Odisha news live updates: ପ୍ରବଳ ବର୍ଷା ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2379662

Odisha news live updates: ପ୍ରବଳ ବର୍ଷା ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ଓ ଅନ୍ୟାନ୍ୟ ଖବର

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates: ପ୍ରବଳ ବର୍ଷା ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ଓ ଅନ୍ୟାନ୍ୟ ଖବର
LIVE Blog

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

14 August 2024
22:50 PM

Govind Mohan Home Secretary: ୧୯୮୯-ସିକ୍କିମ୍ କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଗୋବିନ୍ଦ ମୋହନଙ୍କୁ ପରବର୍ତ୍ତୀ କେନ୍ଦ୍ର ଗୃହ ସଚିବ ଭାବରେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ବୁଧବାର ଦିନ ତାଙ୍କ ନାମ ନିଶ୍ଚିତ କରିଛି। ମୋହନ ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭାଲାଙ୍କ ସ୍ଥାନ ନେବେ। 

19:00 PM

Odisha news live updates: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି । ଯେଉଁଥିରେ ଓଭରାଲ ରାଙ୍କିଂର ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି । ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ‘ସୋଆ’ ଆଗରେ ରହିଛି । ୬୦.୭୩% ସ୍କୋର୍‌ ସହ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି‘ସୋଆ’ ।

17:42 PM

Odisha news live updates:  ବିଜେପି ନିଜର ନିର୍ବାଚନ ପ୍ରତିଶୃତି ପାଳନ କରୁନାହିଁ। ଯେଉଁ ଆଶା ଓ ଆକାଂକ୍ଷା ନେଇ ଜନସାଧାରଣ ବିଜେପିକୁ ରାଜ୍ୟରେ ସରକାର ଗଠନ ଲାଗି ବହୁମତ ଦେଇଛନ୍ତି ତାହାକୁ ସମ୍ମାନ ଜଣାଉ ନାହିଁ ସରକାରୀ ଦଳ। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏନେଇ ସେ ସାରା ରାଜ୍ୟରେ ଜନ ସଚେତନତା ବୃଦ୍ଧି କରିବେ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସରକାରୀ ଦଳକୁ ସମାଲୋଚନା କରି ନବୀନ କହିଛନ୍ତି ‘୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏହାର ଅର୍ଥ ବିଜେପିର ପ୍ରତିଶୃତି ପାଣିର ଗାର’। 

17:00 PM

Odisha news live updates: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ହିଂସା ଓ ନିର୍ଯାତନାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଲୋକ । ଆଜି ଏ ସମ୍ପର୍କରେ ହିନ୍ଦୁ ଯୁବଗୋଷ୍ଠୀ ଏବଂ ଛାତ୍ର ସଂଗଠନ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ । ସେପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଆଲର୍ଟ ରହିଛନ୍ତି ରାଜ୍ୟ ସରକାର । ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଉଭୟ ଜଳ ଓ ସ୍ଥଳପଥରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛି । ପୋଲିସ ଓ କୋଷ୍ଟଗାର୍ଡକୁ ମଧ୍ୟ ଆଲର୍ଟ କରାଯାଇଛି ।

16:00 PM

Odisha news live updates: କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବର୍ତ୍ତମାନ ଧିରେ ଧିରେ ଆନ୍ଦୋଳନ ତେଜିବାରେ ଲାଗିଛି । ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଥିବା ଦେଖିବାକୁ ମିଳିଛି । ସେପଟେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ । ପୀଡିତାଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦାବି କରିଛନ୍ତି ସମସ୍ତେ ।

15:00 PM

Odisha news live updates: ନିର୍ବାଚନ ସମୟରେ ଅନିୟମିତତା ହୋଇଥିବା ମାମଲାରେ ୨ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ ଜାରି ହୋଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍ ହୋଇଥିବା ସୂଚନା ମିଳିଛି । ନାମାଙ୍କନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ୍ ହୋଇଛି । ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

