Odisha News Live Updates: ମାଲକାନଗିରିରେ ପାଣ୍ଡିଆନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2226572

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

29 April 2024
23:03 PM

Odisha News Live Updates: ବେଆଇନ୍‌ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ  ଏକ ବଡ ରାୟ ସାମ୍ନାକୁ ଆସିଛି । ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଉପରେ ରୋକ୍‌ ଲଗାଯାଇଛି । ନିକଟରେ ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରାଯିବା ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ସରକାର ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରାଯିବା ପରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଉପରେ  ରୋକ୍ ଲଗାଇଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ କଣ ଆସିବ ତାହା ମେ' ୬ ତାରିଖରେ ଜଣାପଡିବ ।

22:58 PM

Rashifal 30 April 2024: କେଉଁ ରାଶିପାଇଁ ମଙ୍ଗଳମୟ ହେବ ମଙ୍ଗଳବାର? ଜାଣନ୍ତୁ ରାଶିଫଳ

Rashifal 30 April 2024: ମେ ମାସ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ କିପରି କଟିବ ଏପ୍ରିଲ ମାସର ଶେଷ ଦିନ । ୧୨ ରାଶିର ବ୍ୟକ୍ତିଙ୍କ ପାଇଁ ଏପ୍ରିଲ୍ ୩୦ କିପରି ରହିବ? ଆପଣଙ୍କୁ କେଉଁ ଉପାୟ ଗ୍ରହଣ କରିବାକୁ ପଡ଼ିବ ? କେଉଁ ଜିନିଷଗୁଡ଼ି ଉପରେ ଧ୍ୟାନ ଦେବେ? ଆସନ୍ତାକାଲିର ରାଶିଫଳ ମାଧ୍ୟମରେ ଆପଣ ଏସବୁ ବିଷୟରେ ଜାଣିପାରିବେ । ଜ୍ୟୋତିଷଙ୍କଠାରୁ ଆସନ୍ତୁ ଜାଣିବା ରାଶିଫଳ ଏବଂ ପ୍ରତିକାର > ଅଧିକ ପଢ଼ନ୍ତୁ...

22:42 PM

Odisha News Live Updates: ଗୃହମନ୍ତ୍ରୀ ଅମିତ ଶାହ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଥିବା ଜଣାପଡିଛି । ବିହାରର ବେଗୁସରାର ଏକ ଅସ୍ଥାୟୀ ହେଲିପ୍ୟାଡରୁ ହେଲିକପ୍ଟର ମାଧ୍ୟମରେ ଉଡାଣ ଭରିବା ସମୟରେ ହେଲିକପ୍ଟରଟି ସାମାନ୍ୟ ନିୟନ୍ତ୍ରଣ ହରାଇଥିଲା । ତେବେ ସୌଭାଗ୍ୟବଶତଃ ପାଇଲଟ ଜଣକ ହେଲିକପ୍ଟରକୁ ସଠିକ ଢଙ୍ଗରେ ଚଳାଇବାରେ ସକ୍ଷମ ହୋଇଥିଲେ ।

22:35 PM

Odisha News Live Updates: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଇ ୨ତାରିଖ ଦିନ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏପ୍ରିଲ ୩୦ ଦିନ ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ । ନାମାଙ୍କନପତ୍ର ଦାଖଲ ପରେ ନବୀନ ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି । ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ।

22:20 PM

ଗ୍ରୀଷ୍ମ ପ୍ରବାହ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପକୁ ନଜରରେ ରଖି ଆଗାମୀ ସପ୍ତାହକୁ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ନେଇ ଘୋଷଣା କରାଯାଇଛି । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ରାଲି ଏବଂ ସଭା ଆୟୋଜନ କରୁଛନ୍ତି । ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପାନୀୟ ଜଳ ସହ ଓଆରଏସ୍ ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ...

22:00 PM

TOP 10 NEWS TODAY: ଦିନ ଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:42 PM

Odisha News Live Updates: ବେଆଇନ୍‌ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ  ଏକ ବଡ ରାୟ ସାମ୍ନାକୁ ଆସିଛି । ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଉପରେ ରୋକ୍‌ ଲଗାଯାଇଛି । ନିକଟରେ ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରାଯିବା ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ସରକାର ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରାଯିବା ପରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଉପରେ  ରୋକ୍ ଲଗାଇଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ କଣ ଆସିବ ତାହା ମେ' ୬ ତାରିଖରେ ଜଣାପଡିବ ।

21:24 PM

Odisha News Live Updates: କର୍ଣ୍ଣାଟକାର ବାଗଲକୋଟରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ବର୍ଷ ତଳେ ହୋଇଥିବା ଏୟାରଷ୍ଟ୍ରାଇକ କଥା ଉଠାଇଛନ୍ତି । ତେବେ ୨୦୨୪ ନିର୍ବାଚନ ସମୟରେ ମୋଦୀଙ୍କ ଏହି କଥାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୋଦି କହିଛନ୍ତି ଯେ, “ମୁଁ ଭାରତୀୟ ସେନା ବାହିନୀକୁ ଗଣମାଧ୍ୟମ ସାମ୍ନାରେ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଜଣାଇବାକୁ ପରାମର୍ଶ ଦେଇଥିଲି। କିନ୍ତୁ ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କୁ ଟେଲିଫୋନ ମାଧ୍ୟମରେ ଏ ବିଷୟରେ ଜଣାଇବାକୁ ଚାହିଁଥିଲି। ତେବେ ୨୦୧୯ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କବାଦୀ ହମଲା ସମ୍ପର୍କରେ କହିଥିଲେ ।

21:07 PM

Odisha News Live Updates: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ପୀଡ଼ିତା ନାବାଳିକାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ ତେବେ ଆଜି ଉକ୍ତ ରାୟକୁ ସୁପ୍ରିମକୋର୍ଟ ଫେରାଇ ନେଇଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ସର୍ବୋଚ୍ଚ ଅଦାଲତ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ୩୦ ସପ୍ତାହର ଭୃଣକୁ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନଜରରେ ରଖି ସୁପ୍ରିମକୋର୍ଟ ରାୟରେ ପରିବର୍ତ୍ତନ କରିଛନ୍ତି । ନାବାଳିକାର ପିଲା ଜନ୍ମହେଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ପୀଡିତାଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ।

