Indian Railway: ରେଳବାଇ ପାଇଁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା; ଯାହା ତୃତୀୟ ପାଳିରେ ହେବ କାର୍ଯ୍ୟକାରୀ
Advertisement

Indian Railway: ରେଳବାଇ ପାଇଁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା; ଯାହା ତୃତୀୟ ପାଳିରେ ହେବ କାର୍ଯ୍ୟକାରୀ

Modi Govt Third Term Action Plan: ତୃତୀୟ ପାଳିର କାର୍ଯ୍ୟକାଳରେ କେଉଁ ପ୍ରକଳ୍ପ ସବୁ କାର୍ଯ୍ୟକାରୀ କରାଯିବ ସେ ନେଇ ଏକ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର।

Indian Railway: ରେଳବାଇ ପାଇଁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା; ଯାହା ତୃତୀୟ ପାଳିରେ ହେବ କାର୍ଯ୍ୟକାରୀ

Third Term Modi Govt: ରେଳବାଇ ପାଇଁ ମୋଦି ସରକାରଙ୍କ ଏକ ମେଗା ଯୋଜନା ରହିଛି। ଯାହା ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପରେ କାର୍ଯ୍ୟକାରୀ ହେବ। ଯେଉଁଥିରେ ଯାତ୍ରୀ-ଅନୁକୂଳ ପଦକ୍ଷେପ ଉପରେ ଧ୍ୟାନ ଦିଆଯିବ। ଏନେଇ ଏକ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଯୋଜନାରେ ଯାତ୍ରୀଙ୍କ ପାଇଁ ୩୪ ଘଣ୍ଟିଆ ଟିକେଟ୍ ଫେରସ୍ତ ଯୋଜନା, 'ସୁପର ଆପ୍' ଏବଂ ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ ପ୍ରକଳ୍ପର ଶେଷ ଭାଗର ଶୁଭାରମ୍ଭ ଅନ୍ତର୍ଭୂକ୍ତ ରହିଛି। ଏହା ବ୍ୟତୀତ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ସ୍ଲିପର  ସଂସ୍କରଣ ଚଳାଚଳ କରିବା ଉପରେ କାମ ଚାଲିଛି। ସେହିପରି ସମୁଦ୍ରରେ ନିର୍ମିତ ପ୍ରଥମ ଭର୍ଟିକାଲ୍ ଲିଫ୍ଟ ରେଲୱେ ବ୍ରିଜ୍ ଆରମ୍ଭ କରିବା ଏବଂ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାର ଯୋଜନା ମଧ୍ୟ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୂତନ ସରକାର ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ ମନ୍ତ୍ରଣାଳୟ ବିଭିନ୍ନ ଲୋକାଭିମୁଖି ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଭାରତୀୟ ରେଳବାଇ ଏକ ସୁପର ଆପ୍ ଲଞ୍ଚ କରିବାକୁ ଚାହୁଁଛି। ଯାହା ଅଧିନରେ ବର୍ତ୍ତମାନର ୩ ଦିନିଆ ପ୍ରକ୍ରିୟା ପରିବର୍ତ୍ତେ ୨୪ ଘଣ୍ଟିଆ ଟିକେଟ୍ ଟଙ୍କା ଫେରସ୍ତ ଯୋଜନା ଆରମ୍ଭ ହେବ। ଏହି ଆପ୍ ଟିକେଟ୍ ଏବଂ ଟ୍ରେନ୍ ଟ୍ରାକିଂ ସହ ଅନ୍ୟ କିଛି ସେବା ପ୍ରଦାନ କରିବ।

Also Read: Modi 3.0 Promises: ସରକାରକୁ ଆସିଲେ କ'ଣ କରିବେ ମୋଦି ସରକାର? ପ୍ରସ୍ତୁତ ହୋଇଗଲା ୧୦୦ ଦିନର ପ୍ଲାନ

ଭାରତୀୟ ରେଳବାଇର ୧୦୦ ଦିନର କାର୍ଯ୍ୟ ଯୋଜନା କ'ଣ? 

