Odisha News Live Updates: ବିଜେପିରେ ଯୋଗଦେଲେ ମନୀଷ, ଗୋଟିଏ କ୍ଲିକରେ ପଢି ନିଅନ୍ତୁ ଆଉ କିଛି ଖବର
Advertisement
Article Detail0/zeeodisha/odisha2220059

Odisha News Live Updates: ବିଜେପିରେ ଯୋଗଦେଲେ ମନୀଷ, ଗୋଟିଏ କ୍ଲିକରେ ପଢି ନିଅନ୍ତୁ ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ବିଜେପିରେ ଯୋଗଦେଲେ ମନୀଷ, ଗୋଟିଏ କ୍ଲିକରେ ପଢି ନିଅନ୍ତୁ ଆଉ କିଛି ଖବର
LIVE Blog
25 April 2024
22:08 PM

 

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   
ପଢନ୍ତୁ ପୁରା ଖବର

20:59 PM

କିଏ ଏହି ଅମୃତପାଲ ସିଂହ? ଯିଏ ଲଢିବେ ଲୋକସଭା ନିର୍ବାଚନ
ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆସାମ ଡିବ୍ରୁଗଡ଼ କେନ୍ଦ୍ରୀୟ କାରଗାରରେ ବନ୍ଦ ରହିଥିବା ଖଲିସ୍ତାନୀ ସମର୍ଥକ  ଅମୃତପାଲ ସିଂହ। ଯିଏ ନିଜ ସମର୍ଥକଙ୍କ ସହ ପଞ୍ଜାବ ଅମୃତସର ଜିଲ୍ଲାରେ ଅବସ୍ଥିତ ଏକ ଥାନା ଉପରେ ଆକ୍ରମଣ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରି ଜେଲଦଣ୍ଡ ଭୋଗୁଥିବା ଅମୃତପାଲ ସିଂହ ବର୍ତ୍ତମାନ ସଂସଦରେ ପହଞ୍ଚିବାକୁ ଚାହୁଁଛନ୍ତି। 
ପଢନ୍ତୁ ପୁରା ଖବର

20:13 PM

ଓୱେସିଙ୍କ ଟେନସନ ବଢାଇଦେଲା କଂଗ୍ରେସ; ଶେଷ ମୁହୂର୍ତ୍ତରେ କରିଦେଲା ଖେଳ
୨୦୨୪ ଲୋକସଭା ନିର୍ବାଚନରେ ​​ଦକ୍ଷିଣ ଭାରତର ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ଅନ୍ୟତମ ହେଉଛି ତାଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ। କାରଣ ହାଇଦ୍ରାବାଦ ଲୋକସଭା ଆସନରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ପ୍ରତିନିଧିତ୍ୱ କରୁଛନ୍ତି। ଏଥର ତାଙ୍କ ବିରୋଧରେ ତେଲେଙ୍ଗାନାରେ କ୍ଷମତାସୀନ ଶାସକ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ମହମ୍ମଦ ୱଲିୟୁଲ୍ଲାହ ସମୀରଙ୍କୁ ହାଇଦ୍ରାବାଦ ଆସନରୁ ପ୍ରାର୍ଥୀ କରୁଛି। ସେ ହାଇଦ୍ରାବାଦ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଅଛନ୍ତି।
ପଢନ୍ତୁ ପୁରା ଖବର

 

19:12 PM

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ
୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ କେରଳର ସମସ୍ତ ୨୦, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ରର ୮, ଉତ୍ତର ପ୍ରଦେଶର ୮ ସିଟ୍, ମଧ୍ୟ ପ୍ରଦେଶର ୭, ଆସାମର ୫ ଏବଂ ବିହାରର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩, ମଣିପୁର, ତ୍ରିପୁରା ଏବଂ ଜାମୁ କାଶ୍ମୀର ଆଦି 3 ରାଜ୍ୟର ଗୋଟିଏ ଲେଖାଁଏ ଆସନରେ ହେବ ଭୋଟ୍ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଅନେକ ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର।
ପଢନ୍ତୁ ପୁରା ଖବର

