Onion Price: ଏହି କାରଣ ପାଇଁ ବଢ଼ି ଚାଲିଛି ପିଆଜ ଦର, ଆହୁରି ବଢ଼ିବା ନେଇ ଆଶଙ୍କା
Advertisement
Article Detail0/zeeodisha/odisha1936530

Onion Price: ଏହି କାରଣ ପାଇଁ ବଢ଼ି ଚାଲିଛି ପିଆଜ ଦର, ଆହୁରି ବଢ଼ିବା ନେଇ ଆଶଙ୍କା

Onion Price: କିଛି ମାସ ପୂର୍ବରୁ ଟମାଟୋ ଦର ସାଧାରଣ ଖାଉଟିଙ୍କୁ ଖୋଳ କରି ଦେଇଥିବା ବେଳେ ଏବେ ପୁଣି ଚିନ୍ତା ବଢ଼ାଇଛି ପିଆଜ ଦର। ଗତ କିଛି ଦିନ ହେଲା ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ପାର୍ବଣ ଋତୁରେ ଏହି ପିଆଜ ଦର ଏବେ ଚିନ୍ତା ବଢ଼ାଇଛି। ଗତ ୫ ଦିନ ମଧ୍ୟ ପିଆଜ ଦର ୩୫ ରୁ ୭୦ ଟଙ୍କା ବୃଦ୍ଧି ପାଇଛି। 

Onion Price: ଏହି କାରଣ ପାଇଁ ବଢ଼ି ଚାଲିଛି ପିଆଜ ଦର, ଆହୁରି ବଢ଼ିବା ନେଇ ଆଶଙ୍କା

Onion Price: କିଛି ମାସ ପୂର୍ବରୁ ଟମାଟୋ ଦର ସାଧାରଣ ଖାଉଟିଙ୍କୁ ଖୋଳ କରି ଦେଇଥିବା ବେଳେ ଏବେ ପୁଣି ଚିନ୍ତା ବଢ଼ାଇଛି ପିଆଜ ଦର। ଗତ କିଛି ଦିନ ହେଲା ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ପାର୍ବଣ ଋତୁରେ ଏହି ପିଆଜ ଦର ଏବେ ଚିନ୍ତା ବଢ଼ାଇଛି। ଗତ ୫ ଦିନ ମଧ୍ୟ ପିଆଜ ଦର ୩୫ ରୁ ୭୦ ଟଙ୍କା ବୃଦ୍ଧି ପାଇଛି। ଏବେ ଦେଶରେ ପାର୍ବଣ ଋତୁ ସହ ୫ଟି ରାଜ୍ୟରେ ନିର୍ବାଚନୀ ମାହୋଲ। ଏହାରି ମଧ୍ୟରେ ପିଆଜର ଦର ବୃଦ୍ଧି ସମସ୍ତଙ୍କ ଚିନ୍ତାକୁ ଦ୍ୱିଦୁଣିତ କରିଛି। ତେବେ ଆସନ୍ତା କିଛିଦିନ ମଧ୍ୟରେ ପିଆଜ ଦର ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ଖାଉଟି।

କାହିଁକି ବଢ଼ୁଛି ପିଆଜ ଦାମ୍?

ପିଆଜ ଦର ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି କଳାବଜାରି । ପାର୍ବଣ ଋତୁରେ ଅଧିକ ଲାଭ ପାଇବା ପାଇଁ ପିଆଜ ମୂଲ୍ୟ ପ୍ରାୟ ପ୍ରତିବର୍ଷ ବୃଦ୍ଧି ପାଇଥାଏ।ପିଆଜ ଦର ବୃଦ୍ଧି ହେତୁ ଅଧିକ ପ୍ରଭାବିତ ହୋଇଛନ୍ତି ଗୃହିଣୀ। ଖାଦ୍ୟରୁ ପିଆଜର ସ୍ୱାଦ ଲୋପ ପାଇବାରେ ଲାଗିଛି। ସାଲାଡରେ ପିଆଜ ଯେମିତି ସାତ ସପନ ହେଲାଣି।ସୂଚନା ଅନୁସାରେ ସରକାରଙ୍କ ପାଖରେ ୫ ଲକ୍ଷ ଟନ୍ ପିଆଜ ଗଚ୍ଛିତ ଅଛି, ସେଥିମଧ୍ୟରୁ ୨ ଲକ୍ଷ ଟନ୍ ବିକ୍ରି ହୋଇଛି। ୨ ଲକ୍ଷ ଟନ୍ ପିଆଜ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ବ୍ୟତୀତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ପିଆଜର ରପ୍ତାନି ମୂଲ୍ୟ ଟନ୍ ପିଛା ୮୦୦ ଡଲାରକୁ ବୃଦ୍ଧି କରିଛନ୍ତି। ଯାହା ଦ୍ୱାରା ବଳକା ପିଆଜ ଦେଶ ବାହାରକୁ ଯାଇପାରିବ ।

ଲକ୍ଷ ଟନ୍ ପିଆଜ କିଣିବାକୁ ହୋଇଛି ଯୋଜନା- 
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ, ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ "ଏନସିସିଏଫ୍" ଏବଂ "ନାଫେଡ୍" ମାଧ୍ୟମରେ ୫ ଲକ୍ଷ ଟନ୍ ବଫର୍ ପିଆଜ ମହଜୁଦ କରି ରଖିଛି। ଆଗାମୀ ଦିନରେ ଅତିରିକ୍ତ ଦୁଇ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରିଛି।