଉଁଥିରେ ଚେୟାରମ୍ୟାନ୍ ମନୋଜ ସୋନି ତାଙ୍କୁ ପ୍ରଶ୍ନ ପଚାରିଥିଲେ।

ପୂଜା ଦେଇଥିବା ସୂଚନା ଅନୁସାରେ ବ୍ୟକ୍ତିଗତ ସାକ୍ଷାତ ସମୟରେ ପୂଜା ୬ ନମ୍ବର କ୍ୟାଣ୍ଡିଡେଟ ରହିଥିଲେ। ୟୁପିଏସସିର ଚେୟାରମ୍ୟାନ ମନୋଜ ସୋନୀ ପୂଜାଙ୍କୁ କରିଥିବା ପ୍ରଶ୍ନର କିଛି ଝଲକ। 

ମନୋଜ ସୋନୀ କରିଥିବା ପ୍ରଶ୍ନ ନିମ୍ନରେ ପ୍ରଦତ୍ତ

  • ଏହି ଫଟୋରେ କଣ ଆପଣ ନିଜେ ରହିଛନ୍ତି କି? ଆପଣ ପେଶାରେ ଜଣେ ଡାକ୍ତର। SAIରେ କାମ ମଧ୍ୟ କରିସାରିଛନ୍ତି। ନିକଟରେ ଆଇଆରଏସ ଆଇଟିରେ ମନୋନୀତ ହୋଇଥିଲେ। ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। 
  • ଆପଣ ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି ନା ଛୁଟିରେ ଅଛନ୍ତି। 
  • ଆଜି ଭାରତରେ ଯୁବକମାନେ କେଉଁ ସବୁ ସମସ୍ୟା ଦେଇ ଗତି କରୁଛନ୍ତି। 
  • ଏହି ସମସ୍ୟା କଣ ସବୁ ପରସ୍ପର ସହିତ ସାମିଲ ରହିଛନ୍ତି କି
  • ଯୁବକମାନଙ୍କର ମୂଳ ସମସ୍ୟା କଣ ରହିଛି
  • ଭାରତରେ ବିଗତ ୨୦ ରୁ ୩୦ ବର୍ଷ ମଧ୍ୟରେ ଏ ସମସ୍ୟା କାହିଁକି ସମାଧାନ ହୋଇ ପାରିନାହିଁ।
  • ଡାକ୍ତରୀ ପାଠ ପରେ ଆଇଏଏସ ଆଇଆରଏସ କାହିଁକି

ମନୋଜ ସୋନୀ ମୋର ଉତ୍ତରରେ ପ୍ରଶଂସା କରିଥିଲେ ବୋଲି ପୂଜା କହିଥିଲେ। ସାକ୍ଷାତକାର ସମୟରେ ପୂଜା ନିଜେ କହିଛନ୍ତି ଯେ ସାମଗ୍ରିକ ଭାବେ ବୋର୍ଡ ମଧ୍ୟ ଅତ୍ୟନ୍ତ ପ୍ରଶଂସା କରିଥିଲା। ଅଧିକାଂଶ ପ୍ରଶ୍ନର ଉତ୍ତର ଦେବାକୁ ଚୁକ୍ତିରେ ସୋନି ସାର୍ ମୁଣ୍ଡ ହଲାଇ ସହମତି ପ୍ରକାଶ କରିଥିଲେ। ପ୍ରାୟତଃ ଆଲୋଚନା ହୋଇଥିଲା। ପ୍ରଶ୍ନ ନାହିଁ, ଆନ୍ତର୍ଜାତୀୟ ସମ୍ପର୍କ ଉପରେ ପ୍ରଶ୍ନ ନାହିଁ, ବିବାଦୀୟ ବିଷୟ ପଚରାଯାଇ ନାହିଁ |