18:19 PM

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
କୌଣସି ସାମ୍ବିଧାନିକ ପଦ ପଦବୀରେ ନାହାଁନ୍ତି। ନାଁ ସେ ସାଂସଦ ନାଁ ବିଧାୟକ। ଦଳୀୟ ନେତା ମଧ୍ୟ ନୁହଁନ୍ତି। ସେ ବିଜୁ ଜନତା ଦଳରେ ସାମାନ୍ୟ ସଦସ୍ୟ। ଶାସକ ଦଳର ସାମାନ୍ୟ ସଦସ୍ୟ ଭିକେ ପାଣ୍ଡିଆନଙ୍କୁ ପୋଲିସ ଛାଉଣୀରେ ରଖିବା ସହ ତାଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ ନିର୍ମାଣ କରାଯାଉଛି। କେଉଁ ଆଧାରରେ ତାଙ୍କୁ ଏତେ ମାତ୍ରାରେ ଜେଡ୍ କାଟେଗୋରୀ ସୁରକ୍ଷା ଦିଆଯାଉଛି? ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବ କାହିଁକି ଏବଂ କାହା ନିର୍ଦ୍ଦେଶରେ ଜେଡ୍ କାଟେଗୋରୀ ସୁରକ୍ଷା ଦେଇଛନ୍ତି? ନେତାଗିରି କରୁଥିବା ଭିକେ ପାଣ୍ଡିଆନଙ୍କ ଲୋକଙ୍କୁ ଏତେ ଭୟ କାହିଁକି? ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଏଭଳି ସୁରକ୍ଷା ଯୋଗାଇ ଦେବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ। 
ପଢନ୍ତୁ ପୁରା ଖବର

17:51 PM

କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଲେ ପ୍ରବୋଧ ତିର୍କି
କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି ଭାରତୀୟ ହକି ଦଳର ପୂର୍ବତ ଅଧିନାୟକ ପ୍ରବୋଧ ତିର୍କି। ଗୁରୁବାର (ଅପ୍ରେଲ ୨୫) ସୋମପୁର ଠାରେ ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ସେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବେ ପ୍ରବୋଧ ତିର୍କି କଂଗ୍ରେସ ଛାଡ଼ିଥିଲେ।
ପଢନ୍ତୁ ପୁରା ଖବର

13:45 PM

Odisha News Live updates: ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥକାଠ ଆସି ପହଞ୍ଚିଛି।

13:45 PM

Odisha News Live updates: ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥକାଠ ଆସି ପହଞ୍ଚିଛି।

13:35 PM

Odisha News Live Updates: ପାଣି ସମସ୍ୟା: ୧୫ କିମି ଚାଲିଲେ ଗ୍ରାମବାସୀ
ପାଣି ସମସ୍ୟା ଲାଗି ରହିଥିବାରୁ ଖୋର୍ଦ୍ଧା ଜିଲ୍ଲା  ବେଗୁନିଆ  ବ୍ଲକ୍ ଦେଉଳି ପଞ୍ଚାୟତର ଗୋଡ଼ା ଗାଁର ଗ୍ରାମବାସୀ ପ୍ରତିବାଦ ଜଣାଇବାକୁ ଅଭିନବ ପ୍ରୟାସ କରିଛନ୍ତି। ଗ୍ରାମବାସୀମାନେ ଗରା, ମାଠିଆ, ବାଲଟି ଧରି ଚାଲି ଚାଲି ୧୫ କିଲୋମିଟର ଆସିଛନ୍ତି।

12:45 PM

Amit Shah Sonepur BJP Campaign Live: ସୋନପୁର ଆସୁଛନ୍ତି ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରୁ ରାଜ୍ୟରେ ନିର୍ବାଚନୀ ପ୍ରଚାରର ବିଗୁଲ ଫୁଙ୍କିବେ ଶ୍ରୀ ଶାହ। ଶାହଙ୍କ ଗସ୍ତ ସହିତ ଜଡ଼ିତ ସମସ୍ତ ଟିକିନିଖି ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