13:51 PM

Odisha News Live Updates: ୧୭ ପ୍ରତିଶତ ହ୍ରାସ ପାଇଲା ଆଦାନୀ ସେୟାର
ହିଣ୍ଡେନବର୍ଗ ରିପୋର୍ଟ ପରେ ଖୋଲିଲା ଷ୍ଟକ ମାର୍କେଟ। ସେୟାର ବଜାରରେ ଆଦାନୀ ସେୟାର ଉପରେ ପଡ଼ିଛି ବଡ଼ ପ୍ରଭାବ। ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ, ଆଦାନୀ ସେୟାର ୧୭ ପ୍ରତିଶତ ହ୍ରାସ ହୋଇଥିବା ଜଣାପଡିଛି। ସୋମବାର ଆଦାନୀ ଗ୍ରୁପ୍ ପାଇଁ ପୁଣି ଥରେ କଳା ଦିନ ସାବ୍ୟସ୍ତ ହୋଇଛି। ହିଣ୍ଡେନବର୍ଗ ରିସର୍ଚର ନୂଆ ରିପୋର୍ଟ ଆସିବାର ଦୁଇ ଦିନ ପରେ ସୋମବାର ବଜାର ଖୋଲିଛି ଓ ଖୋଲିବା ମାତ୍ରକେ ଏଭଳି ଏକ ମନ୍ଦ ଖବର ସାମ୍ନାକୁ ଆସିଛି । ଏବେ ଆଦାନୀ ଗ୍ରୁପର ସେୟାରରେ ବ୍ୟାପକ ହ୍ରାସ ରେକର୍ଡ କରାଯାଇଛି। ଆରମ୍ଭରୁ ଆଦାନୀ ଗ୍ରୁପର ସେୟାର ୧୭ ପ୍ରତିଶତ ପର୍ୟ୍ୟନ୍ତ କ୍ଷତିରେ କାରବାର କରୁଛି । ସେନସେକ୍ସରେ ଆଦାନୀ ଟୋଟାଲ ଗ୍ୟାସ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଦାନୀ ପାୱାର ଓ ଆଦାନୀ ୱିଲମାରର ସେୟାର ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି ପ୍ରାୟ ଅଢ଼େଇ ପ୍ରତିଶତ ହ୍ରାସ ପାଇଛି।

09:31 AM

Odisha News Live Updates: ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ଚର୍ଚ୍ଚିତ ପୁତ୍ର ବିତ୍ତିହୋତ୍ରଙ୍କ ପରଲୋକ
ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ଚର୍ଚ୍ଚିତ ପୁତ୍ର ବିତ୍ତିହୋତ୍ର ମହାନ୍ତିଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର। ରାଜସ୍ଥାନରେ ବିତ୍ତିହୋତ୍ରଙ୍କ ନାଁରେ ଜର୍ମାନର ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା। ଜେଲରେ ରହି ଘରକୁ ପାରୋଲରେ ଆସିବା ପରେ କଟକରୁ ସେ ଫେରାର ମାରିଥିଲେ। ସେ ରାଘବ ରାଜନ୍ ନାଆଁରେ ଲୁଚି ରହି  ଏକ ବ୍ୟାଙ୍କରେ କାମ କରୁଥିବା ବେଳେ ପୁଣି ପୁଲିସ ହାତରେ ଧରାପଡ଼ିଥିଲେ।

09:03 AM

Odisha News Live Updates: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଆଉଜଣେ ପୂର୍ବତନ ମୁଖ୍ୟଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଆଉଜଣେ ପୂର୍ବତନ ମୁଖ୍ୟଯନ୍ତ୍ରୀ: ରାଜ୍ୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର। ଭୁବନେଶ୍ୱର, କଟକ, ଝାରସୁଗୁଡ଼ାରେ ଥିବା ତାଙ୍କ ଘର ଉପରେ ଏକକାଳୀନ ଚଢ଼ଉ କରାଯାଉଛି। ଆଜି ସକାଳୁ ୯ଟି ସ୍ଥାନରେ ଏହି ଚଢ଼ଉ ଆରମ୍ଭ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଯାଞ୍ଚ କରୁଛନ୍ତି ଭିଜିଲାନ୍ସ।

09:03 AM

Odisha News Live Updaets: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ
ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ପ୍ରତି ସୋମବାର ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଜନଶୁଣାଣି ଆସନ୍ତାକାଲି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ସୂଚିତ କରାଯିବ ବୋଲି ସୂଚନା ମିଳିଛ ।

09:01 AM

Odisha News Live updates: ପୁଣି ବଢ଼ିବ ବର୍ଷା; ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

09:00 AM

Today Horoscope: ଶ୍ରାବଣ ଚତୁର୍ଥ ସୋମବାରରେ ମହାଦେବଙ୍କ ଆଶିର୍ବାଦରେ ଚମକିବ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?
Horoscope Today 12 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧୨ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

08:59 AM

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।