Ratna Bhandar: ୧୪ ରେ ଖୋଲିବ ରତ୍ନଭଣ୍ଡାର! ୫ଟି ପଏଣ୍ଟରେ ଜାଣନ୍ତୁ ସବୁକିଛି...
Advertisement
Article Detail0/zeeodisha/odisha2328143

Ratna Bhandar: ୧୪ ରେ ଖୋଲିବ ରତ୍ନଭଣ୍ଡାର! ୫ଟି ପଏଣ୍ଟରେ ଜାଣନ୍ତୁ ସବୁକିଛି...

Ratna Bhandar: ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଯେକୌଣସି ଉପାୟରେ ହେଉ ନା କାହିଁକି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ଚାବିରେ ରତ୍ନଭଣ୍ଡାର ନଖୋଲିଲେ ବି, ରତ୍ନଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି । ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି ସେ କହିଛନ୍ତି । 

Ratna Bhandar: ୧୪ ରେ ଖୋଲିବ ରତ୍ନଭଣ୍ଡାର! ୫ଟି ପଏଣ୍ଟରେ ଜାଣନ୍ତୁ ସବୁକିଛି...

Ratna Bhandar: ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଗଣତି ଓ ମରାମତି କାର୍ଯ୍ଯର ତଦାରଖ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ତଦାରଖ କମିଟିର ଆଜି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ଶ୍ରୀମନ୍ଦିର ପ୍ରଶାସନ ସମ୍ମିଳନୀ କକ୍ଷରେ ବସିଥିଲା ଏହି ୧୬ଜଣିଆ କମିଟିର ସ୍ୱତନ୍ତ୍ର ବୈଠକ। ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଥିଲା ଏହି ବୈଠକ। କମିଟିର ସଦସ୍ୟ, ଜିଲ୍ଲାପାଳ, ଏସପି ଆଦି ବୈଠକରେ ଉପସ୍ଥିତ ରହିଥିଲେ। ତେବେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରାଯିବ। କେବେ ରତ୍ନଭଣ୍ଡାର ଖୋଲାଯିବ ସେନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ କମିଟି ବୈଠକ ରେ ଜୁଲାଇ ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ତେବେ ଏହି ତାରିଖକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 

ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ନିଷ୍ପତ୍ତି ହେଇଛି । ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଯେକୌଣସି ଉପାୟରେ ହେଉ ନା କାହିଁକି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ଚାବିରେ ରତ୍ନଭଣ୍ଡାର ନଖୋଲିଲେ ବି, ରତ୍ନଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି । ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି ସେ କହିଛନ୍ତି । 

ଆପଣ ଜାଣିବା ଜରୁରୀ-:
1- ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ନେଇ ଅନୁରୋଧ କରାଯାଇଛି । ସରକାର ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ କାମ ହେବ । ରତ୍ନଭଣ୍ଡାର ଖୋଲିଲେ ଏହାର ମରାମତି ସହିତ ଗଣତି ମଣତି ହେଇପାରେ ବୋଲି  ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଏଥିସହ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରସ୍ତୁତ ହେବ ଆଉ ସେହି ଏସଓପି ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇପାରିବ ।

2-ହାଇଟେକ୍ନୋଲୋଜିର ବ୍ୟବହାର କରାଯିବ। ବିଭିନ୍ନ କମିଟି ର ରିପ୍ରେଜେନଟେଟିଭ ଙ୍କ ଉପସ୍ଥିତିରେ ଗଣତି ମଣତି କରାଯିବ। 

3- ଗଣତିମଣତି ହେଉଛି ଲମ୍ବା ପ୍ରକ୍ରିୟା । ସ୍ୱତନ୍ତ୍ର ବଣିଆ ଚିହ୍ନଟ ହେବ ଗଣତିମଣତି ପାଇଁ । ଡୁପ୍ଲିକେଟ୍ ଚାବି ଆଜି ବୈଠକରେ ଦାଖଲ ହୋଇନାହିଁ।

4- ହୀରା, ନୀଳା, ମୋତି ମାଣିକ, ସୁନା ରୂପା ଆଦିର ଚିହ୍ନଟ ଓ ଗଣତି ପାଇଁ ରହିବେ ସ୍ୱତନ୍ତ୍ର ବଣିଆ। ସେହିପରି ରତ୍ନଭଣ୍ଡାର ଖୋଲାଯିବା ବେଳେ ପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ହେବନି ବୋଲି କମିଟି କହିଛି। 

5- ଦର୍ଶନ ସମୟରେ ଭକ୍ତ ମଧ୍ୟ ସହଯୋଗ କରିବେ ବୋଲି ଆଶା ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। 

କେବଳ ଏତିକି ନୁହେଁ ରତ୍ନଭଣ୍ଡାର ଖୋଲାଯିବା ସମୟରେ ଯେପରି ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଏହାଛଡ଼ା ରତ୍ନଭଣ୍ଡାରର ତଥ୍ୟକୁ ଡିଜିଟାଲ୍ ଡକ୍ୟୁମେଣ୍ଟେସନ କରାଯାଇ ସଂରକ୍ଷିତ ରଖାଯିବ ବୋଲି ବି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମହାପ୍ରଭୁ ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ଯାହା ମରାମତି ଦରକାର ତାକୁ କରିବୁ ବୋଲି କୁହାଯାଇଛି।

Also Read: Ravi Yog 2024: ଭାଗ୍ୟ ଚମକାଇବ ରବି ଯୋଗ, ଏହି ୫ରାଶିର ସବୁ ଇଚ୍ଛା ହେବ ପୂରା !

Also Read: Diabetes And Monsoon: ବର୍ଷା ଦିନେ ଏହି ଖାସ୍ କଥାର ଧ୍ୟାନ ରଖନ୍ତୁ ଡାଏବେଟିସ ରୋଗୀ, ନଚେତ୍ !