12:42 PM

Odisha News Live Updates: କାର୍‌ ଓଲଟି ୪ ବର୍ଷର ଶିଶୁ ମୃତ
ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ମୁଷାବିରା ଛକ ନିକଟରେ ଏକ କାର୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେବାରୁ କାର୍‌ ଓଲଟି ଜଣେ ୪ ବର୍ଷର ଶିଶୁ ରୁଷବ ଓରାମଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ମୁଷାବିରା ଗ୍ରାମର ଜଗନ୍ନାଥ ଓରାମଙ୍କ ସହ ପୁଅ ରୁଷବ ଓରାମ ଏବଂ ତାଙ୍କ ସହିତ ଅନ୍ୟ ଆତ୍ମିୟ ପରିଜନ ଓଡ଼ି ୧୪ ୟୁ ୨୮୪୨ କାର୍‌ ଯୋଗେ ମୁଷାବିରା ଗ୍ରାମକୁ ଯାଉଥିବା ସମୟରେ ରାଉରକେଲା ପଟୁ ଦ୍ରୁତଗତିରେ ଆସୁଥିବା ଓଡ଼ି ୦୨ ୨୯୭୨ ହୁଣ୍ତାଇ କାର୍‌ ସହ ମୁଷାବିରା ଛକରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଧକ୍କାରେ ଅନ୍ୟ କାର୍‌ଟି ଓଲଟି ପଡ଼ିଥିଲା। ଯାହା ଫଳରେ କାର୍‌ ଭିତରେ ବସିଥିବା ଜଗନ୍ନାଥ ଓରାମଙ୍କ ପୁଅ ରୁଷବ ଓରାମ ଗାଡ଼ିରେ ଚାପି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଲହୁଣିପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ରୁଷବଙ୍କୁ ମୃତ ଘୋଷଣା କରିଥିଲେ।

12:11 PM

Odisha News Live Updates: ଜୈସଲମେରରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ନିଆଁ ଲାଗିଯାଇ ତଳେ ପଡ଼ିଯାଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣା ରାଜସ୍ଥାନର ଜୈସଲମେରରେ ଘଟିଛି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ରୋଜାନିୟୋ କି ଢାନୀ ଜାଜିଆ ଗ୍ରାମ ନିକଟରେ ଥିବା ଏକ ଖାଲି ପଡ଼ିଆରେ ବିମାନଟି ଖସି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଏବଂ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। 

 

12:02 PM

Odisha News Live Updates: ରାମଲାଲାଙ୍କୁ ଦର୍ଶନ କରିବେ ରାହୁଲ ଗାନ୍ଧୀ
ଆମେଠୀରେ ନିର୍ବାଚନ ଲଢିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ଏଭଳି କିଛି ସୂଚନା ଦେଇଛି କଂଗ୍ରେସ। ୱାୟାନାଡ ପରେ ଆମେଠୀରେ ରାହୁଲ ପ୍ରତିନ୍ଦ୍ୱନ୍ଦିତା କରୁଥିବା ନେଇ ଆଲୋଚନା ହୋଇଛି। କଂଗ୍ରେସ ସୁତ୍ର ଅନୁଯାୟୀ ରାହୁଲ ଗାନ୍ଧି ରାମଲାଲାଙ୍କୁ ଦର୍ଶନ କରିବେ। ତେବେ ସେ କେଉଁଦିନ ଦର୍ଶନ କରିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ଯାଇ ରାମଲାଲାଙ୍କୁ ଦର୍ଶନ କରିବେ ଆସନ୍ତାକାଲି ୱାୟାନାଡରେ ଭୋଟ୍ ଦେବା ପରେ ରାହୁଲଙ୍କ ନାମ ଘୋଷଣା କରାଯାଇପାରେ। ଏହା କଂଗ୍ରେସ ପକ୍ଷରୁ କୁହାଯାଇଛି।

