T20 World Cup IND vs NED: ଭାରତ ବିପକ୍ଷରେ ଓହ୍ଲାଇଥିଲେ ଏହି ଭାରତୀୟ
Advertisement
Article Detail0/zeeodisha/odisha1413116

T20 World Cup IND vs NED: ଭାରତ ବିପକ୍ଷରେ ଓହ୍ଲାଇଥିଲେ ଏହି ଭାରତୀୟ

ଗଣମାଧ୍ୟମକୁ ସୂଚନା ଦେଇ ବିକ୍ରମଜିତଙ୍କ ବାପା ହରପ୍ରିତ କହିଛନ୍ତି କି ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପରିବାରକୁ ରାତାରାତି ପଞ୍ଜାବ ଛାଡ଼ିବାକୁ ପଡ଼ିଥିଲା। 

T20 World Cup IND vs NED: ଭାରତ ବିପକ୍ଷରେ ଓହ୍ଲାଇଥିଲେ ଏହି ଭାରତୀୟ

T20 World Cup IND vs NED: ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ (T20 World Cup) ଆଜି ଅକ୍ଟୋବର ୨୭ ତାରିଖରେ ଭାରତ (India) ଓ ନେଦରଲ୍ୟାଣ୍ଡ (Neatherland) ମଧ୍ୟରେ ୨୩ତମ ମ୍ୟାଚ ଖେଳାଯାଇଛି। ତେବେ ଏହି ମ୍ୟାଚରେ ସବୁଠାରୁ ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଥିଲା। ନେଦରଲ୍ୟାଣ୍ଡ ପାଇଁ ଖେଳୁଥିବା ବିକ୍ରମଜିତ ସିଂହ ମୂଳତଃ ଭାରତୀୟ। ୧୯ ବର୍ଷ ବୟସରୁ ସେ ନେଦରଲ୍ୟାଣ୍ଡ ପାଇଁ ଖେଳି ଆସୁଛନ୍ତି। ତାଙ୍କର ପୈତୃକ ଗ୍ରାମ ହେଉଛି ପଞ୍ଜାବରେ। ବିକ୍ରମଜିତ ସିଂହଙ୍କ ବାପା ହରପ୍ରିତଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କୁ ରାତାରାତି ପଞ୍ଜାବ ଛାଡ଼ିବାକୁ ପଡ଼ିଥିଲା। ୧୯୮୦ ମସିହାରେ ପଞ୍ଜାବରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା, ସେହି ସମୟରେ ତାଙ୍କ ଜେଜେ ଖୁସି ଚୀମା ପଞ୍ଜାବ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। 

ଗଣମାଧ୍ୟମକୁ ସୂଚନା ଦେଇ ବିକ୍ରମଜିତଙ୍କ ବାପା ହରପ୍ରିତ କହିଛନ୍ତି କି ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପରିବାରକୁ ରାତାରାତି ପଞ୍ଜାବ ଛାଡ଼ିବାକୁ ପଡ଼ିଥିଲା। ପଞ୍ଜାବର ଜଳନ୍ଧର ନିକଟସ୍ଥ ଚୀମା ଖୁର୍ଦ ଗାଁ ଛାଡ଼ିଥିଲେ ତାଙ୍କ ପରିବାର। ହରପ୍ରିତ କୁହନ୍ତି କି ସେହି କାଳରାତ୍ରୀକୁ ସେ କେବେ ବି ଭୁଲି ପାରିନାହାନ୍ତି। ମୋ ବାପା ପଞ୍ଜାବରେ ବଢୁଥିବା ବିଦ୍ରୋହକୁ ଦେଖି ପରିବାରର ସୁରକ୍ଷା ପାଇଁ ନିଜ ଗାଁ ଛାଡ଼ି ଦେଇଥିଲେ।  

