ମାଟ୍ରିକ୍ ପରୀକ୍ଷାରେ ୩୫% ମାର୍କ ରଖି ପାସ କଲା ପୁଅ: ଖୁସିରେ ମିଠା ବାଣ୍ଟିଲେ ବାପା
Advertisement

ମାଟ୍ରିକ୍ ପରୀକ୍ଷାରେ ୩୫% ମାର୍କ ରଖି ପାସ କଲା ପୁଅ: ଖୁସିରେ ମିଠା ବାଣ୍ଟିଲେ ବାପା

ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ନେଇ ଉଭୟ ଶିକ୍ଷକଙ୍କ ସମେତ ତାଙ୍କ ବାପା ମାଆ ଖୁବ ଚିନ୍ତିତ ଥାଆନ୍ତି । ପ୍ରାୟତଃ ସବୁ ବାପା,ମାଆ ମାନେ ଆଶା ରଖନ୍ତି ଯେ, ସେମାନଙ୍କର ପିଲା ପରୀକ୍ଷାରେ ଖୁବ୍ ଭଲ ପ୍ରଦର୍ଶନ କରିବେ । ପରୀକ୍ଷା ପୂର୍ବରୁ ନିଜ ପିଲାମାନଙ୍କୁ ସେହି ହିସାବରେ କୋଚିଂ (coaching) ମଧ୍ୟ ଦେଇଥାନ୍ତି ବାପା, ମାଆ । ଆଜିକାଲି ସବୁ

ମାଟ୍ରିକ୍ ପରୀକ୍ଷାରେ ୩୫% ମାର୍କ ରଖି ପାସ କଲା ପୁଅ: ଖୁସିରେ ମିଠା ବାଣ୍ଟିଲେ ବାପା

Matric Exam Result: ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ନେଇ ଉଭୟ ଶିକ୍ଷକଙ୍କ ସମେତ ତାଙ୍କ ବାପା ମାଆ ଖୁବ ଚିନ୍ତିତ ଥାଆନ୍ତି । ପ୍ରାୟତଃ ସବୁ ବାପା,ମାଆ ମାନେ ଆଶା ରଖନ୍ତି ଯେ, ସେମାନଙ୍କର ପିଲା ପରୀକ୍ଷାରେ ଖୁବ୍ ଭଲ ପ୍ରଦର୍ଶନ କରିବେ । ପରୀକ୍ଷା ପୂର୍ବରୁ ନିଜ ପିଲାମାନଙ୍କୁ ସେହି ହିସାବରେ କୋଚିଂ (coaching) ମଧ୍ୟ ଦେଇଥାନ୍ତି ବାପା, ମାଆ । ଆଜିକାଲି ସବୁ ବାପା,ମାଆଙ୍କର ଇଚ୍ଛା ତାଙ୍କ ପିଲା ପରୀକ୍ଷା (exam)ରେ ଭଲ ପ୍ରଦର୍ଶନ କରିବା ସହ ୮୦ ପ୍ରତିଶତରୁ ଅଧିକ ନମ୍ୱର ଆଣୁ । ଭଲ ପ୍ରଦର୍ଶନ କରିବା ଦ୍ୱାରା ସେମାନେ ଭଲ କଲେଜରେ ଆଡିମିଶନ (Admission) କରିପାରିବେ । ଯଦ୍ୱାରା ସେମାନଙ୍କର ଭବିଷ୍ୟତ ଭଲ ଭାବରେ ଗଢିହୋଇ ପାରିବ । ଯଦି ଆଶା କରୁଥିବା ନମ୍ୱର ଠାରୁ କମ୍ ନମ୍ୱର ଆସେ ତେବେ ପିଲାମାନଙ୍କୁ ବାପା, ମାଆଙ୍କ ଟାରୁ ଖୁବ୍ ଗାଳି ଗୁଲଜ ଶୁଣିବାକୁ ପଡିଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି କିଛି ଅଭିଭାବକ (parents) ଅଛନ୍ତି ଯେଉଁମାନେ ପିଲାଙ୍କ ଖରାପ ପ୍ରଦର୍ଶନରେ ମଧ୍ୟ ଖୁସି ହୋଇଥାନ୍ତି । ପିଲା କମ୍ ନମ୍ୱରରେ ପାସ୍ କଲେ ମଧ୍ୟ ମିଠା (sweet) ବାଣ୍ଟିଥାନ୍ତି । ଏଥିସହ ପିଲାମାନେ ମଧ୍ୟ ଖୁବ୍ ଖୁସି ହୋଇଥାନ୍ତି । ମୁମ୍ୱାଇର ଏପରି ଏକ ଘଟଣା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ (viral) ହେବାରେ ଲାଗିଛି ।

