Advertisement
Photo Details/zeeodisha/odisha1343903
photoDetails0hindi

Traditional Toys: ହଜିବାକୁ ବସିଲାଣି ପାରମ୍ପରିକ ଖେଳଣା ତାଳ ଝୁମୁକା ଓ ବେଙ୍ଗ ବାଜା

ମାଟି କଣ୍ଢେଇର ସ୍ଥାନ ନେଇଛ ମୋବାଇଲ। ତେବେ ଏଭଳି ଅନେକ ଖେଳନା ଅଛି, ଯେହା ଆଉ କିଛି କିଛି ବର୍ଷ ପରେ ମ୍ୟୁଜିୟମରେ ଦେଖିବାକୁ ମିଳିବ। ଆଉ ସେହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ତାଳପତ୍ରରେ ତିଆରି ଝୁମୁକା ଓ ବେଙ୍ଗ ବାଜା।

 

ତାଳପତ୍ର ଝୁମୁକା

1/5
ତାଳପତ୍ର ଝୁମୁକା

ଏହି ଝୁମୁକାକୁ ତାଳପତ୍ରରେ ତିଆରି କରାଯାଏ। ଝୁମୁକା ଭିତରେ ମାଳି ଭଳି କିଛି ସାମଗ୍ରୀ ବା ଶସ୍ୟ ଥାଏ। ଆଉ ଝୁମୁକାକୁ ବଜାଇଲେ ତାହା ଶବ୍ଦ କରେ। 

ସାପ୍ତାହିକ ହାଟ ଓ ମେଳାରେ ମିଳୁଥିଲା

2/5
ସାପ୍ତାହିକ ହାଟ ଓ ମେଳାରେ ମିଳୁଥିଲା

ତାଳପତ୍ର ଝୁମୁକାକୁ ସୁନ୍ଦର କରିବା ବା ପାଇଁ ସେଥିରେ ନାନା ରଙ୍ଗ ଦିଆଯାଏ। ଏହା ଛୋଟ ପିଲାଙ୍କୁ ଖୁବ ଆକର୍ଷଣ କରେ। ପୂର୍ବରୁ ଏହି ଝୁମୁକୁ ସାପ୍ତାହିକ ହାଟ ଓ ମେଳା ଗୁଡିକରେ ମିଳୁଥିଲା। 

 

ବେଙ୍ଗ ବାଜା

3/5
ବେଙ୍ଗ ବାଜା

ଏହି ବାଜାକୁ ବେଙ୍ଗ ବାଜା ବା ଫ୍ରଗ୍ ବଜର ବୋଲି କୁହାଯାଏ। କାଠିର ଗୋଟିଏ ଅଂଶକୁ ଧରି ବୁଲାଇଲେ ରଶିରେ ବନ୍ଧା ହୋଇଥିବା ଯନ୍ତ୍ର ବୁଲେ ଆଉ ସେଥିରୁ ଶଦ୍ଦ ବାହାରେ। ଏହି ଶବ୍ଦ କାନକୁ ଖୁବ ଆନନ୍ଦ ଦିଏ।

ସ୍ଥାନ ନେଉଛି ପ୍ଲାଷ୍ଟିକ ଖେଳଣା

4/5
ସ୍ଥାନ ନେଉଛି ପ୍ଲାଷ୍ଟିକ ଖେଳଣା

ପୂର୍ବେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀକୁ ବ୍ୟବହାର କରି ଛୋଟ ପିଲାଙ୍କ ପାଇଁ ନାନା ଖେଳଣା ତିଆରି କରାଯାଉଥିଲା। କିନ୍ତୁ ଧୀରେ ଧୀରେ ସେଗୁଡିକ ଲୋପ ପାଇବାରେ ବସିଲାଣି। କିଛି ଖେଳଣାକୁ କାଠ, ମାଟି, କାଗଜ ବଦଳରେ ପ୍ଲାଷ୍ଟିକରେ ତିଆରି କରାଯାଉଛି।

ମିଳୁନାହାନ୍ତି କାରିଗର

5/5
ମିଳୁନାହାନ୍ତି କାରିଗର

ପରିଶ୍ରମ ତୁଳନାରେ ପାରମ୍ପାରିକ ଖେଳନାର ମୂଲ୍ୟ ଯଥେଷ୍ଟ କମ୍। ଏହାକୁ ତିଆରି କରିବାକୁ ଅଧିକ ସମୟ ଲାଗେ। ଆଉ ପୂର୍ବଭଳି ଚାହିଦା ମଧ୍ୟ ନାହିଁ। ସେଥିପାଇଁ ଅନେକ କାରିଗରମାନେ ଏପରି ଖେଳନା ତିଆରି କରିବା ବନ୍ଦ କରିଦେଲେଣି।