Vivek Bindra: ‘ମୋତେ ଲଗାତାର ୩୦ ରୁ ୪୦ ଚାପୁଡ଼ା ମାରି କାନର ପରଦା ଫଟେଇ ଦେଇଛି ବିବେକ’
Advertisement
Article Detail0/zeeodisha/odisha2026399

Vivek Bindra: ‘ମୋତେ ଲଗାତାର ୩୦ ରୁ ୪୦ ଚାପୁଡ଼ା ମାରି କାନର ପରଦା ଫଟେଇ ଦେଇଛି ବିବେକ’

Vivek Bindra: ପତ୍ନୀଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା। ପତ୍ନିଙ୍କ ବୟାନ ପରେ ଏବେ ଦିନକୁ ଦିନ ତାଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି।ମିଳିଥିବା ସୂଚନା ଅନୁଯାୟୀ ନୋଏଡା ପୋଲିସ ବର୍ତ୍ତମାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି।

Vivek Bindra: ‘ମୋତେ ଲଗାତାର ୩୦ ରୁ ୪୦ ଚାପୁଡ଼ା ମାରି କାନର ପରଦା ଫଟେଇ ଦେଇଛି ବିବେକ’

Vivek Bindra: ପତ୍ନୀଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା। ପତ୍ନିଙ୍କ ବୟାନ ପରେ ଏବେ ଦିନକୁ ଦିନ ତାଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି।ମିଳିଥିବା ସୂଚନା ଅନୁଯାୟୀ ନୋଏଡା ପୋଲିସ ବର୍ତ୍ତମାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିବେକ ବିନ୍ଦ୍ରାଙ୍କ ପତ୍ନୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହୁଛନ୍ତି ଯେ ତାଙ୍କୁ କ୍ରମାଗତ ଭାବରେ ୩୦-୪୦ ଚାପୁଡ଼ା ମାରିଛି।

ବିବେକ ବିନ୍ଦ୍ରଙ୍କ ପତ୍ନୀ ୟାନିକାଙ୍କ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ହସ୍ପିଟାଲ ବେଡ ଉପରେ ପଡ଼ିଥିବାର ନଜର ଆସିଛନ୍ତି। ଭିଡିଓରେ ସେ କ୍ଷତାକ୍ତ ଅବସ୍ଥାରେ ଦେଖାଉଛନ୍ତି। ଏହି ଭିଡିଓରେ ମାଡ଼ ଖାଇ ତାଙ୍କ ଶରୀରେ ପଡ଼ିଥିବା ବିଭିନ୍ନ ଚିହ୍ନକୁ ଦେଖେଛନ୍ତି। କେବଳ ଏତିକି ନୁହେଁ, ୟାନିକା କହିଛନ୍ତି ଯେ ବିବେକ ବିନ୍ଦ୍ରା ତାଙ୍କୁ ଲଗାତାର ୩୦ ରୁ ୪୦ ଚାପୁଡ଼ା ମାରିଥିଲେ ଯେଉଁ କାରଣରୁ ତାଙ୍କ ମୁଣ୍ଡରେ ଦରଜ ଏବଂ ଫୁଲା ରହିଛି ।

ୟାନିକା ନୋଏଡାର ସେକ୍ଟର-୧୨୬ ପୋଲିସ ଷ୍ଟେସନରେ ଅଭିଯୋଗ କରି ଏକ ମାମଲା ଦାୟର କରିଛନ୍ତି। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିସେମ୍ବର ୧୪ ରେ FIR ପଞ୍ଜୀକୃତ ହୋଇଥିଲା, କିନ୍ତୁ ବର୍ତ୍ତମାନ ମାମଲା ସାମ୍ନାକୁ ଆସିଛି। ପୋଲିସ ସୂତ୍ର ଅନୁଯାୟୀ, ପୋଲିସ ବିଭାଗ ଅନଲାଇନରେ ଏଫଆଇଆର ଦାଖଲ କଲାବେଳେ ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ପ୍ରଶ୍ନ ପଚରାଗଲା, ପୋଲିସ ଉତ୍ତର ଦେଇଛି ଯେ ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅଭିଯୋଗ ରହିଛି ଯେ ବିବେକ ତାଙ୍କ ପତ୍ନୀ ୟାନିକାଙ୍କୁ ଏତେ ଖରାପ ଭାବରେ ପିଟିଥିଲେ ଯେ ତାଙ୍କ କାନ ପରଦା ଫାଟି ଯାଇଥିଲା ।