ହରପ୍ରିତ କୁହନ୍ତି କି ନେଦରଲ୍ୟାଣ୍ଡ ଆସିବା ବେଳକୁ ମୋତେ ମାତ୍ର ୫ ବର୍ଷ ହୋଇଥିଲା। ଆରମ୍ଭରେ ଅନେକ ସଂଘର୍ଷ ଦେଖିଛୁ। ଭାଷା ଓ ସଂସ୍କୃତି ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ଏଠାରେ ଖାପଖୁଆଇ ଚଳିବା କଷ୍ଟକର ହୋଇ ପଡ଼ିଥିଲା। କିନ୍ତୁ ଏହି ପାଣିପାଗ ସହିତ ଖାପ ଖୁଆଇ ଚଳିବା ପାଇଁ ଆମକୁ ଅନେକ ଦିନ ଲାଗି ଯାଇଚି। ସେହି ସମୟରେ ଏଠାରେ ନକ୍ସଲବାଦ ପ୍ରଭାବ ରହିଥିଲା। ମୁଁ ନିଜର ରଙ୍ଗ, ଦାଢି ଓ ପଗଡ଼ି ପାଇଁ ଅନେକ ଆକ୍ରୋଶକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଛି। କିନ୍ତୁ ଧିରେଧିରେ ସବୁକିଛି ଠିକ ହୋଇ ଯାଇଛି। 

ସେ ଆହୁରି ମଧ୍ୟ କହିଛନ୍ତି କି ଯେତେବେଳେ ସେମାନେ ନେଦରଲ୍ୟାଣ୍ଡ ଆସିଥିଲେ ସେତେବେଳେ ଏଠାରେ ଟ୍ୟାକ୍ସି ଚଳାଇବା ଆରମ୍ଭ କରିଥିଲେ। ପରେ ଧିରେଧିରେ ଟ୍ରାନସପୋର୍ଟ କମ୍ପାନୀ ଛିଡ଼ା କରିଛନ୍ତି। ଏବେ ହରପ୍ରିତ ସେହି କମ୍ପାନୀ ଚଳାଉଛନ୍ତି। ତାଙ୍କର ସମ୍ପର୍କୀୟ ମାନେ ଗାଁକୁ ଫେରି ସାରିଛନ୍ତି। ୨୦୦୦ ମସିହାରେ ସେମାନେ ଭାରତ ଫେରି ଆସିଥିଲେ ବୋଲି ସେ କହିଥିଲେ। ବିକ୍ରମଜିତଙ୍କ ଜନ୍ମ ମଧ୍ୟ ପଞ୍ଜାବର ଚୀମା ଖୁର୍ଦ୍ଦରେ ହୋଇଛି। ଜନ୍ମ ପରେ ଯେତେବେଳେ ତାଙ୍କୁ ୭ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଏଠାକୁ ନେଇ ଆସିଥିଲେ। ଏହା ପରେ ସେ ୧୧ ବର୍ଷ ବୟସରେ ନେଦରଲ୍ୟାଣ୍ଡ ପାଇଁ ଅଣ୍ଡର୧୨ ଟୁର୍ଣ୍ଣାମେଣ୍ଟ ଖେଳି ଆସୁଛନ୍ତି। ତତ୍କାଳୀନ ଡଚ କ୍ୟାପଟେନ ପିଟର ବୋରେନ ଏହାର ପ୍ରତିଭା ସମ୍ପର୍କରେ ଜାଣିବାକୁ ପାଇଥିଲେ। ୧୫ ବର୍ଷ ବୟସରେ ନେଦରଲ୍ୟାଣ୍ଡର ଏ ଟିମ ପାଇଁ ଖେଳି ସାରିଛନ୍ତି। ଏଥର ସେ ନେଦରଲ୍ୟାଣ୍ଡର ଜାତୀୟ ଦଳରେ ଟି୨୦ ଓ୍ୱାର୍ଲଡ କପରେ ସ୍ଥାନ ପାଇଛନ୍ତି।

ଅଧିକ ପଢନ୍ତୁ: ଗାଙ୍ଗୁଲି ଗଲା ପରେ BCCIରେ ବଡ଼ ସଂସ୍କାର, ମହିଳା କ୍ରିକେଟରଙ୍କୁ ମିଳିଲା ସମାନ ଅଧିକାର