PM School: ଓଡ଼ିଶାରେ ଲାଗୁ ହେବ ପିଏମ ଶ୍ରୀସ୍କୁଲ: କେନ୍ଦ୍ରମନ୍ତ୍ରୀ
Advertisement
Article Detail0/zeeodisha/odisha2292466

PM School: ଓଡ଼ିଶାରେ ଲାଗୁ ହେବ ପିଏମ ଶ୍ରୀସ୍କୁଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶା ସମେତ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟକୁ ଗତି ଦିଆଯିବ। ବିଶେଷ ଭାବେ ଓଡ଼ିଶାରେ ନବଗଠିତ ବିଜେପି ସରକାର ସହଯୋଗରେ ଓଡ଼ିଶାରେ ପିଏମ ଶ୍ରୀସ୍କୁଲ ଓ ପିଏମ ଉଷାକୁ କାର୍ଯ୍ୟକାରୀ କରାଯିବ। ଏହା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦୀ ସରକାରଙ୍

PM School: ଓଡ଼ିଶାରେ ଲାଗୁ ହେବ ପିଏମ ଶ୍ରୀସ୍କୁଲ: କେନ୍ଦ୍ରମନ୍ତ୍ରୀ

PM School: ନୂଆଦିଲ୍ଲୀ: ଓଡିଶା ସମେତ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟକୁ ଗତି ଦିଆଯିବ। ବିଶେଷ ଭାବେ ଓଡ଼ିଶାରେ ନବଗଠିତ ବିଜେପି ସରକାର ସହଯୋଗରେ ଓଡ଼ିଶାରେ ପିଏମ ଶ୍ରୀସ୍କୁଲ ଓ ପିଏମ ଉଷାକୁ କାର୍ଯ୍ୟକାରୀ କରାଯିବ। ଏହା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦୀ ସରକାରଙ୍କ ତୃତୀୟ ପାଳିରେ ପୁଣି ଶିକ୍ଷାମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ବିଧିବଦ୍ଧ ଭାବେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋ ଉପରେ ନିରନ୍ତର ବିଶ୍ୱାସ ଓ ଭରସା ରଖି ଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଶିକ୍ଷାର ପ୍ରମୁଖ ଏଜେଣ୍ଡାର ମୂଳତଃ ଜାତୀୟ ଶିକ୍ଷା ନୀତିକୁ ଅଧିକରୁ ଅଧିକ କ୍ରିୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ମୁଁ ଏବଂ ମୋର ଟିମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବାକୁ ନୂଆ ମାର୍ଗ ପ୍ରସ୍ତୁତ କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। 

ଓଡ଼ିଶାକୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି କି ଓଡ଼ିଶାରେ ଶିକ୍ଷାର ଉନ୍ନତି କ୍ଷେତ୍ରରେ ଅନେକ ବିଷୟରେ ସ୍ଥାନୀୟ ସରକାରର ଅସହଯୋଗ କାରଣରୁ ହୋଇପାରୁନଥିଲା। ପ୍ରଧାନମନ୍ତ୍ରୀଙ୍କ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ ଉଷା ସମେତ ସରକାରୀ ସ୍କୁଲ ଗୁଡ଼ିକରେ ପିଏମ ଶ୍ରୀସ୍କୁଲ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇପାରୁନଥିଲା। ପିଏମ ଶ୍ରୀ ଯୋଜନାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆଶିବ। ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଉନଥିବା ବେଳେ ତାହା ଉପରେ ଦୃଷ୍ଟି ଦିଆଯିବ। ଓଡ଼ିଶାରେ ନବଗଠିତ ରାଜ୍ୟ ଓ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।