Mpox Alert: ମଙ୍କିପକ୍ସକୁ ନେଇ ହାଇ ଆଲର୍ଟ, ଶରୀରରେ ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତୁ କରନ୍ତୁ ଟେଷ୍ଟ...
Advertisement
Article Detail0/zeeodisha/odisha2422189

Mpox Alert: ମଙ୍କିପକ୍ସକୁ ନେଇ ହାଇ ଆଲର୍ଟ, ଶରୀରରେ ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତୁ କରନ୍ତୁ ଟେଷ୍ଟ...

Mpox Alert: ପଡୋଶୀ  ବାଂଲାଦେଶ ଏବଂ ପାକିସ୍ଥାନରେ MPox ମାମଲା ରିପୋର୍ଟ ହେବା ପରଠାରୁ ଭାରତ ମଧ୍ୟ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି। ଯଦିଓ ଦେଶ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି, ଏବେ ଏହା ଉପରେ ଅଧିକ ତୀକ୍ଷ୍ଣ ନଜର ରଖିଛି।  MPOX ସମ୍ବନ୍ଧୀୟ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରାଯାଉଛି।

Mpox Alert: ମଙ୍କିପକ୍ସକୁ ନେଇ ହାଇ ଆଲର୍ଟ, ଶରୀରରେ ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତୁ କରନ୍ତୁ ଟେଷ୍ଟ...

Mpox ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଅନେକ ଦେଶରେ ଏହାର କାୟା ବିସ୍ତାର କରିବା ପରେ ଏହା ବର୍ତ୍ତମାନ ଭାରତରେ ଚିନ୍ତା ବଢ଼ାଇଛି ମଙ୍କିପକ୍ସ। ରବିବାର ଦେଶରେ MPox (ମଙ୍କିପକ୍ସ)ର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ Mpox ମାମଲାର ସାମ୍ନା  କରୁଥିବା ଦେଶକୁ ଯାତ୍ରା କରିଥିଲେ। ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କୁ ଅଲଗା ରଖାଯାଇଛି।

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସେମାନଙ୍କ ରାଜ୍ୟ ଲୋକଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ବଜାୟ ରଖିବାକୁ, ଏହାର ବିସ୍ତାର ରୂପେ ଲୋକଙ୍କୁ ବୁଝାଇବାକୁ ଏବଂ ଲକ୍ଷଣ ଦେଖାଗଲେ ଯୋଗାଯୋଗ କରିବାକୁ କୁହାଯାଇଛି।

Mpox ପ୍ରାରମ୍ଭିକ ଲକ୍ଷଣ:

-ଜ୍ୱର

-ଶରୀରର ଦାଗ

-ଫୁଲିଯାଇଥିବା ଲସିକା ଗ୍ରନ୍ଥି

-ମୁଣ୍ଡବିନ୍ଧା

-ପିଠି ଏବଂ ମାଂସପେଶୀ ଯନ୍ତ୍ରଣା

-କ୍ଳାନ୍ତ ଅନୁଭବ କରିବା

ଭାରତ ପ୍ରସ୍ତୁତ ହୋଇସାରିଛି:

ପଡୋଶୀ  ବାଂଲାଦେଶ ଏବଂ ପାକିସ୍ଥାନରେ MPox ମାମଲା ରିପୋର୍ଟ ହେବା ପରଠାରୁ ଭାରତ ମଧ୍ୟ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି। ଯଦିଓ ଦେଶ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି, ଏବେ ଏହା ଉପରେ ଅଧିକ ତୀକ୍ଷ୍ଣ ନଜର ରଖିଛି।  MPOX ସମ୍ବନ୍ଧୀୟ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରାଯାଉଛି।

ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିକଟରେ ହୋଇଥିବା ବୈଠକରେ ଏହା ପ୍ରକାଶ ପାଇଛି ଯେ ମଙ୍କିପକ୍ସ ସାଧାରଣତ ୨ ରୁ ୪ ସପ୍ତାହ ସଂକ୍ରମଣ ଥାଏ ଏବଂ ରୋଗୀମାନେ ସାଧାରଣତଃ ସହାୟକ ପରିଚାଳନା ସହିତ ସୁସ୍ଥ ହୋଇଯାଆନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଦୀର୍ଘ ସମୟ ଧରି ଘନିଷ୍ଠ ସମ୍ପର୍କ, ସାଧାରଣତଃ ଯୌନ ସମ୍ପର୍କ, ଶରୀର କିମ୍ବା କ୍ଷତ ତରଳ ପଦାର୍ଥ ସହିତ ସିଧାସଳଖ ଯୋଗାଯୋଗ, କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଦୂଷିତ ପୋଷାକ କିମ୍ବା ବେଡସିଟ୍ ବ୍ୟବହାର କରିଥିଲେ ଏହା ସଂକ୍ରମିତ ହେବାର ବହୁଳ ମାତ୍ରା ସମ୍ଭାବନା ରହିଥାଏ। WHO ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି ଏବଂ ଅନେକ ଦେଶରେ ବହୁ ସଂଖ୍ୟାରେ ମାମଲା ରୁଜୁ ହୋଇଛି। ଅନେକ ଦିନ ଧରି MPOX କୁ ନେଇ ମଧ୍ୟ ଭାରତ ସରକାର ମଧ୍ୟ ସତର୍କ ରହିଆସିଛନ୍ତି।