  • ଭାରତୀୟ ରେଳବାଇ ପ୍ରଥମ ୧୦୦ ଦିନ ମଧ୍ୟରେ ଯାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ରେଳ ଯାତ୍ରୀ ବୀମା ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। 
  • "ଟାଇମ୍ସ ଅଫ ଇଣ୍ଡିଆ" ରିପୋର୍ଟ ଅନୁସାରେ ପ୍ରାୟ ୪୦,୯୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ତିନୋଟି ଅର୍ଥନୈତିକ କରିଡର ପାଇଁ ସରକାର କ୍ୟାବିନେଟ ଅନୁମୋଦନ ଲୋଡ଼ିଛନ୍ତି। ଯେଉଁଥିପାଇଁ ୧୧ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକ ରହିଛି। 
  • ଅଧିକ ଯାତ୍ରୀ-ଅନୁକୂଳ ଟିକେଟ ଟଙ୍କା ଫେରସ୍ତ ଯୋଜନା ପ୍ରଣୟନ କରିବା ଯାଉଛି ରେଳବାଇ। ଯାହା ଦ୍ୱାରା ଯାତ୍ରୀଙ୍କୁ ୨୫ ଘଣ୍ଟା ମଧ୍ୟରେ ସେମାନଙ୍କ ଟ୍ରେନ୍ ଟିକେଟ୍ ବାତିଲ କଲେ ସେମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରିବେ। 
  • ମିଡିଆ ରିପୋର୍ଟ ଅନୁଯାୟୀ ଏକ ସୁପର ଆପ୍ ମଧ୍ୟ ଲଞ୍ଚ କରାଯାଇପାରେ। ଯାହା ରେଳ ଯାତ୍ରୀଙ୍କୁ ସେମାନଙ୍କର ଟ୍ରେନ୍ ସ୍ଥିତି ଟ୍ରାକ୍ କରିବା, ଟିକେଟ୍ ବୁକ୍ କରିବା ଏବଂ ଗୋଟିଏ ସ୍ଥାନରେ ରେଳ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଅନୁମତି ଦେବ।
  • ଏହି ଯୋଜନା ଅଧିନରେ ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ ପ୍ରକଳ୍ପ ଶେଷ ହେବା ପରେ ଜାମୁ କାଶ୍ମୀର ଅଭିମୁଖେ ଟ୍ରେନ୍ ସେବା ଆରମ୍ଭ ହୋଇଯିବ। ଏହି ପ୍ରକଳ୍ପର ଏକ ଅଂଶ ଭାବରେ ଚେନାବ ନଦୀ ଉପରେ ନିର୍ମିତ ବ୍ରିଜ୍ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି। ଯାହା ହେଉଛି ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ୍। ଉଚ୍ଚତାରେ ଚେନାବ ରେଳ ସେତୁ ଏଫିଲ୍ ଟାୱାର ଠାରୁ ମଧ୍ୟ ଉଚ୍ଚ। ଏହା ବ୍ୟତୀତ ଅଞ୍ଜୀ ଖାଦ ବ୍ରିଜ୍ ଯାହା ଭାରତୀୟ ରେଳବାଇର ପ୍ରଥମ କେବୁଲ୍ ଆଧାରିତ ସେତୁ ତାହାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ।
  • ଦେଶର ପ୍ରଥମ ଭର୍ଟିକାଲ୍-ଲିଫ୍ଟ ବ୍ରିଜ୍ ପମ୍ବନ୍ ରେଳ ସେତୁ ଯାହା ଦେଶର ମୂଳ ଭୂଖଣ୍ଡକୁ ରମେଶ୍ୱରମ୍ ସହିତ ସଂଯୋଗ କରିଥାଏ ତାହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ରହିଥିବା ୧୯୧୩ ରେଳ ସେତୁରେ ସୁରକ୍ଷା ଜନିତ କାରଣରୁ ଗତ ୨୦୨୨ ଡିସେମ୍ବର ମାସରୁ ମଣ୍ଡପମ-ରାମେଶ୍ୱରମ୍ ମଧ୍ୟରେ ଟ୍ରେନ୍ ସେବା ବନ୍ଦ ହୋଇଥିଲା।
  • ଏହା ବ୍ୟତୀତ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ସ୍ଲିପର ସଂସ୍କରଣ ଚଳାଚଳ ଉପରେ ଧ୍ୟାନ ଦିଆଯାଉଛି। ଯାହାର ପ୍ରଥମ ପ୍ରୋଟୋଟାଇପ୍ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ବିଇଏମ୍ଏଲ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି। ପ୍ରାୟ ୬ ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
  • ଏହାର ଉଦ୍ଦେଶ୍ୟ ହେଉଛି ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା। ଆସନ୍ତା ୨୦୨୯ ଅପ୍ରେଲ୍ ପର୍ଯ୍ୟନ୍ତ ପ୍ରାୟ ୫୦୮ କିଲୋମିଟର ଲମ୍ବା ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ପ୍ରାୟ 320 କିଲୋମିଟର ଅଂଶ କାର୍ଯ୍ୟକ୍ଷମ କରିବା ଉପରେ ଧ୍ୟାନ ଦିଆଯିବ।