11:50 AM

Odisha News Live Updates: ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି
ଗତ ୫ ବର୍ଷ ଧରି ଏପରି ପ୍ରତିଶ୍ରୁତି ଦେଇ ବ୍ୟକ୍ତିଜଣକ ଲୁଟି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ଏପରି ମହାଠକଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ ହୋଇଥିବା ବେଳେ କଥା କିନ୍ତୁ ଆକାଶଛୁଆଁ। କେତେବେଳେ ଚିଫ୍‌ ସେକ୍ରେଟାରୀ ତ କେତେବେଳେ ଡିଜି ବି ଚିହ୍ନା ପରିଚୟ ଥିବା କହିବାକୁ ପଛାଇ ନାହାନ୍ତି। ପାଠ ନ ପଢ଼ି ବି ଲୋକଙ୍କୁ ହାଇକୋର୍ଟର ଫେକ୍‌ ଅର୍ଡର ଦେଖାଇ ଭୂଆଁ ବୁଲାଇବାକୁ ପଛାଇ ନାହାନ୍ତି। ମାତ୍ର ଏପରି କରି ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଭୂଆଁ ବୁଲାଇ ସାରିଥିବା ଏପରି ମହା ଧୂର୍ତ୍ତଙ୍କୁ ଶେଷରେ ବାନ୍ଧିଛି ପୁଲିସ।

11:38 AM

Odisha News Live Updates: ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର ଛାତ୍ରୀ ନାହାନ୍ତି । ହେଲେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି । ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

11:30 AM

Odisha News Live Updates: କ୍ରିକେଟ୍ ଖେଳିଲେ, ଭୋଟ୍ ଭିକ୍ଷା କଲେ
ପ୍ରାର୍ଥୀଙ୍କ ନିଆରା ପ୍ରଚାର । ଉଦଳା ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢ଼େଇ କ୍ରିକେଟ ଖେଳି ପ୍ରଚାର କରିଛନ୍ତି । ଜୁନପାଳ ଠାରେ ପ୍ରଚାର ସମୟରେ ରାତିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ଭାସ୍କର ମଢ଼େଇ । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ରିକେଟ ଖେଳିଥିଲେ । ଯାହାକୁ ନେଇ ଉଭୟ ଖେଳାଳି ଓ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳ ଆଳରେ ଭାସ୍କରଙ୍କ ନିର୍ବାଚନ ପ୍ରଚାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅନ୍ୟପଟେ ବିରଜାଙ୍କ ଦର୍ଶନ କରି ପ୍ରଚାରକୁ ମଇଦାନକୁ ଓହ୍ଲାଇଛନ୍ତି ବରୀ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ । ୨୦୨୦ରୁ ବିଜେଡିରେ ମିଶିବା ପରେ ବିଶ୍ୱ ଦଳ ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଶ୍ୱରଞ୍ଜନ । ବହୁସଂଖ୍ୟାରେ ସମର୍ଥକଙ୍କ ସହ ବିରଜା ମନ୍ଦିରରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରି ପ୍ରଚାରକୁ ଓହ୍ଲାଇଛନ୍ତି ବିଶ୍ୱରଞ୍ଜନ ।

11:25 AM

Odisha News Live Updates: କୋରାପୁଟରେ ଭିକେ ପାଣ୍ଡିଆନ୍ 
କୋରାପୁଟ ଗସ୍ତରେ ଭି.କେ ପାଣ୍ଡିଆନ୍। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି ପାଣ୍ଡିଆନ୍। ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ସେମିଳିଗୁଡ଼ା ପରେ ଲକ୍ଷ୍ମୀପୁର ଗସ୍ତ କରିବେ। ସେଠାରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ। ଏହାପରେ ଅପରାହ୍ଣ ୩ଟାରେ ବିଷମକଟକରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