ମୁମ୍ୱାଇରେ ଏସସି ବୋର୍ଡର ମାଟ୍ରିକ୍ ପରୀକ୍ଷା ଫଳାଫଳ ନିକଟରେ ପ୍ରକାଶ ପାଇଛି । ଫଳ ବାହାରିବା ପରେ ପ୍ରତ୍ୟକ ପରୀକ୍ଷାର୍ଥୀ ନିଜର ରୋଲନମ୍ୱର ବ୍ୟବହାର କରି ପରୀକ୍ଷାଫଳ ଯାଞ୍ଚ କରୁଥିଲେ । ଉକ୍ତ ସମୟରେ ଜଣେ ବାପା ତାଙ୍କ ପୁଅର ପରୀକ୍ଷାଫଳ ଯାଞ୍ଚ କରିବାକୁ କମ୍ପ୍ୟୁଟର ସେଣ୍ଟରକୁ ଆସିଥିଲେ । ଯେତେବେଳେ ରୋଲ ନମ୍ୱର ଯାଞ୍ଚ କଲେ ସେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ପରୀକ୍ଷାରେ ପାସ୍ କରିଛି । ତାହା ବି ମାତ୍ର ୩୫ ପ୍ରତିଶତ ନମ୍ୱର ସହ । ଏତେ କମ୍ ପ୍ରତିଶତ ନମ୍ୱର ରଖି ପୁଅ ପାସ୍ କରିଥିଲେ ମଧ୍ୟ ବାପାଙ୍କ ଖୁସି କହିଲେ ନସରେ । ଅନେକ ସମୟରେ କମ୍ ନମ୍ୱର ଥିବା ଜାଣିବା ପରେ ବାପା, ମାଆ ନିଜ ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ହୋଇ ପଡନ୍ତି । କିନ୍ତୁ ଏଠାରେ ଦେଖାଦେଇଥିଲା ବ୍ୟତିକ୍ରମ । ବାପା, ମାଆ ପୁଅର ପାସ୍ କରିବା ଖୁସିରେ ମିଠା କିଣି ନିଜ ପ୍ରିୟଜନଙ୍କୁ ବାଣ୍ଟିଥିଲେ ।

ତେବେ ସୂଚନା ମୁତାବକ ପିଲାଟି ମରାଠୀ ମାଧ୍ୟମରୁ ଦଶମ ଶ୍ରେଣୀ ପଢିଥିଲା । ପାଠ ଏତେ ଭଲ ହୁଏନି । ତଥାପି ସେ ଏହି ପରୀକ୍ଷାରେ ୩୫ ପ୍ରତିଶତ ମାର୍କ ଆଣି ପାସ କରିଛନ୍ତି । ବିଶାଲଙ୍କ ପିତା ଏକ ଅଟୋ ରିକ୍ସା ଚଳାଉଛନ୍ତି ଓ ତାଙ୍କ ମାଆ ଗୃହିଣୀୱ । ପୁଅର ସବୁ ଅଳି ଅର୍ଦ୍ଦଳି ପୁରଣ କରିବା ପାଇଁ ଉଭୟ ବାପା ମାଆ ଖୁବ ପରିଶ୍ରମ କରନ୍ତି ।

ବିଶାଲଙ୍କ ବାପା ମୁମ୍ୱାଇର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ଆମ ପୁଅର ସଫଳତାରେ ଖୁବ୍ ଖୁସି ଅନୁଭବ କରୁଛୁ । ସେ ଯେତିକି ମାର୍କ ରଖିଛି ତାହା ଆମ ପାଇଁ ବହୁତ କିଛି । କାରଣ ସେ ଏସଏସସି ପରୀକ୍ଷାରେ ପାସ କରିଛି । ତେବେ ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏପରି ଖୁସି ଖୁବ୍ କମ ସ୍ଥାନରେ ଦେଖିବାକୁ ମିଳିଥାଏ । ସେ ତାଙ୍କ ପରିବାରର ପ୍ରଥମ ଶିକ୍ଷିତ ସଦସ୍ୟ ହେବାକୁ ଯାଉଥିବାରୁ ତାଙ୍କ ପରିବାର ଖୁବ ଖୁସି ଅନୁଭବ କରୁଛନ୍ତି । ତେବେ ବିଶାଲଙ୍କ ପିତା, ମାତା ଯେଉଁଭଳି ବିଶାଳଙ୍କୁ ସପୋର୍ଟ କରୁଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ।

Also read- ବନ୍ଦ ହେବ ୫ଶହ ଟଙ୍କିଆ ନୋଟ୍ ? ଜାଣନ୍ତୁ କଣ କହିଲେ RBI ଗଭର୍ଣ୍ଣର