20:50 PM

Thunderstorm: କାଳବୈଶାଖୀ ସମୟରେ ବଜ୍ରପାତ, ୧ ମୃତ ୨ ଗୁରୁତର

Thunderstorm: ଆଜି ଦିନ ତମାମ ପ୍ରବଳ ଗରମ ଅନୁଭୂତ ହୋଇଥିବା ସମୟରେ ସନ୍ଧ୍ୟା ସମୟରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ ହୋଇଛି । ଗଞ୍ଜାମ ପାତ୍ରପୁର ବ୍ଲକ ଅଞ୍ଚଳରେ ବଜ୍ରପାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୨ ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

20:05 PM

Odisha News Live Updates: ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟ ଲାଗି ତାଙ୍କୁ ଜେଲ୍‍ରୁ ଆସିବା ଜରୁରୀ ବୋଲି ନିବେଦନ କରି ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ଧକ୍କା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ନିବେଦନକୁ ମେ’ ୬ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟ ଭିତରେ ଝାଡ଼ଖଣ୍ଡ ହାଇକୋର୍ଟ ଚାହିଁଲେ ସମ୍ପୃକ୍ତ ମାମଲା ଉପରେ ଶୁଣାଣି କରିପାରିବ ବୋଲି କହିଛନ୍ତି।

 

19:45 PM

Odisha News Live Updates: ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ଏବଂ ନବରଙ୍ଗପୁର ଜିଲ୍ଲାରେ ଲାଗିରହିଛି କାଳବୈଶାଖୀ ପ୍ରଭାବରେ  କିଛି ଅଂଚଳରେ ପବନ ୫୦ ରୁ ୬୦ କିମି, ବିଜୁଳି ଘଡଘଡି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି  ବୋଲି ପାଣିପାଗ ବିଭାଗ କହିଛି ।

19:22 PM

Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ

Guru Gochar 2024: ଦେବଗୁରୁ ବୃହସ୍ପତି ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଘର ତଥା ଦ୍ୱାଦଶ ଘରର ଆରାଧ୍ୟ । ବର୍ତ୍ତମାନ ଦେବଗୁରୁ ବୃହସ୍ପତିଙ୍କ ଚଳନ ମେଷ ରାଶିର ଦ୍ୱିତୀୟ ଘରେ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ...

18:55 PM

Odisha News Live Updates: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁଜରାଟର ସୁରତ ଭଳି ରାଜନୀତିକ ଅବସ୍ଥା ଦେଖିବାକୁ ମିଳିଛି।   ଏଠାରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ବିଜେପିରେ ସାମିଲ ହୋଇଛନ୍ତି। ଯାହା ଫଳରେ ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନାହାଁନ୍ତି।

18:18 PM

Odisha News Live Update: ମୋନୀଦିପା ସର୍ଖେଲଙ୍କ ଆହ୍ୱାନ

ସମସ୍ତ ମନମାଳିନ୍ଯ କୁ ଭୁଲି ଏକ ହୋଇ ଲଢିବାକୁ ଆହ୍ବାନ ଦେଇଛି ପାରାଦ୍ଵୀପ ବିଜେଡି। ପାରାଦ୍ଵୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ବ ରେ ସମସ୍ତ କର୍ମୀ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି କର୍ମୀ। ଏହି ବୈଠକରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କ ସମେତ ବିଧାୟକ ସମ୍ବିତ ରାଉତରାୟ, ବିଜୁ ଶ୍ରମିକ ସାମୁଖ୍ୟ ର କାର୍ଯ୍ୟକାରୀ ସଭାନେତ୍ରୀ ମୋନିଦୀପା ସାର୍ଖେଲ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଗିରିସ୍ ଦାସ୍ ଓ ପାରାଦୀପ ପର୍ଯ୍ୟବେକ୍ଷକ ସନ୍ତୋଷ ଭେଜ୍ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

18:08 PM

Odisha News Live Updates: ସମସ୍ତ ମନମାଳିନ୍ଯକୁ ଭୁଲି ଏକ ହୋଇ ଲଢିବାକୁ ଆହ୍ବାନ ଦେଇଛି ପାରାଦ୍ଵୀପ ବିଜେଡି। ପାରାଦ୍ଵୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ବରେ ସମସ୍ତ କର୍ମୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି କର୍ମୀ। ଏହି ବୈଠକରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟଙ୍କ ସମେତ ବିଧାୟକ ସମ୍ବିତ ରାଉତରାୟ, ବିଜୁ ଶ୍ରମିକ ସାମୁଖ୍ୟ ର କାର୍ଯ୍ୟକାରୀ ସଭାନେତ୍ରୀ ମୋନିଦୀପା ସାର୍ଖେଲ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଗିରିସ୍ ଦାସ୍ ଓ ପାରାଦୀପ ପର୍ଯ୍ୟବେକ୍ଷକ ସନ୍ତୋଷ ଭେଜ୍ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ। 

17:53 PM

Odisha News Live Updates: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ିର ବିଶାଳ ଶୋଭାଯାତ୍ରା। ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚକ୍ରମଣୀ କହଁରଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଜନ ସମୁଦ୍ର ପାଲଟିଲା ବାଲିଗୁଡ଼ା ସହର। ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ପ୍ରାୟ ୩୦ ହଜାର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସିଥିଲେ ଚକ୍ରମଣୀ । କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼.ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଚାରୋଟି ବ୍ଲକର ସଭାପତି, ବହୁ ନେତା ଓ ବରିଷ୍ଠ କର୍ମକର୍ତ୍ତା ସାମିଲ୍ ହୋଇଥିଲେ। 

17:42 PM

ବିଫଳ ସ୍ୱାସ୍ଥ୍ୟସେବା ! ବାଟରେ ଅଟକିଲା ଅମ୍ବୁଲାନ୍ସ, ପ୍ରସବ ପରେ ମାଆଙ୍କ ମୃତ୍ୟୁ

କୋରାପୁଟ: ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ତୁରୁକ୍ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଜଣେ ପ୍ରସୂତି ଆମ୍ୱୁଲାନ୍ସରେ ଡାକ୍ତରଖାନା ପହଞ୍ଚି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