11:15 AM

Odisha News Live Updates: ନାମାଙ୍କନ ଦାଖଲ କଲେ ଇନ୍ଦିରା
ଗତ କାଲି ଶୁଭ ବେଳାରେ ପ୍ରସ୍ତାବକ,ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଡ.ଇନ୍ଦିରା ନନ୍ଦ। ତେବେ ଆଜି ପୁଣି ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ଆଉ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି ଇନ୍ଦିରା। ଏହା ପରେ ନିଜ ପ୍ରତିକ୍ରିୟାରେ ଇନ୍ଦିରା କହିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀକୁ ଶିକ୍ଷାର ହବ୍ କରିବା ଲକ୍ଷ୍ୟ ରହିଛି। ସ୍ଥାନୀୟ ଯୁବବର୍ଗର ଦାବିକ୍ରମେ ଜୟପୁରରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ହୋଇ ସାରିଥିବାରୁ ଏହାକୁ ପୁର୍ଣ୍ଣାଙ୍ଗ କରିବା ଏବଂ ନିର୍ବାଚନମଣ୍ଡଳୀରେ ଅନ୍ୟାନ୍ୟ ବୈଷୟିକ ଶିକ୍ଷାଦାନ କେନ୍ଦ୍ର ଖୋଲିବାକୁ ସେ ପ୍ରୟାସ କରିବେ।

11:01 AM

Odisha News Live Updates: ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଦେବତାଙ୍କ ନାମରେ ଭୋଟ୍ ମାଗୁଥିବା ନେଇ ହେଇଥିବା ଅଭିଯୋଗରେ, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ ଆୟୋଗ । ସୂଚନାଯୋଗ୍ୟ ଯେ, ପିଲିଭିତରେ ରାଲିକୁ ସମ୍ବୋଧିତ କରିବା ସମୟରେ ପିଏମ୍ ମୋଦୀ ଅଯୋଧ୍ୟା ରାମ ମନ୍ଦିର ଏବଂ କର୍ତ୍ତାରପୁର କରିଡର କଥା ଉଲ୍ଲେଖ କରିଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟର ଓକିଲ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଇଥିଲେ । ମୋଦୀ ଦେବୀ ଦେବତାଙ୍କ ନାମ ନେଇ ଭୋଟ୍ ମାଗୁଥିବା ସେ ଅଭିଯୋଗ କରିଥିଲେ । ହେଲେ ଏ ସଂକ୍ରାନ୍ତରେ ମୋଦୀଙ୍କୁ ନିର୍ବାଚନ ଆୟୋଗ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ।

 

10:44 AM

Odisha News Live Updates: ବିଜେପିରେ ସାମିଲ ହେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ
ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ପଦ୍ମ ଧରିବେ । ତେବେ ସେ ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

10:42 AM

Odisha News Live Updates: କାଲି ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇ; ୧୩ଟି ରାଜ୍ୟରେ ପଡ଼ିବ ଭୋଟ
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍‌ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍। ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେବ ମତଦାନ।

10:26 AM

Odisha News Live Updates: ଦିଗପହଣ୍ଡିରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଏହି ସମୟରେ ଆଜି ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଆଜି ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ ସାକା ସୁଜିତ କମାରଙ୍କୁ ନୂଆ ପ୍ରାର୍ଥୀ କରିଛି । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ହେଉଛି ଏକ ଗୁରୁତ୍ତ୍ବପୂର୍ଣ୍ଣ ସିଟ୍ । କଂଗ୍ରେସ ଗତ ୧୪ ତାରିଖ ଦିନ ଶ୍ରୀଧର ଦେବଙ୍କ ନାମ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ହେଲେ ଏବେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ।

 

10:15 AM

Odisha News Live Updates: ସକାଳ ସାଢେ ୮ଟାରୁ ବାଲେଶ୍ବର-ଅନୁଗୁଳ ପାଲଟିଲା ତତଲା କଢ଼େଇ
ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସେସବୁ ସହର ମଧ୍ୟରେ ବାଲେଶ୍ୱର ଏବଂ ଅନୁଗୁଳ ତତଲା କଢ଼େଇ ପାଲଟିଛି। ବାଲେଶ୍ୱରର ତାମପାତ୍ରା ସର୍ବାଧିକ ରହିଛି। ଗୁରୁବାର ସକାଳୁ ବାଲେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ସହର ତାପମାତ୍ରା ମଧ୍ୟ ସକାଳୁ ବଢିବାରେ ଲାଗିଛି । ଅନୁଗୁଳର ତାପମାତ୍ରା ୩୬ ଡିଗ୍ରୀ ରହିଛି ।

