Odisha News Live Updates: ଜୁଲାଇ ୨୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2293446

Odisha News Live Updates: ଜୁଲାଇ ୨୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଜୁଲାଇ ୨୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

15 June 2024
21:26 PM

Odisha Cabinet Ministers List 2024: ଶନିବାର ଦିନ ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ପାଖରେ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାଖରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ରହିଛି। ଏଠାରେ ଦେଖନ୍ତୁ ପୂରା ତାଲିକା।

19:08 PM

Odisha Daily News Live: ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରୁଥିବା ବେଳେ  IPS ଡି ଏସ କୁଟେ  ଓ ଆଶିଷ ସିଂ ଆଇଜି ଙ୍କ ଅନୁପସ୍ଥିତକୁ ନେଇ ବଢିଲା ଚର୍ଚ୍ଚା। ଉଭୟ ବୈଠକକୁ ଆସିଲେ ନାହିଁ ନା ବୈଠକରୁ ବାଦ ରଖା ଗଲା ଏହାକୁ ନେଇ ବିଭିନ୍ନ ମହଲରେ  ପ୍ରଶ୍ନ ଉଠିଛି।

16:35 PM

Odisha Live News Update: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ,  ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି । ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ ଚଳାଚଳରେ ବ୍ୟାଘାତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଛି । ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

13:08 PM

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି। ରାଜ୍ୟ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ଥାନାକୁ ଆସୁଥିବା ଅଭିଯୋଗକାରୀ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରୁ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

12:18 PM

ବିହାରର ଏନଡିଏ ସରକାର ନେତୃତ୍ୱାଧୀନ ନୀତୀଶ କୁମାର ଯୁବକ ଏବଂ ରାଜ୍ୟ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନୀତୀଶ କ୍ୟାବିନେଟ ବୈଠକରେ ବିହାର ସରକାର ରାଜ୍ୟର ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ MNREGA ଅଧୀନରେ ନୀତୀଶ କୁମାରଙ୍କ ସରକାର ବିହାର ବେରୋଜଗାରୀ ଭତ୍ତା ନିୟମ 2024 କୁ ଅନୁମୋଦନ କରିଛି। ଏହା ବ୍ୟତୀତ ରାଜ୍ୟ କର୍ମଚାରୀଙ୍କ HRA କୁ ମଧ୍ୟ ବୃଦ୍ଧି କରାଯାଇଛି।

12:07 PM

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋଲିସ ଡିଜି, ଗୁଇନ୍ଦା ନିର୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅତିଥି ଭବନ ଅସ୍ଥାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ବୈଠକ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା କରିଛନ୍ତି।

11:46 AM

ଦୁଇ ମାସର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ରାଜ୍ୟର ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଠାରୁ ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍‌ ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମାନଙ୍କ ଆନୁଷଙ୍ଗିକ ସରଞ୍ଜାମ ଗୁଡ଼ିକୁ ବୋଟ୍‌ରେ ଭର୍ତ୍ତି କରିଛନ୍ତି। ସୂଚନାଯୋଗ୍ୟ, ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇ ପାରିବ ବୋଲି କୁହାଯାଇଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। 

11:11 AM

Kuwait Mangaf building fire: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇଜଣଙ୍କ  ପରିବାର ବର୍ଗଙ୍କ ଲାଗି ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ସରକାର ପ୍ରଦାନ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେଭି ସିଂହ ଦେଓ ସୂଚନା ଦେଇଛନ୍ତି।