17:12 PM

Lord hanuman: ଜୟ ବଜରଙ୍ଗବାଲୀ, ମାତ୍ର ୭୨ ଘଣ୍ଟାରେ ୪ ହଜାର ବର୍ଗଫୁଟର ଚିତ୍ର ଆଙ୍କିଲେ ଛାତ୍ର

Lord hanuman painting: ଜଣେ ଏକାଦଶ ଛାତ୍ର ନିଜ ପ୍ରତିଭା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ କଫି ପାଉଡର ବ୍ୟବହାର କରି ୪ ହଜାର ବର୍ଗଫୁଟର ପ୍ରଭୁ ହନୁମାନଙ୍କ ଚିତ୍ର ଆଙ୍କିଛନ୍ତି । ବୈଷ୍ଣବ ବିଦ୍ୟାଳୟ ପରିସରରେ ୭୨ ଘଣ୍ଟା କଠିନ ପରିଶ୍ରମ ପରେ ଏହି କଳାକୃତିଟିକୁ ଛାତ୍ରଜଣକ ସମାପ୍ତ କରିଛନ୍ତି । ଏହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ ହେବା ପାଇଁ ପଠାଯାଇଛି। ଅଧିକ ପଢ଼ନ୍ତୁ...

16:40 PM

Odisha News Live Updates: ପ୍ରଥମେ ପ୍ରାର୍ଥୀ ହୋଇ ପରେ ଟିକେଟ କଟାଯିବାରୁ ଦଳ ଛାଡ଼ିଛନ୍ତି ଦୁଲାଲ ପ୍ରଧାନ। କଂଗ୍ରେସ ଗତକାଲି ତାଙ୍କ ଟିକଟ କାଟି ତାଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନଗେନ୍ଦ୍ର ବିଜେଡିରୁ ଆମଦାନୀ ହୋଇଥିବା ନେତା। ତାଙ୍କୁ ବିରୋଧ କରି ଦୁଲାଲ ଦଳ ଛାଡ଼ିଛନ୍ତି। 

16:18 PM

Odisha News Live Updates: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିନ ସାଢ଼େ ଦୁଇଟାରେ ରେକର୍ଡ କରାଯାଇଥିବା ସୂଚନା ଅନୁସାରେ କେନ୍ଦୁଝରରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାଓ ସମ୍ବଲପୁରରେ  ତାପମାତ୍ରା ୪୨ ପାର କରିଥିବା ବେଳେ, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ହୀରାକୁଦ ପ୍ରଭୃତି ସ୍ଥାନରେ ୪୧ ଉପରେ ପାରଦ ରେକର୍ଡ କରାଯାଇଛି।

16:03 PM

Top 10 News Today: ଅପରାହ୍ମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:58 PM

ଶାହଜହାଁପୁର ଆସନରେ ନାକଚ ହୋଇଗଲା ବିରୋଧି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କ ନାମାଙ୍କନ
୨୦୨୪ ନିର୍ବାଚନ ବେଳେ ବିରୋଧି ଇଣ୍ଡିଆ ମେଣ୍ଟକୁ ଲାଗିଛି ଜବରଦସ୍ତ ଝଟକା। ଉତ୍ତର ପ୍ରଦେଶର ଶାହଜହାଁପୁର ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ରାଜେଶ କଶ୍ୟପଙ୍କ ନାମାଙ୍କନ ନାକଚ ହୋଇଯାଇଛି। ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜାତିଗତ ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ କରାଯିବା ସହ ତାଙ୍କ ନାମାଙ୍କନ ମଧ୍ୟ ବାତିଲ ହୋଇଯାଇଛି। ନାମାଙ୍କନ ପତ୍ର ଯାଞ୍ଚ ସମୟରେ ତାଙ୍କ ପ୍ରମାଣପତ୍ର ଭୁଲ ବୋଲି ଜଣାପଡିଥିଲା। ଏହି ଆସନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ସମାଜବାଦୀ ପାର୍ଟି ପକ୍ଷରୁ ରାଜେଶ କଶ୍ୟପ ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କ ନାମଙ୍କନ ନାକଚ ହେବା ପରେ ସମାଜାବାଦୀ ପାର୍ଟି  ଏହାର ପ୍ରାର୍ଥୀ ଜ୍ୟୋତ୍ସନା ଗୌରଙ୍କ ନାମାଙ୍କନ ଦାଖଲ କରି ଦେଇଥିଲା। ଯିଏ ଏବେ ଶାହଜହାଁପୁର ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଭାବେ ୨୦୨୪ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

15:40 PM

Odisha News Live Updates: ଭାରତୀୟ ସମଲାରେ କ୍ୟାନ୍ସର ସୃଷ୍ଟିକାରୀ ସଂକ୍ରମଣ ରହିଛି ବୋଲି ଅଭିଯେଗ କରିଛି ଯୁକ୍ତରାଷ୍ଟ୍ର ଆମେରିକା କଷ୍ଟମ୍ସ ବିଭାଗ। ଏଥିଲାଗି ଗଲା ୬ ମାସ ଭିତରେ  ଏମ୍‍ଡିଏଚ୍‍ ମସାଲାରୁ ଆସୁଥିବା ୩୧ ପ୍ରତିଶତ  ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ସିଙ୍ଗାପୁର ଏବଂ ହଂକଂରେ ମଧ୍ୟ ଏମ୍‍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବିକ୍ରି ଉପରେ କଟକଣା ଲାଗାଯାଇଛି।

15:40 PM

Odisha News Live Updates: ଭାରତୀୟ ସମଲାରେ କ୍ୟାନ୍ସର ସୃଷ୍ଟିକାରୀ ସଂକ୍ରମଣ ରହିଛି ବୋଲି ଅଭିଯେଗ କରିଛି ଯୁକ୍ତରାଷ୍ଟ୍ର ଆମେରିକା କଷ୍ଟମ୍ସ ବିଭାଗ। ଏଥିଲାଗି ଗଲା ୬ ମାସ ଭିତରେ  ଏମ୍‍ଡିଏଚ୍‍ ମସାଲାରୁ ଆସୁଥିବା ୩୧ ପ୍ରତିଶତ  ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ସିଙ୍ଗାପୁର ଏବଂ ହଂକଂରେ ମଧ୍ୟ ଏମ୍‍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବିକ୍ରି ଉପରେ କଟକଣା ଲାଗାଯାଇଛି।