09:51 AM

Odisha News LIve Updates: ମେ’ ୧୦ରେ ଖୋଲିବ ମଣ୍ଡି
ଆସନ୍ତା ମେ ମାସ ୧୦ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ମଣ୍ଡି ଖୋଲିବ। ଏଥିରେ ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ୩୦ଟି ପ୍ରାଥମିକ କୃଷି ସମବାୟ ସମିତି/ବୃହତ ଅଞ୍ଚଳ ବହୁମୁଖୀ ସମିତି ଅଂଶଗ୍ରହଣ କରିବେ। ମୋଟ ୬୧ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଏଥିରେ ୪୬ ଜଣ କଷ୍ଟମ ମିଲର୍‌ ଅଂଶଗ୍ରହଣ କରିବେ। ଏଥର ୧୫,୫୬୮ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସମୁଦାୟ ଯାଞ୍ଚ ହୋଇଥିବା ଚାଷୀଙ୍କ ସଂଖ୍ୟା ୧୫,୫୩୪ ରହିଛି। ପି-ପାସ୍ (ଅନଲାଇନ୍ ମୋଡରେ ରିଅଲ୍ ଟାଇମ୍ କ୍ରୟ) ମାଧ୍ୟମରେ କ୍ରୟ କରାଯିବ ଯେଉଁଠାରେ କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ଏବଂ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସଏମଏସ ପଠାଯିବ । କେବଳ ଆଧାର ପ୍ରମାଣୀକରଣ ଓ ଆଇରିସ୍ ସ୍କାନର ଜରିଆରେ ଧାନ କିଣାଯିବ।

09:33 AM

Odisha News Live Updates: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ନିହତ
ବୌଦ୍ଧ କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ଭୋରରୁ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା । ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଗୁଳିବିନିମୟ ପରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏବେ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

 

09:21 AM

Odisha News Live Updates: ଗଞ୍ଜାମ ପୁରୁଷୋତମପୁରରେ କାଳବୈଶାଖୀର ତାଣ୍ଡବ
ଗଞ୍ଜାମ ପୁରୁଷୋତ୍ତମପୁରରେ କାଳବୈଶାଖୀ ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଟିଣ ଛପର ଉଡ଼େଇ ନେବା ସହ ବଡ଼ ବଡ଼ ଗଛ ସବୁ ଭାଙ୍ଗିପଡ଼ିଛି । ପବନର ବେଗ ଏତେ ଅଧିକ ରହିଥିଲା ଯେ ଚାରିଆଡ଼େ କିଛି ସମୟ ପାଇଁ ଧୂଆଁ ଧୂଆଁ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ୧୫ ମିନିଟ୍ ଭିତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାଳୀ ମନ୍ଦିର ଛକରେ ଥିବା ବହୁ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା ଖୁଣ୍ଟ ମଧ୍ୟ ମାଟିରେ ମିଶିଯାଇଛି । ରାସ୍ତାରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବାରୁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିବା । ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଦିନସାରା ପ୍ରବଳ ଗରମ ଅନୁଭୁତ ହୋଇଥିବା ବେଳେ ଅପରାହ୍ନ ୨ଟା ୪୫ରେ ହଠାତ୍ ପାଗରେ ପରିବର୍ତନ ହୋଇଥିଲା । ୧୫ ମିନିଟ୍ କାଳବୈଶାଖୀ ତାଣ୍ଡବରେ ଜନଜୀବନ ପ୍ରଭାବିତ ହୋଇଥିଲା ।

 

09:07 AM

Odisha News Live updates: ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ
ଆଗକୁ ଆସୁଛି ନିର୍ବାଚନ। ଏନେଇ ଜନତାଙ୍କ ମନ ଜିତିବା ପାଇଁ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଆଜି ସୋନପୁର ଗସ୍ତରେ ଆସୁଛନ୍ତି। ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ସେ ଉଦବୋଧନ ଦେବେ। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡି଼ଶାର ୫ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ।  ଏଥର ମଧ୍ୟ ଦଳ ପଶ୍ଚିମ ଓଡି଼ଶାକୁ ଫୋକସ୍ ରେ ରଖିଛି। ପଢନ୍ତୁ ପୂରା ରିପୋର୍ଟ...