10:46 AM

Petrol Diesel Price: ଭୁବନେଶ୍ୱରରେ ତୈଳଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଆଜି ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦.୯୭ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୩.୯୪ ଟଙ୍କା, ମୁମ୍ବାଇରେ ୧୦୪.୨୧ ଓ ଚେନ୍ନାଇରେ ୧୦୦.୭୫ ଟଙ୍କାରେ କାରବାର କରୁଛି। ଗୁଡଗାଓଁରେ ୯୪.୯୦ ଟଙ୍କା ଓ ନୋଏଡାରେ ୯୪.୭୨ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦରରେ ମଧ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୨.୫୫ ଟଙ୍କାରେ କାରବାର କରୁଥିବା ବେଳେ ନୂଆଦିଲ୍ଲୀରେ ୮୭.୬୨ ଟଙ୍କା, କୋଲକାତାରେ ୯୦.୭୬ ଟଙ୍କା, ମୁମ୍ବାଇ ୯୨.୧୫ ଟଙ୍କା, ଚେନ୍ନାଇ ୯୨.୩୪ କାରବାର କରୁଥିବା ଦେଖିବାକୁ ମିଳିଛି।

10:35 AM

Chilika: ଚିଲିକାରେ ଫଶି ରହିଛି ଯାତ୍ରୀ ବାହୀ ଡଙ୍ଗା। ଜହ୍ନିକୁଦାରୁ ଏହି ଡଙ୍ଗା ସାତପଡ଼ା ଅଭିମୁଖେ ଯାଉଥିଲା। ଏଥିରେ ୨୦ ଜଣ ଯାତ୍ରୀ ରହିଛନ୍ତି। ଡଙ୍ଗାଟି ଚିଲିକାର ମାଏଁସା ନିକଟରେ ଏହି ଡଙ୍ଗା ଫଶି ରହିଛି।

10:27 AM

କୁଏତରୁ ଓଡ଼ିଶା ଆସିଲା ୨ ମୃତଦେହ। ଅଗ୍ନିକାଣ୍ଡ ଯୋଗୁ ସେମାନଙ୍କ ପ୍ରାଣ ଯାଇଥିଲା। ଗତକାଲି ବାୟୁସେନାର ସ୍ୱଥନ୍ତ୍ର ବିମାନ ଯୋଗେ ସେମାନଙ୍କୁ ନୂଆଦିଲ୍ଲୀ ଅଣଗଲା ପରେ ଆଜି ଓଡ଼ିଶା ପଠାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଅନ୍ୟ ଉପମୁଖ୍ୟମନ୍ତ୍ରୀ ବିଭାନବନ୍ଦରରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥି ସହ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାମ ସ୍ୱାଇଁ ମଧ୍ୟ ଉପସ୍ଥିତ ରହିଥିଲେ।

10:10 AM

ଜୁଲାଇ ପହିଲାରୁ ଦେଶରେ ଲାଗୁହେବ ନାଗରିକ ନ୍ୟାୟ ସଂହିତା। ଏହାସହିତ ୧୫୦ ବର୍ଷରୁ ଊର୍ଧ୍ବ ସମୟ ଧରି ଜାରି ରହିଥିବା ଆଇପିସି, ସିଆର୍‌ପିସି ଓ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ଭଳି ବ୍ରିଟିସ୍‌ ନିୟମ ହଟିଯିବ । ଏନେଇ ଗତ ଫେବ୍ରୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଭାସି ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ଯୋଗଦେଇ ନୂଆ ଆଇନ ଲାଗୁ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

09:30 AM

ନୂଆଦିଲ୍ଲୀ: ପୋକ୍‌ସୋ ମାମଲାରେ ସମ୍ପୃକ୍ତ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କୁ ଗିରଫ ନ କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଚଳାଇଥିବା ସିଆଇଡିରେ ଆସନ୍ତା ୧୭ ତାରିଖରେ ହାଜର ହେବା ପାଇଁ ହାଇକୋର୍ଟ ୟେଦୁରପ୍ପାଙ୍କୁ କହିଛନ୍ତି। ଯାହାକି ଏକ ‌ଶିଶୁ ଯୌନ ନିର୍ଯାତନା ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ହାଇକୋର୍ଟ ଗିରଫରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ୟେଦୁରପ୍ପାଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ ଏସ୍‌ କ୍ରୀଷ୍ଣା ଦିକ୍ଷିତ ୟେଦୁରପ୍ପାଙ୍କ ଗିରଫ ଆବଶ୍ୟକତା ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ, ସେ କୌଣସି ମାମୁଲି ବ୍ୟକ୍ତି ନୁହନ୍ତି ଯେ ଦେଶ ଛାଡ଼ି ପଳାଇବେ। ପୋକ୍‌ସୋ ମାମଲାରେ ଗୁରୁବାର ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ବେଳେ ଆଜି କୋର୍ଟ ୟେଦୁରପ୍ପାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। 