15:35 PM

Odisha News Live Updates: ବିଜେଡିର କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଆଜି ଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ଆଜି ଦିନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କାଳି ପଡିଆ ଠାରୁ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଦିନ ଧାର୍ଯ୍ୟ ହୋଇଛି।

15:15 PM

Odisha News Live Updates:  ମହାଦେବ ବେଟିଂ ଆପ ମାମଲାରେ ବଲିଉଡ଼ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି ମୁମ୍ବାଇର କ୍ରାଇମବ୍ରାଞ୍ଚର ଏସଆଇଟି। ବମ୍ବେ ହାଇକୋର୍ଟଙ୍କ ଠାରୁ ଆଗୁଆ ଜାମିନ୍ ଓ ଗିରଫଦାରୀରୁ ଆଶ୍ବସ୍ତି ନପାଇବା ପରେ ସାହିଲ ମୁମ୍ବାଇ ଛାଡି ପଳାଇଥିଲେ। ୪ ଦିନରେ ପ୍ରାୟ ୧୮୦୦ କିଲୋମିଟର ଯାତ୍ରା କରି ପୋଲିସକୁ ଚକମା ଦେଇଥିଲେ ସାହିଲ୍। ମାତ୍ର ଛତିଶଗଡର ଜଗଦଲପୁରରୁ ତାଙ୍କୁ ଗିରଫ କରାଯାଇଛି।

14:53 PM

Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୨୦ଜିବି ମାଗଣା ଡାଟା, ଜାଣନ୍ତୁ କିପରି

Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ  ଏକ ନୂଆ ଖୁସି ଖବର ଆସିଛି । ସମସ୍ତ ଉପଭୋକ୍ତାଙ୍କୁ ୨୦ ଜିବି ଡାଟା ମାଗଣା ମିଳିବ । ତେବେ ଏହି ସୁବିଧା ଆପଣଙ୍କୁ କିପରି ମିଳିବ ସେ ବିଷୟରେ ଆଜି ଆପଣଙ୍କୁ କହିବୁ । ଅଧିକ ପଢ଼ନ୍ତୁ

14:22 PM

Odisha News Live Updates: ଅନ୍ତରୀଣ ଜାମିନ୍ ପାଇ ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ ସୋରେନ୍
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ। ଆଜି ଏହି ଆବେଦନକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଆବେଦନର ଶୁଣାଣି ମେ’ ୬ରେ ହେବ ବୋଲି ଲେଖାଯାଇଛି। ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ନିଜ ଆବେଦନରେ ଲେଖିଥିଲେ ଯେ, ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ଜେଲରୁ ବାହାରକୁ ଯିବା ଜରୁରୀ। ଝାଡଖଣ୍ଡ ହାଇକୋର୍ଟ ଏହି ଆବେଦନ ଉପ‌ରେ ଶୁଣାଣି ନକରି ଫେବ୍ରୁଆରି ୨୮ରୁ ରାୟ ସଂରକ୍ଷିତ ରଖିଛନ୍ତି। ତେଣୁ ମୁଁ ସୁପ୍ରିମକୋର୍ଟ ଆସିଛି।

13:22 PM

Odisha News Live Updates: କହ୍ନୈୟାଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ କର୍ମୀଙ୍କ ବିରୋଧ । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେଲେ ଇସ୍ତଫା
ସାମ୍ନାକୁ ଆସିଲା ଦିଲ୍ଲୀ କଂଗ୍ରେସର କନ୍ଦଳ । ଲୋକସଭା ନିର୍ବାଚନ ଲଢୁଥିବା ଯୁବ ନେତା କହ୍ନୈୟା କୁମାରଙ୍କୁ ନିଜ ଦଳର କର୍ମୀ ହିଁ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ, ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ଯାହା ପରେ ଦିଲ୍ଲୀରେ କଂଗ୍ରେସ ରାଜନୀତି ସବୁକିଛି ଠିକ୍ ଠାକ୍ ନଥିବା ଜଣାପଡିଛି । ରବିବାର ଦିଲ୍ଲୀ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଥିଲା । ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେବା ସହିତ, କହ୍ନୈୟାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ । ସିଧାସଳଖ ତାଙ୍କ ନାମ ନେଇନଥିଲେ ବି, ତାଙ୍କୁ ବାହାରର ଲୋକ କହି ତେରେଛା ତୀର ମାରିଥିଲେ । ଆଉ ସ୍ଥାନୀୟ କୌଣସି ଲୋକଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ ।

13:20 PM

Odisha News Live Updates: ରାଘବ ଚଢ଼ାଙ୍କୁ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବିରୋଧରେ ରୁଜୁ ହେଲା ମାମଲା
ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବିଜୟ ମାଲ୍ୟାଙ୍କ ସହ ସମାନ କରି ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଏକ ଖବର ପରିବେଷଣ କରିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଚ୍ୟାନେଲ୍‌ଟି ରାଘବଙ୍କ ସମ୍ମାନହାନୀ କରିଥିବା ଅଭିଯୋଗରେ ପଞ୍ଜାବ ପୁଲିସ ଉକ୍ତ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ୟୁଟ୍ୟୁବ୍ ଚ୍ୟାନେଲ୍ ‘କ୍ୟାପିଟାଲ୍ ଟିଭି’ ବିରୋଧରେ ଏହି ଅଭିଯୋଗ ଲୁଧିଆନା ଲୋକସଭା ଆସନର ଆପ୍‌ ପ୍ରାର୍ଥୀ ଅଶୋକ ପପି ପ୍ରଶାରଙ୍କ ପୁଅ ବିକାଶ ପ୍ରଶାର ଆଣିବା ପରେ ଚ୍ୟାନେଲ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଚ୍ୟାନେଲ୍‌ଟି ବିଭ୍ରାନ୍ତିକର ବିଷୟବସ୍ତୁ ଏବଂ ମନଗଢ଼ା କଥା ପ୍ରଚାର କରୁଥିବା ଦର୍ଶାଇଛନ୍ତି।

