Matrimony site scam:ମ୍ୟାଟ୍ରିମୋନି ସାଇଟରୁ ପ୍ରେମ, ନ୍ୟୁଡ କଲ୍ କରି ଫସିଗଲେ ଯୁବକ
Advertisement
Article Detail0/zeeodisha/odisha1805335

Matrimony site scam:ମ୍ୟାଟ୍ରିମୋନି ସାଇଟରୁ ପ୍ରେମ, ନ୍ୟୁଡ କଲ୍ କରି ଫସିଗଲେ ଯୁବକ

Matrimony Scam: ପୂର୍ବରୁ ବାହାଘର ପାଇଁ ମଧ୍ୟସ୍ତିଙ୍କ ଆବଶ୍ୟକତା ପଡ଼ିଥିବା ବେଳେ ଏବେ ମ୍ୟାଟ୍ରିମୋଟି ସାଇଟ୍(matrimony site) ପାଲଟିଛି ବିବାହର ମାଧ୍ୟମ। ପୁଅ-ଝିଅ ମ୍ୟାଟ୍ରିମୋନି ସାଇଟରେ ପରିଚିତ ହୋଇ ପରିବାରର ସହମତିରେ ବିବାହ କରିବାକୁ ଏବେ ଅଧିକ ପସନ୍ଦ କରୁଛନ୍ତି।ତେବେ ସେହିଭଳି ବିବାହର ଆଶା ନେଇ ମ୍ୟାଟ୍ରିମୋନି ସାଇଟରେ ଆକାଉଣ୍ଟ ଖୋଲିଥିଲେ ବେଙ୍ଗାଲୁରୁ କେଆର ପୁରମ ଅଞ୍ଚଳର ଜଣେ ୪୧ ବର୍ଷୀୟ ଯୁବକ।

ସାଙ୍କେତିକ ଫଟୋ:Matrimony site scam

Matrimony Scam: ପୂର୍ବରୁ ବାହାଘର ପାଇଁ ମଧ୍ୟସ୍ତିଙ୍କ ଆବଶ୍ୟକତା ପଡ଼ିଥିବା ବେଳେ ଏବେ ମ୍ୟାଟ୍ରିମୋଟି ସାଇଟ୍(matrimony site) ପାଲଟିଛି ବିବାହର ମାଧ୍ୟମ। ପୁଅ-ଝିଅ ମ୍ୟାଟ୍ରିମୋନି ସାଇଟରେ ପରିଚିତ ହୋଇ ପରିବାରର ସହମତିରେ ବିବାହ କରିବାକୁ ଏବେ ଅଧିକ ପସନ୍ଦ କରୁଛନ୍ତି।ତେବେ ସେହିଭଳି ବିବାହର ଆଶା ନେଇ ମ୍ୟାଟ୍ରିମୋନି ସାଇଟରେ ଆକାଉଣ୍ଟ ଖୋଲିଥିଲେ ବେଙ୍ଗାଲୁରୁ କେଆର ପୁରମ ଅଞ୍ଚଳର ଜଣେ ୪୧ ବର୍ଷୀୟ ଯୁବକ।ଏବେ ତାଙ୍କ ବିବାହର(marriage) ଆଶା ନିରାଶାରେ ପରିବର୍ତ୍ତନ ହୋଇଛି। ଏକ ବଡ଼ ଠକେଇର(Scam) ଶିକାର ହୋଇଛନ୍ତି ସେ।

ତେବେ ଠକେଇର ଶୀକାର ହୋଇଥିବା ଯୁବକ ଜଣକ ବ୍ରିଟେନର ଏକ ସଫ୍ଟୱେର କମ୍ପାନୀରେ କାର୍ଯ୍ୟରତ ଥିଲେ। ବ୍ରିଟେନରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ଏହି ଯୁବକ ଜଣଙ୍କ ଏକ ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଆସିଥିଲେ। ଏହାରି ଭିତରେ ସେ ବିବାହ ପାଇଁ ଏକ ମ୍ୟାଟ୍ରିମୋନି ସାଇଟରେ ସେ ପ୍ରୋଫାଇଲ୍ ତିଆରି କରି ଲାଗି ପଡ଼ିଥିଲେ କନ୍ୟା ଖୋଜା ଅଭିଯାନରେ।ସେ ସେହି ସାଇଟରେ ଜଣେ ଯୁତୀଙ୍କୁ ଭେଟିଥିଲେ, ପ୍ରଥମେ ବନ୍ଧୁତା ଓ ପରେ ବିବାହ ପାଇଁ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିଲା। ଏଥି ସହର ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ମଧ୍ୟ ରାଜି ହୋଇଥିଲେ ।ଏହା ପରେ ଉଭୟେ ଉଭୟଙ୍କ ସହ ଫୋନ କଲ୍ ଓ ଭିଡିଓ କଲରେ(video call) କଥାବର୍ତ୍ତା ହେବା ଆରମ୍ଭ କରି ଦେଇଥିଲେ।