08:47 AM

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୫,୮୯୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ଘଟିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୧,୮୮୦। ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୫୮୯ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୧୮୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୩୯୧ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୫୮୯  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୫୪ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୪୬ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

08:34 AM

Cloudburst: ସିକ୍କିମର ମଙ୍ଗନ ଜିଲ୍ଲାରେ ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, ମଙ୍ଗନ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ଲାଚୁଙ୍ଗ ଗ୍ରାମରେ ୧୨୦୦ ରୁ ଅଧିକ ଘରୋଇ ପର୍ଯ୍ୟଟକ ଏବଂ ୧୫ ଜଣ ବିଦେଶୀ ନାଗରିକ ଫଶି ରହିଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦ ଜଣ ବାଂଲାଦେଶୀ, ୩ ଜଣ ନେପାଳରୁ ଏବଂ ଦୁଇଜଣ ଥାଇଲ୍ୟାଣ୍ଡରୁ ଅଛନ୍ତି। ମୁଖ୍ୟ ସଚିବ ଭି.ବି ପାଠକ ପାଣିପାଗ ସ୍ପଷ୍ଟ ରହିଲେ ପର୍ଯ୍ୟଟକଙ୍କୁ ଉଡ଼ାଯାହାଜ ଯୋଗେ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସହ ଆଲୋଚନା ଆରମ୍ଭ କରିଛନ୍ତି। ବିକଳ୍ପ ଭାବେ ସେମାନଙ୍କୁ ସ୍ଥଳପଥ ଦ୍ୱାରା ସ୍ଥାନାନ୍ତର କରାଯିବ। ତଥାପି, ସଂଯୋଗକୁ ପୁନଃ ସ୍ଥାପନ କରିବାକୁ ଏହା ଏକ ସପ୍ତାହ ଲାଗିପାରେ ବୋଲି ସେ କହିଛନ୍ତି।

08:22 AM

Snana Purnima: ଆସନ୍ତା ଜୁନ୍ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଭୋର୍ ୫ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ଓ ତିନିଠାକୁର ସ୍ନାନବେଦିରେ ବିଜେ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ। ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ। ଶ୍ରୀମନ୍ଦିର ଛତିଶାନିଯୋଗ ଆଜି ଏହି ନୀତିକାନ୍ତିରେ ମୋହର ମାରିଛି।

08:10 AM

Weather Report: ଆଜି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ। ଆଜି ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିବ। ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏପରି ସ୍ଥଳେ ଆଜି ରାଜ୍ୟର ୧୬ ଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡ଼ା, ସୋନପୁର,ନୂଆପଡ଼ା, ନୂଆପଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ,କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

07:44 AM

Parliament Monsoon Session: ଲୋକସଭା ଗଠନ କରାଯାଇଛି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିସାରିଛି। ୧୦୦ ଦିନର ଏଜେଣ୍ଡା ଅନୁଯାୟୀ ସରକାର କାମ କରୁଛନ୍ତି ।ଏହାରି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବା ନେଇ ଖବର ମିଳିଛି ।ସରକାର ଏହି ମୌସୁମୀ ଅଧିବେଶନରେ ୨୦୨୪-୨୫ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ମନ୍ତ୍ରଣାଳୟ ଜାନୁଆରୀ ୧୭ ସୁଦ୍ଧା ବିଭିନ୍ନ ମନ୍ତ୍ରଣାଳୟ ଏବଂ ହିତାଧିକାରୀଙ୍କ ସହ ଏହାର ପୂର୍ବ ପରାମର୍ଶ ବଜେଟ୍ ବୈଠକ ଆରମ୍ଭ କରିବ।