12:49 PM

Odisha News Live Updates: ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା
ଆଜି ପୂର୍ବାହ୍ନ ୧୧ଟା ବେଳେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟସ୍ଥ କଷଣଅଣ୍ଟାରେ ଏକ ଦ୍ରୁତଗାମୀ ହାଇଓ୍ବା ଧକ୍କାରେ ଜନୈକ ବାଇକ୍ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋପାଳପୁର ଗ୍ରାମର ଅଭିରାମ ମଲିକଙ୍କ ପୁଅ ବଣ୍ଟି ମଲିକ ବୋଲି ଜଣାପଡିଛି। ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଆଳିପଟୁ ପତ୍ରପୁର ସେତୁ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣାରେ ମୃତ ଯୁବକଙ୍କୁ କ୍ଷତିପୂରଣ ନମିଳିବା ଯାଏ ଉତ୍ତେଜିତ ଲୋକେ ଜିଦ୍ ଧରି ରାସ୍ତା ଅବରୋଧ କରି ରଖିଛନ୍ତି। ରାସ୍ତାରୋକ ଯୋଗୁଁ ଶହଶହ ଯାନବାହନ ଉଭୟ ପଟ୍ଟାମୁଣ୍ଡାଇ ଓ ଆଳି ପଟୁ ରାସ୍ତାରେ ଅଟକି ରହିଛି।

12:32 PM

Odisha News Live Updates: ରାଜଧାନୀରେ ଖଇଫୁଟୁଛି ତାତି; କାଲିଯାଏ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ
ତାତିରୁ ନିସ୍ତାର ନାହିଁ। ସୂର୍ଯ୍ୟକୋପରେ ଜଳୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା । ଆଜିଠୁ ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ଆଜି ଓ କାଲି ପାଇଁ ସିଭିୟର ହିଟୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାଜଧାନୀରେ ଖଇଫୁଟୁଛି ତାତି। ଗ୍ରୀଷ୍ମ ପ୍ରକୋପରେ ଦିନ ତ ଦିନ ରାତି ବି ଏଠି ଭୟଙ୍କର। ସାନ-ବଡ଼ ସମସ୍ତଙ୍କ ଅବସ୍ଥା ଏଠି ବେହାଲ୍। ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ କରିପକାଇଛି ସମସ୍ତଙ୍କୁ। ସମଦଶା ଭୋଗୁଛନ୍ତି ସିଲଭର୍ ସିଟି କଟକ ବାସିନ୍ଦା। ପେଟପାଟଣାକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ କେବଳ ଘରୁ ବାହାରିବାକୁ ପଡୁଛି ନଚେତ, ସହରରେ ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ।

12:14 PM

Odisha Election: ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ
ର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ଭତ୍ରା । ଦୁହିଁଙ୍କୁ ନିଲମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କମଳ ଲୋଚନ ମିଶ୍ର । ଦୁହେଁ ସରକାରୀ ଚାକିରି କରି BJDର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୨୬ତାରିଖରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୈଦଲପୁରରେ ହୋଇଥିବା ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ନେଇ ଅଭିଯୋଗ ଆଣିଥିଲା ବିଜେପି ।

12:07 PM

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ
ପ୍ରଦୀପ ମାଝୀ ଓ ମାନସ ମାଡକାମୀ ପାଇଁ ଭୋଟ ମାଗିଲେ ପାଣ୍ଡିଆନ।

12:06 PM

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ
ରାସ୍ତା ଓ ଧର୍ମାନୁଷ୍ଠାନର ଉନ୍ନତି ପାଇଁ ହଜାର ହଜାର କୋଟିଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ଦଳ ପାଇଁ ଭୋଟ ମାଗିଲେ ବିଧାୟକ। 

12:03 PM

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ
ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ। ଦରଦାମ ବୃଦ୍ଧି ପାଇଁ ବିଜେପିକୁ ଦାୟୀ କଲେ ପାଣ୍ଡିଆନ। କହିଲେ ୬୦ ରୁ ୧୦୦ରେ ଦର ପହଞ୍ଚାଇଛି ବିଜେପି ସରକାର। ଆଦିବାସୀ ଭାଇଭଉଣୀଙ୍କ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ପାଣ୍ଡିଆନ। 

12:02 PM

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ
ଆଦିବାସୀଙ୍କର ୫୦ ପ୍ରତିଶତ ମାମଲା ପ୍ରତ୍ୟାହାର ହୋଇଛି। ସବୁ ବଡ଼ ଯୋଜନା ମାଲକାନଗିରିରୁ ଆରମ୍ଭ ହୋଇଛି ବୋଲି କହିଛନ୍ତି ପାଣ୍ଡିଆନ।

12:01 PM

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ
ବିରୋଧିଙ୍କ ଉପରେ ବର୍ଷିଲେ ପାଣ୍ଡିଆନ। ସବୁଠାରୁ ଅଧିକ ଜଙ୍ଗଲ ଜମି ପଟ୍ଟା ପାଇଛି ମାଲକାନଗିରି। 

11:38 AM

Odisha News Live Updates: ମାଲକାନଗିରିରେ ପାଣ୍ଡିଆନ
କାଲିମେଳାରେ ଭିକେ ପାଣ୍ଡିଆନ। ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

11:37 AM

Odisha News Live Updates: ନେତାଙ୍କୁ ଭୋଟରଙ୍କ କଡା ଚେତାବନୀ
ରାସ୍ତା ନାହିଁ ତ ଭୋଟ ନାହିଁ । ପ୍ରଚାର ପାଇଁ ଆସିଲେ ନେତାଙ୍କୁ କରାଯିବ ବିରୋଧ। ଏଭଳି ଚରମବାଣୀ ଶୁଣାଇଛନ୍ତି କଟକ କଟକ ମାହାଙ୍ଗା ବ୍ଲକ ମହେଶପୁର ଗ୍ରାମବାସୀ। ହାତରେ ଠେଙ୍ଗା ଧରି ପ୍ରତିବାଦ ଜଣାଇିଛନ୍ତି ଗାଁର ମହିଳାମାନେ। ଗାଁକୁ ରାସ୍ତା ନିର୍ମାଣ ପାଇଁ ୧୦ ବର୍ଷ ହେବ ଦାବି କରିଆସୁଛନ୍ତି ଲୋକେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ପାଣି ସମସ୍ୟାରେ ମଧ୍ୟ ଘାଣ୍ଟି ହେଉଛନ୍ତି ଗାଁର ୫୦ ପରିବାର। ଗାଁରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ସେଥିରୁ ଖାରିଆ ପାଣି ବାହାରୁଛି। ସରପଞ୍ଚଙ୍କଠାରୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ନେହୁରା ପରେ ବି କେହି ଦାବି ଶୁଣୁ ନଥିବା ଅଭିଯୋଗ ହୋଇଛି। ତେଣୁ ବାଧ୍ୟ ହୋଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ। ଏନେଇ ଗାଁର ମହିଳାମାନଙ୍କ ପକ୍ଷରୁ ବ୍ୟାନର ମଧ୍ୟ ମରାଯାଇଛି।

