Advertisement
Photo Details/zeeodisha/odisha1871997
photoDetails0hindi

Amazon Cash on Delivery: କ୍ୟାସ ଅନ୍ ଡେଲିଭରି କରୁଥିବା ଗ୍ରାହକ ହୋଇଯାନ୍ତୁ ସାବଧାନ; ଆମାଜନ ନେଲା ବଡ଼ ନିଷ୍ପତ୍ତି

2000 Rupee Note Latest News: ଦେଶରେ ଏବେ ମଧ୍ୟ ଲୋକେ ସେମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ରଖୁଛନ୍ତି। ବର୍ତ୍ତମାନ ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଏବଂ ତାହାକୁ ବଦଳାଇବାର ଶେଷ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଲୋକେ ସମୟ ଥାଉ ଥାଉ ନିଷ୍ପତ୍ତି ନେବା ଆବଶ୍ୟକ ଯେ ସେମାନେ ୨୦୦୦ ଟଙ୍କିଆ ନୋଟ୍ କେବେ ଜମା କରିବେ କିମ୍ବା କେବେ ବିନିମୟ କରିବେ। ହେଲେ ଏହି ସମୟରେ ଇ-ସପିଂ ସାଇଟ ଆମାଜନ ପକ୍ଷରୁ କରାଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା।

 

1/6

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ଆରବିଆଇ ପକ୍ଷରୁ କୁହାଯାଇଛି ଯେ ଲୋକେ ସେମାନଙ୍କ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ କିମ୍ବା ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜମା କରିପାରିବେ। ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବାର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଛି। ଏହି ସମୟ ମଧ୍ୟରେ ଇ-ସପିଂ ସାଇଟ ଆମାଜନ (E-shopping site Amazon) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।

 

2/6

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ କୁହାଯାଇଛି ଏବେ ଆଉ କ୍ୟାସ ଅନ୍ ଡେଲିଭରି (Cash on Delivery) ସମୟରେ ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରିବ ନାହିଁ। ଇ-ସପିଂ ସାଇଟ ଆମାଜନ ସେପ୍ଟେମ୍ବର ୧୯ ତାରିଖରୁ କ୍ୟାସ ଅନ୍ ଡେଲିଭରି ସମୟରେ ଗ୍ରାହକଙ୍କ ହାତରୁ ନଗଦ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବା ବନ୍ଦ କରିବ। ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ଠାରେ ବଦଳାଇବାର କିମ୍ବା ଜମା କରିବାର ସମୟ ସୀମା ପାଖେଇ ଆସୁଛି।

3/6

୨୦୦୦ ଟଙ୍କିଆ ନୋଟ୍ ବଦଲାଇବାର କିମ୍ବା ଜମା କରିବାର ସୁବିଧା ସାଧାରଣ ଲୋକଙ୍କ ପାଇଁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ହେବ। ହେଲେ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଆମାଜନ ପକ୍ଷରୁ କ୍ୟାସ ଅନ୍ ଡେଲିଭରି  ସମୟରେ ନଗଦ ୨୦୦୦ ଟଙ୍କିଆ ଗ୍ରହଣ କରିବା ଜାରି ରହିବ। ଯଦିଓ, ଯଦି ଏକ ଅର୍ଡର ତୃତୀୟ ପକ୍ଷ କୋରିଅର୍ ପାର୍ଟନର ମାଧ୍ୟମରେ ପଠାଯାଏ ତାହେଲେ ଡେଲିଭରି ସମୟରେ ନଗଦ ପାଇଁ ଏକ ବୈଧ ଦେୟ ପଦ୍ଧତି ଭାବରେ ନୋଟ୍ ଗ୍ରହଣ କରାଯାଇ ପାରିବ।

 

4/6

ଆପଣଙ୍କୁ କହିରଖୁଛୁ ଯେ ଗତ ମେ ମାସରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ କିମ୍ବା ଜମା କରିପାରିବେ। ଗତ ୨୦୧୬ ବର୍ଷରେ ହୋଇଥିବା ବିମୁଦ୍ରୀକରଣ ପରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା। ଗତ ୨୦୧୬ ନଭେମ୍ବରରେ ଦେଶରେ ବ୍ୟବହୃତ ହୋଇ ଆସୁଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ରାତାରାତି ପ୍ରଚଳନରୁ ହଟାଇ ଦିଆଯାଇଥିଲା।

 

5/6

ସେପ୍ଟେମ୍ବର ୧ ତାରିଖରେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ  ମେ ୧୯ ପର୍ଯ୍ୟନ୍ତ ଦେଶରେ ପ୍ରଚଳିତ ହେଉଥିବା ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଚଳନରୁ ହଟାଯାଇଥିବା ୨୦୦୦ ଟଙ୍କିଆ ନୋଟ ର ମୋଟ ମୂଲ୍ୟ ହେଉଛି ୩.୩୨ ଲକ୍ଷ କୋଟି ଟଙ୍କା।

 

6/6

ଯଦି ଆବଶ୍ୟକ ହୁଏ, ତାହେଲେ ସେପ୍ଟେମ୍ବର ମାସରେ ୨୦୦୦ ଟଙ୍କିଆ ବଦଳାଇବାର ସମୟସୀମା ବୃଦ୍ଧି କରାଯାଇପାରେ। ହେଲେ ବର୍ତ୍ତମାନର ସମୟ ସୀମା ପରେ ମଧ୍ୟ ଯଦି କାହା ପାଖରେ ୨୦୦୦ ଟଙ୍କିଆ ନୋଟ୍ ରହିଥାଏ, ତାହେଲେ ଏହାର ବୈଧତା ଜାରି ରହିବ। ବିଭିନ୍ନ ବ୍ୟାଙ୍କ ପାଖରୁ ମିଳିଥିବା ତଥ୍ୟରୁ ଜଣାପଡିଛି ପ୍ରଚଳନରୁ ହଟାଯାଇଥିବା ୨୦୦୦ ଟଙ୍କିଆ ନୋଟ ର ପ୍ରାୟ ୮୭ ପ୍ରତିଶତ ଜମା ହୋଇଥିବା ବେଳେ ଅବଶିଷ୍ଟ ୧୩ ପ୍ରତିଶତ ଅନ୍ୟ ବ୍ୟାଙ୍କ ନୋଟ ମାଧ୍ୟମରେ ବଦଳାଇ ଦିଆଯାଇଛି।