09:06 AM

Odisha News Live updates: ୫ ଦିନ ପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଆଲର୍ଟ ଜାରି
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ରାଜ୍ୟରେ ଅଗ୍ନିବର୍ଷା ହେବ। ଅସହ୍ୟ ତାତି ସହିତ ଝାଞ୍ଜି ବହିବ ବୋଲି ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୫ ଦିନ ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ଏବଂ ୨୮ ତାରିଖରେ ଅସହ୍ୟ ତାତି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ତାତି ଅଧିକ ଅସହ୍ୟ ହେବ। ୨୭-୨୮ ତାରିଖ ସୁଦ୍ଧା ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର, ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର ଆଦି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଅନୁଭୁତ ହେବାର ପୂର୍ବାନୁମାନ କରାଯାଇଛି।

08:52 AM

Odisha News Live Updates: ମୁମ୍ବାଇରେ ସିଲିଣ୍ଡର ବିସ୍ଫୋରଣ
ମୁମ୍ବାଇର ଆଣ୍ଟୋପ ହିଲ ଅଞ୍ଚଳରେ ଥିବା ଏକ ବସ୍ତିରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଘଟିଥିବା ନିଆଁରେ ଦୁଇ ଜଣ ଲୋକ ଜଳି ଯାଇଥିଲେ। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇ ଫାୟାର ବ୍ରିଗେଡ ଅଧିକାରୀଙ୍କ ଅନୁଯାୟୀ, ବିସ୍ଫୋରଣ ପରେ ନିୟନ୍ତ୍ରଣକୁ ନିଆଯାଇଥିବା ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି।

 

08:37 AM

Odisha News Live Updates: ଦିଲ୍ଲୀରେ ଆଇସକ୍ରିମ ମାଲିକଙ୍କ ହତ୍ୟାକାରୀ ଗିରଫ
ଗତକାଲି ରାତିରେ ଦିଲ୍ଲୀର ହାଇ ସିକ୍ୟୁରିଟି ଜୋନର ଇଣ୍ଡିଆ ଗେଟ୍ ଆଉଟର୍ ସର୍କଲରେ ଜଣେ ଆଇସ୍କ୍ରିମ୍ ବିକ୍ରେତାଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତକଙ୍କ ପୋଷାକରୁ କିଛି ଟଙ୍କା ଉଦ୍ଧାର କରାଯାଇଥିଲା, ତେଣୁ ଡକାୟତି ପାଇଁ ହତ୍ୟା କରାଯାଇ ନାହିଁ ବୋଲି ପୋଲିସ ଅନୁଭବ କରିଥିଲା। ୯ଟି ପୋଲିସ୍ ଟିମ୍ ଉକ୍ତ ଅଞ୍ଚଳରେ ସ୍ଥାପିତ ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଯେଉଁଠାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ନେବାରେ ବ୍ୟସ୍ତ।

 

08:28 AM

Odisha News Live Today: ଲୁଙ୍ଗିର ଜବାବ ଧୋତିରେ, ଲିଙ୍କରେ କ୍ଲିକ କରି ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

08:02 AM

Odisha News Live Updates: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ। ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନାମାଙ୍କନର ଶେଷ ଦିନ ରହିଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ଆସନ ପାଇଁ ୭ ଜଣ ନାମାଙ୍କନ ଭରିଛନ୍ତି।ତେବେ ଆଜି ଶେଷ ଦିନ ଥିବାରୁ ପ୍ରାର୍ଥୀଙ୍କ ତାଲିକା ବଢିବା ନେଇ ଆଶା କରାଯାଉଛି। ପଢନ୍ତୁ ପୂରା ରିପୋର୍ଟ...