11:21 AM

Odisha News Live Updates: ବିଶାଳ ରୋଡ ସୋ’ରେ ନାମାଙ୍କନ ଭରିବାକୁ ଗଲେ ସମ୍ବିତ ପାତ୍ର 
ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଗଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ସୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ସମ୍ବିତ ପାତ୍ର। ସାଥୀରେ ଗଲେ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ଆଶ୍ରିତ ପଟ୍ଟନାୟକ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ। ପୁରୀ ଉତରା ଛକ ମା’ ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେହିପରି ବିଜେଡି ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମା ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ। କଣାସ ବ୍ଲକର ମା’ କୁଜେଶ୍ୱରୀ ପୀଠ, ପଞ୍ଚଶଖା ପୀଠ ଓ ସାକ୍ଷୀଗୋପାଳଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ସମର୍ଥକଙ୍କ ସହ ପୁରୀ ଅଭିମୁଖେ ବାହାରିଛନ୍ତି ସଞ୍ଜୟ ଦାସବର୍ମା।

11:15 AM

Odisha News Live Updates: ସହରରେ ମାତିଛନ୍ତି ଜମି ମାଫିଆ: ପ୍ଲଟିଂ କରି ସରକାରୀ ଜମି ବିକ୍ରି!
ସହର ଓ ଏହାର ଆଖପାଖରେ ମାତିଛନ୍ତି ଜମି ଦଲାଲ। କିଣୁଥିବା ଜମିକୁ ୧୦ରୁ ୧୫ ଗୁଣା ଅଧିକ ଦାମରେ ବିକୁଛନ୍ତି। ସରକାରୀ ଜାଗାକୁ ବି ଛାଡୁନାହାନ୍ତି। ରେଳବାଇ, ରାଜ୍ୟ ସରକାର ଓ ଆର୍‌ଏସ୍‌ପିର ମୂଲ୍ୟବାନ ଜାଗାକୁ ବିନା କାଗଜପତ୍ରରେ ଅନ୍ୟମାନଙ୍କୁ ବିକି ଦେଉଛନ୍ତି। ବର୍ଷ ବର୍ଷ ଧରି ଏମିତି ବେଆଇନ କାର୍ଯ୍ୟ ଚାଲୁଥିଲେ ହେଁ, ସ୍ଥାନୀୟ ପ୍ରଶାସନ ଏମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି। ନିଜର ବ୍ୟକ୍ତିଗତ ଜମି କହି ଅନ୍ୟମାନଙ୍କୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକି ଦେଉଛନ୍ତି। ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି ସହରସେବା ବିଭାଗ ଏମିତି ବେଆଇନ କାର୍ଯ୍ୟ କରୁଥିବା ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବନ୍ଧମୁଣ୍ଡା, ଜଲଦା ଓ ଫର୍ଟିଲାଇଜର କିଛି ସ୍ଥାନରେ ଜମି ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକ୍ରି କରୁଛନ୍ତି। ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନିରେ ସରକାରୀ ଜମି କିଣାବିକାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା।

11:11 AM

Odisha News Live Updates: ନାମାଙ୍କନ ପୂର୍ବରୁ ରାଜନାଥଙ୍କ ଶକ୍ତି ପ୍ରଦର୍ଶନ
ଲକ୍ଷ୍ନୌ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରାଜନାଥ ସିଂଙ୍କ ରୋଡ୍ ସୋ। ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ଡେପୁଟି ସିଏମ ବ୍ରଜେଶ ପଠକ ଏବଂ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ଅଛନ୍ତି।

10:51 AM

Odisha News Live Updates: ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମଳିନୀ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବରେ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇ ସମ୍ବଲପୁରୀ ଭାଷା ସାହିତ୍ୟର ଉନ୍ନତି ଦିଗରେ ତଥା ବ୍ୟବହାରର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଡ. ଶ୍ୟାମସୁନ୍ଦର ଧର ସମ୍ବଲପୁରୀ ଭାଷାର ମଧୁରତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ପ୍ରଫୁଲ୍ଲ କୁମାର ହୋତା ସମ୍ବଲପୁରୀ ଭାଷାର ଉନ୍ନତି ନିମନ୍ତେ ନିଆଯାଇଥିବା ପଦକ୍ଷେପ ଏବଂ ଗ୍ରହଣୀୟତା ଦିଗରେ ଆଲୋଚନା କରିଥିଲେ।

10:39 AM

Odisha News Live Updates: ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ରାମିଆଳ ନଦୀରେ ଥିବା ସାପୁଆକୁ ଆସିଥିବା ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୋମବାର ୯ଟାରେ ମହୁମାଛି ଆକ୍ରମଣ କରିଥିବାର ଖବର ମିଳିଛି। ଏବେ ସେଠାରେ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଚାଲିଥିବା ବେଳେ ସୋମବାର ପିଲାମାନେ ପାଣିରେ ଗାଧୋଇବା ପାଇଁ ଯାଉଥିଲେ। ଏହି ସମୟରେ ଆଜି ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା।

10:30 AM

Odisha News Live Updates: ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ
ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

 

10:12 AM

Odisha News Live Updates: ନାମାଙ୍କନ ଦାଖଲ ପୂର୍ବରୁ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ଆଠଗଡ଼ ବିଧାନସଭା ଆସନ ପାଇଁ ନୋମିନେସନ ଭରିବାକୁ ଗଲେ ବିଜେଡିର ହେଭିୱେଟ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ନିଜ ୪୦ ବର୍ଷ ତଳର ସ୍କୁଟର ନେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି ରାଜା ସ୍ୱାଇଁ। ସକାଳୁ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ବାଇକ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ବାହାରିଛନ୍ତି ରାଜା। ୨୦୧୨ ମସିହାରୁ ଏହି ଆସନରେ ରାଜା ଜିତି ଆସୁଛନ୍ତି। ସେପଟେ ରାଉରକେଲାରେ ସମର୍ଥକଙ୍କ ସହ ବିଶାଳ ରାଲି କରିଛନ୍ତି ଦିଲ୍ଲୀପ ରାୟ।  କର୍ମୀ ଓ ସମର୍ଥକଙ୍କ ସହ ବିର୍ସାମୁଣ୍ଡା ଛକରୁ ବିଶାଳ ରାଲିରେ ଯାଇ ଏଡିଏମଙ୍କ ଅଫିସରେ ପହଞ୍ଚି ନାମାଙ୍କନ  ଦାଖଲ କରିବେ ଦିଲ୍ଲୀପ।