ବିବେକ ବିନ୍ଦ୍ରା ଜଣେ ଆନ୍ତର୍ଜାତୀୟ ମୋଟିଭେସନାଲ ସ୍ପିକର ଓ ନିଜକୁ ଜଣେ ବିଜନେସ୍ ଗୁରୁ ବୋଲି କହିଥାନ୍ତି । ତାଙ୍କର ଅନେକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି । ସେ ସମଗ୍ର ବିଶ୍ୱର ଲୋକଙ୍କୁ ମାର୍କେଟିଂ ଓ ବ୍ୟବସାୟିକ କୌଶଳ ଉପରେ ଶିକ୍ଷା ଦିଅନ୍ତି । ଏବେ ତାଙ୍କ ପତ୍ନୀଙ୍କ ବିରୋଧରେ ଘରୋଇ ହିଂସା ପାଇଁ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଥିରେ ଗାଜିଆବାଦର ଚାନ୍ଦ ନଗର ନିବାସୀ ପୀଡିତାଙ୍କ ଭାଇ ବୈଭବ କ୍ୱାଟ୍ରା କହିଛନ୍ତି ଯେ ୟାନିକା ଓ ବିବେକଙ୍କ ବିବାହ ଲଲିତ ମନାଗର ହୋଟେଲରେ ୬ ନଭେମ୍ବରରେ ହୋଇଥିଲା । ବିବେକଙ୍କ ଘର ସେକ୍ଟର-୯୪ ରେ ଅବସ୍ଥିତ ସୁପରନୋଭା ୱେଷ୍ଟ୍ ରେସିଡେନ୍ସରେ ଅଛି, ଯେଉଁଠାରେ ତାଙ୍କ ମା ମଧ୍ୟ ତାଙ୍କ ସହିତ ରୁହନ୍ତି ।

ବୈଭବ କହିଛନ୍ତି, "୭ ଡିସେମ୍ବରରେ ରାତି ପ୍ରାୟ ୩ଟା ସମୟରେ ବିବେକ କିଛି ପ୍ରସଙ୍ଗରେ ତାଙ୍କ ମା' ପ୍ରଭାଙ୍କ ସହ ଯୁକ୍ତିତର୍କ କରିଥିଲେ । ଯେତେବେଳେ ଯାନିକା ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ବିବେକ ତାଙ୍କୁ ଏକ ରୁମରେ ତାଲା ପକାଇ ନିର୍ଦ୍ଧୁମ ପିଟିଥିଲେ । ବିବେକ ଯାନିକାଙ୍କୁ ଏତେ ପିଟିଛନ୍ତି ଯେ ତାଙ୍କ ଶରୀରରେ କ୍ଷତ ଅଛି । ତାଙ୍କର କାନ ଫାଟି ଯାଇଥିଲା ଓ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିବେକ ଯାନିକାଙ୍କ କେଶ ଟାଣିଥିଲେ, ଯେଉଁଥିପାଇଁ ମଧ୍ୟ ତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା । ଏପରିକି ସେ ତାଙ୍କ ମୋବାଇଲ ଭାଙ୍ଗିଥିଲେ ।"

Also Read: Vivek Bindra: ମୋଟିଭେସନାଲ ସ୍ପିକରଙ୍କ ବିରୋଧରେ FIR, ପତ୍ନୀଙ୍କୁ ସହ କରିଥିଲେ ମାରପିଟ୍, ଭାଙ୍ଗିଥିଲେ ମୋବାଇଲ୍