Nitish Kumar: ଦୀର୍ଘ ଦିନ ଧରି ବିହାର ରାଜନୀତିରେ ଚାଲିଥିବା ହଟଚମଟରୁ ପରଦା ଉଠିଛି। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନିତିଶ୍ କୁମାର। ରାଜଭବନରେ ପହଞ୍ଚି ନୀତିଶ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ।
Trending Photos
Nitish Kumar: ଦୀର୍ଘ ଦିନ ଧରି ବିହାର ରାଜନୀତିରେ ଚାଲିଥିବା ହଟଚମଟରୁ ପରଦା ଉଠିଛି। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନିତିଶ୍ କୁମାର। ରାଜଭବନରେ ପହଞ୍ଚି ନୀତିଶ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ। ସେ କହିଛନ୍ତି ମେଣ୍ଟ ସରକାରରେ କିଛି ବି ଠିକ୍ ଠାକ୍ ଚାଲୁ ନଥିଲା। ମୋତେ ଦଳ କୌଣସି କାର୍ଯ୍ୟ କରିବାକୁ ଦେଉ ନଥିଲା, ତେଣୁ ମୁଁ ବାଧ୍ୟ ହୋଇ ଇସ୍ତଫା ଦେଇଛି।
ଆରଜେଡି(RJD) ଏବଂ କଂଗ୍ରେସ(Congress) ସହ ମେଣ୍ଟ ଭାଙ୍ଗି ପୁଣି ଥରେ ବିଜେପି ସହ ମେଣ୍ଟ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଏନ୍ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ(New CM) ଭାବେ ଶପଥ ଗ୍ରହଣ କରିବେ। ଆଜି ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।
Also Read: Nitish Kumar: ଆଉ କିଛି ସମୟ ପରେ ବିହାରରେ ଗଠନ ହେବ ନୂଆ ସରକାର,ନିଜ ପଦରୁ ଇସ୍ତଫା ଦେଲେ ନୀତିଶ