09:51 AM

Odisha News Live Updates: ଗୁଜରାଟ ଉପକୂଳରୁ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ
ଗୁଜରାଟ ଉପକୂଳରୁ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ ହୋଇଥିବା ସୂଚନା। ଏଟିଏସ ଏବଂ ଏନସିବିର ମିଳିତ ଅପରେସନରେ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି। ଭାରତ-ପାକିସ୍ତାନ ସମୁଦ୍ର ସୀମାରେ ୪୮ ଘଣ୍ଟା ଧରି ଚାଲିଥିଲା ଏହି ଅପରେସନ। ସମୁଦ୍ରପଥ ଦେଇ ମାଦକଦ୍ରବ୍ୟ ଚାଲାଣ ସମୟରେ ପାକିସ୍ତାନୀ ନାଗରିକଙ୍କ ଏହି ବୋଟକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ଏନସିବି ଓ ଏସଟିଏଫର ସ୍ୱତନ୍ତ୍ର ଟିମ୍। ଏମାନଙ୍କ ନିକଟରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୨୦ କୋଟି ଟଙ୍କା ହେବ। 

09:37 AM

Odisha News Live Updates: ୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ 
୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ । ଖଲ୍ଲିକୋଟ ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ବଡଘାଟି ହରିଡାମୂଳ ଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଏବଂ ହେଲପର । ଟ୍ରକଟି ତେଲେଙ୍ଗାନାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଛି । ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । କିନ୍ତୁ ଭାରସାମ୍ୟ ହରାଇ ପେପର ବୋଝେଇ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।

09:31 AM

Odisha News Live Updates: କୋରାପୁଟ ଗସ୍ତରେ ଭିକେ ପାଣ୍ଡିଆନ୍
ନିର୍ବାଚନ ପ୍ରଚାର ପାଇଁ କୋରାପୁଟ ଗସ୍ତରେ ବିଜେଡି ନେତା ଭିକେ ପାଣ୍ଡିଆନ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି ପାଣ୍ଡିଆନ। ଏହି ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ସହିତ ଭିକେ ପାଣ୍ଡିଆନ ବୈଠକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ବୈଠକରେ ଯୋଗଦେଇ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ସମୟରେ ଶ୍ରମିକ ମାନଙ୍କ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ଭିକେ ପାଣ୍ଡିଆନ୍।

08:59 AM

Odisha News Live Updates: ଛତିଶଗଡ଼ରେ ବଡ଼ ଧରଣର ସଡ଼କ ଦୁର୍ଘଟଣା: ବଢୁଛି ମୃତକଙ୍କ ସଂଖ୍ୟା
ଛତିଶଗଡ଼ର ବେମାତାରା ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌ ସହ ମୁହାଁମୁହିଁ  ଧକ୍କା ହୋଇ ୫ ଜଣ ମହିଳା ଓ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ମୃତ  ବ୍ୟକ୍ତିମାନେ ହେଲେ ଭୁରୀ ନିଶାଦ (୫୦), ନିରା ସାହୁ (୫୫), ଗୀତା ସାହୁ (୬୦), ଅଗ୍ନି ସାହୁ (୬୦), ଖୁଶୁବୁ ସାହୁ (୩୯), ମଧୁ ସାହୁ (୫), ରିକେଶ ନିଶାଦ (୬) ଏବଂ ଟ୍ୱିଙ୍କଲ ନିଶାଦ ( ୬)।

08:42 AM

Odisha News Live Updates: ଓଲଟିଲା ବରଯାତ୍ରୀ ବସ୍: ୩୦ରୁ ଅଧିକ ଆହତ
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଶୋଭା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବସ୍ ହେଲପରଙ୍କ ସମେତ ତିନି ଜଣଙ୍କ ଅବସ୍ଥା ସଂକାଟପନ୍ନ ରହିଛି । ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଆହତମାନଙ୍କୁ ବାଲିକୁଦା ଓ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଓ ୪ ଜଣ ଶିଶୁ ରହିଛନ୍ତି।ଦୁର୍ଘଟଣା ପରେ ବସ୍ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଆହତ ହେଲେ ବସ୍ ହେଲପର ମଙ୍ଗରାଜ ସ୍ବାଇଁ ଓ ମାନସ କାଣ୍ଡି। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।

08:34 AM

Odisha News Live Updates: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ: ଭୋଟ ଝୁଲା ବଢ଼ାଇବାକୁ ପ୍ରୟାସ
ଭୋଟ ହା‌ତେଇବାକୁ ପାଗ ଭିଡ଼ିଲେଣି ନେତା। ଗଳିକନ୍ଦିରେ ବୈଠକ କରି କର୍ମୀଙ୍କୁ ଏକାଠି କରୁଛନ୍ତି। ୱାର୍ଡସ୍ତରୀୟ ନେତାମାନେ ପ୍ରଚାରର ମଙ୍ଗ ଧରିଛନ୍ତି। ଘନଘନ ବୈଠକ କରି କର୍ପୋରେଟରମାନେ ଭୋଟରଙ୍କ ନିକଟତର ହେଉଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସରଗରମ ହେଉଥିବା ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଭୋଟହାର ବଢ଼ାଇବାକୁ ମାନସମନ୍ଥନ ଆରମ୍ଭ ହୋଇଛି। ଦୁଇ ବର୍ଷ ତଳେ ଅର୍ଥାତ୍‌ ୨୦୨୨ ପୌର ନିର୍ବାଚନରେ କେଉଁ ଦଳ କେ‌ଉଁ ୱାର୍ଡରେ କେତେ ଭୋଟ ହାତେଇଥିଲେ ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରୁଛନ୍ତି ବିଜେଡି ଓ ବିଜେପି। 