ହେଲେ ଗତ ଜୁଲାଇ ୨ତାରିଖରେ ମହିଳା ଜଣକ ନିଜ ମାଆଙ୍କ ଚିକିତ୍ସା ପାଇଁ ଔଷଧ କିଣିବାକୁ ୧୫ଶହ ଟଙ୍କା ମାଗିଥିଲେ ଯାହା ଯୁବକ ଜଣକ ତାଙ୍କୁ ଦେଇଥିଲେ । ଏହା ପରେ ସମ୍ପୃକ୍ତ ମହିଳା ୪ତାରିଖ ରାତିରେ ଯୁବକଙ୍କୁ ନ୍ୟୁଡ କଲ କରିଥିଲେ  ଏବଂ ଏହାକୁ ସେ ରେକର୍ଡ କରି ପରେ ଯୁବକଙ୍କୁ ବ୍ଲାକମେଲ କରିବା ସହ ଟଙ୍କା ମଧ୍ୟ ମାଗିଥିଲେ। ଟଙ୍କା ନ ଦେଲେ ସେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବା ନେଇ ଧମକ ମଧ୍ୟ ଦେଇଥିଲେ। ଏପରି ପରିସ୍ଥିତିରେ କୌଣସି ଉପାୟ ନପାଇ ଯୁବତୀ ଦେଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍ ନମ୍ବରକୁ ଯୁବକ ଜଣକ ପର୍ଯ୍ୟାୟ କ୍ରମେ ୧କୋଟି ୧୪ଲକ୍ଷ ଟଙ୍କା ପଠାଇଥିଲେ।

ତେବେ ମନହିଳା ଜଣଙ୍କ ଆହୁରୀ ଟଙ୍କା ଦାବି କରିବାକୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବକ। ତେବେ ଏ ନେଇ ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ସନ୍ କ୍ରାଇମ ପୋଲିସ ଏକ ମାମଲା ରୁଜୁ କରିବା କଡ଼ାକଡ଼ି କରିଥିଲା ତଦନ୍ତ। ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲେ ଯେ ଉକ୍ତ ମହିଳା ଜଣଙ୍କ ଠକିବା ଉଦ୍ଦେଶ୍ୟ ନେଇ ମ୍ୟାଟ୍ରିମୋନି ସାଇଟରେ ନିଜର ଆକାଉଣ୍ଟ ଖୋଲିଥିଲେ। ତେବେ ସମ୍ପୃକ୍ତ ଯୁବତୀ ଦେଇଥିବା ନମ୍ବର ଆଧାରରେ ପୋଲିସ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି। ସେଥିରୁ ୮୪ଲକ୍ଷ ଟଙ୍କାକୁ ଜବତ କରାଯାଇଛି ଏବଂ ଅନ୍ୟ ୩୦ଲକ୍ଷ ଟଙ୍କା ଯୁବତୀ ଜଣକ ଖର୍ଚ୍ଚ କରିଦେଇଥିବା କହିଛନ୍ତି ।

Also Read: Nuh Violence: ଧାର୍ମିକ ଶୋଭାଯାତ୍ରା ବେଳେ ପଥର ମାଡ଼, ୩ ମୃତ ୨୦ ଆହତ
ଷ୍ଟେସନ ମାଷ୍ଟରଙ୍କ ରହସ୍ୟଜନକ ମୃତ୍ୟୁ ପରେ ବନ୍ଦ ହୋଇଥିଲା ଏହି ଭୂତିଆ ରେଳ ଷ୍ଟେସନ, ପଢନ୍ତୁ ଲୋମ ଟାଙ୍କୁରା କାହାଣୀ