08:34 AM

Odisha News Live updates: କାମାକ୍ଷାନଗରରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ
ଢେଙ୍କାନାଳ ଜିଲ୍ଲା ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ନିକଟରେ ସୋମବାର ଭୋର ୫ଟାରେ ପୁଲିସ ଉପରକୁ ପାଲଟା ଗୁଳିକରି ଗୁଳି ଖାଇଲା କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ। ବହୁ ଅପରାଧିକ ମାମଲାରେ ଜଡ଼ିତ ଥିବା ସୁବାସ ଖୁଣ୍ଟିଆକୁ କାମାକ୍ଷାନଗର ପୁଲିସ ଖୋଜୁଥିବା ବେଳେ ଟେର ପାଉନଥିଲା। ସୁବାସ ନାମରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ଥିବା ଜଣାପଡିଛି।  ଖୁଣ୍ଟାପଶି ଗୁଣ୍ଡିଚାନାଳୀ ଗାଁ ପାଖ ଜଙ୍ଗଲରେ ସୋମବାର ସକାଳେ ହୋଇଥିଲା ଏନକାଉଣ୍ଟର, ଯାହାଫଳରେ ସୁବାସର ଡାହାଣ ଗୋଡ଼ରେ ବାଜିଛି ଏକ ଗୁଳି। ଘଟଣାସ୍ଥଳରେ ଏସ୍ଡିପିଓ ସ୍ନେହାଶିଷ ସାହୁ , ଥାନା ଅଧିକାରୀ ଧୀରେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

08:16 AM

Odisha News Live Updates: ଶିକ୍ଷିତ ବେକାରୀ ତାଲିକାରେ ଓଡ଼ିଶା ଶୀର୍ଷରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 

08:03 AM

Odisha News Live Updates: ଆଜି ଆସିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି
ଦେଶରେ ଷଷ୍ଠ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଅର୍ଥାତ ଏପ୍ରିଲ ୨୯ ସୋମବାର ଦିନ ବିଜ୍ଞପ୍ତି ଜାରି ହେବ। ଆସନ୍ତା ମଇ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଆଜି ବିଜ୍ଞପ୍ତି ଜାରି ହେବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଏହି ନାମାଙ୍କନ ପ୍ରକ୍ରିୟା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ପଢନ୍ତୁ ପୂରା ରିପୋର୍ଟ...

07:59 AM

Odisha News Live Updates: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ । ଓଡ଼ିଶାବାସୀ ଏହାକୁ ଆଉ ସହ୍ୟ କରିବେନି’। ନିର୍ବଚାନୀ ପ୍ରଚାରରେ ଓଡ଼ିଶା ଆସିବା ପୂର୍ବରୁ ଏପରି ଏକ ବୟାନ ଦେଇ ବିଜେଡ଼ିକୁ (BJD) ସିଧାସଳଖ ଟାଗେର୍ଟ କରିବା ସହ ବିଜେପିର (BJP) ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଓଡ଼ିଶାର ସଂପୂର୍ଣ୍ଣ ଅସ୍ମିତା ଶେଷ ହେଉଛି । ଓଡ଼ିଆ ଭାଷା ବିପଦରେ ରହିଛି । ଓଡ଼ିଶାର ଅସ୍ମିତା ସଂକଟରେ ଅଛି । ବେଶୀ ଦିନ ଓଡ଼ିଆ ଲୋକେ ଏହାକୁ ଯେ ସହ୍ୟ କରିବେ ସେ ତାହା ଭାବୁନାହାଁନ୍ତି । ଓଡ଼ିଶାରେ ଯେତିକି ପ୍ରାକୃତିକ ସଂପଦ ଭରି ରହିଛି, ଏ ରାଜ୍ୟ ଦେଶର ସବୁଠୁ ଧନୀ ରାଜ୍ୟ ହେବା କଥା । ମାତ୍ର ଆଜି ଓ ରାଜ୍ୟର ଅବସ୍ଥା କ’ଣ? ଓଡ଼ିଶାର ସାଧାରଣ ଲୋକଙ୍କର ଆଶା ଓ ଆକଂାକ୍ଷା ରହିଛି । ଆମକୁ ସେବାର ସୁଯୋଗ ମିଳିବା ଦରକାର, ଆମେ ଓଡ଼ିଶାକୁ କେଉଁଠି ନେଇ କେଉଁଠି ପହଞ୍ଚାଇଦେବୁ’ ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/national-international/general...

07:51 AM

Odisha News Live Updates: ଆହୁରି ୩ ଦିନ ଜଳିବ ଓଡ଼ିଶା! ଆଜି ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
ରାଜ୍ୟରେ ଅସହ୍ୟ କରୁଛି ତାତି । ସକାଳୁ ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସ୍ଥିତି ଏପରି ହେଉଛି ଯେ, ଦିନ ୧୧ଟା ବେଳକୁ ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର ହେଉଛି । ରବିବାର ୨୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ଼ କରାଯାଇଥିବା ବେଳେ ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଅନୁଗୋଳ ଲଗାତର ତୃତୀୟ ଦିନ ପାଇଁ ୪୪.୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲାବେଳେ ରବିବାର ମଧ୍ଯ ଦେଶରେ ତୃତୀୟ ସ୍ଥାନରେ ରହିଥିଲା ।

07:40 AM

Odisha News Live updates: ଶିକ୍ଷିତ ବେକାରୀରେ ଓଡ଼ିଶା  ଏକ ନମ୍ବର
ଦେଶରେ ଥିବା ଶିକ୍ଷିତ ବେକାରଙ୍କ ତାଲିକାରେ ଓଡ଼ିଶା ଏକନମ୍ବର।  ଓଡ଼ିଶା ପଛକୁ କେରଳ ଦ୍ୱିତୀୟ ସ୍ଥାନରେ ଓ ଜମ୍ମୁ-କାଶ୍ମୀର ତୃତୀୟ ସ୍ଥାନରେ ଥିବା ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ୨୦୨୪ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

07:26 AM

Odisha News Live Updates: ଏହି ସବୁ ରାଶିକୁ ରହିଛି ଆକସ୍ମିକ ଧନଲାଭ ଯୋଗ, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୯ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ....

07:15 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।