07:47 AM

Odisha News Live Updates: ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଆଜି ସୋନପୁର ଗସ୍ତରେ ଆସୁଛନ୍ତି। ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ସେ ଉଦବୋଧନ ଦେବେ। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡି଼ଶାର ୫ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ।  ଏଥର ମଧ୍ୟ ଦଳ ପଶ୍ଚିମ ଓଡି଼ଶାକୁ ଫୋକସ୍ ରେ ରଖିଛି। 

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Odisha Election 2024: ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁରରେ ସଭା କରି ମାଗିବେ ଭୋଟ୍

07:24 AM

Odisha News Live Updates: ମୂଳୋତ୍ପାଟନ ପାଇଁ ଓଡ଼ିଶା ସମେତ ୨୮ଟି ରାଜ୍ୟରେ ଆରମ୍ଭ ହେବ ଅଭିଯାନ
ଦେଶର ୧୨ଟି ରାଜ୍ୟ ମ୍ୟାଲେରିଆ ମୁକ୍ତ କରିବାକୁ କେନ୍ଦ୍ର ସରକାର ଏହି ଆନୋଫେଲେସ ମଶା ବିରୁଦ୍ଧରେ ଏକ ବିଶାଳ ଅଭିଯାନ ଚଳାଇବାକୁ ଯାଉଛନ୍ତି। ଏହା ଆଜିଠାରୁ ଅର୍ଥାତ ୨୫ ଏପ୍ରିଲ ବିଶ୍ୱ ମ୍ୟାଲେରିଆ ଦିବସରେ ଆରମ୍ଭ ହେବ। ଏହି ଅଭିଯାନ ପାଇଁ ସରକାର ଗ୍ଲୋବାଲ ଫଣ୍ଡ ମାଧ୍ୟମରେ ୫୪୧ କୋଟି ଟଙ୍କା ପାଣ୍ଠି ପାଇଛନ୍ତି। ଏହି ଅଭିଯାନ ଏପ୍ରିଲ ୨୦୨୪ ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ (NCVBDC)ର ତତ୍ତ୍ୱାବଧାନରେ ଚାଲିବ। ମ୍ୟାଲେରିଆ ମୂଳୋତ୍ପାଟନ ପ୍ରକଳ୍ପର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ, ଝାଡଖଣ୍ଡ, ଛତିଶଗଡ, ଓଡିଶା ଏବଂ ମହାରାଷ୍ଟ୍ରରେ ଆରମ୍ଭ ହେବ। ପଢନ୍ତୁ ପୂରା ରିପୋର୍ଟ...

07:11 AM

Odisha News Live Updates: ଆଜି ଠୁ ବଢିବ ତାତି
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ଦିନ ତାପମାତ୍ରା ପର୍ଯ୍ୟାୟ କ୍ରମେ ୪ରୁ ୬ ଡିଗ୍ରୀ ବଢିବ।  ଆଜି ଦିନର ତାପମାତ୍ରା ବି ବୃଦ୍ଧି ପାଇବ। ଏବଂ ୨୬ରୁ ଏହା ଶିଖର ଛୁଇଁବ।  ଆସନ୍ତା ୨୪ ଘଣ୍ଟା ଯାଏଁ ଉତ୍ତର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ୍ଓ୍ବେଭ୍ ସ୍ଥିତି ରହିବ।  ଆଜି ଗଜପତି ଓ ଗଂଜାମ ଜିଲ୍ଲାକୁ ସିଭିୟର ହିଟ୍ ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି, ଝାରସୁଗୁଡା, ସୁନ୍ଦରଗଡ,  ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ନୟାଗଡ, ବଲାଙ୍ଗୀର,ବୌଦ୍ଧ, ନୂଆପଡା, କନ୍ଧମାଳ,ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଆଦି ୧୭ ଜିଲ୍ଲାକୁ  ହିଟ୍ ଓ୍ବେଭ୍ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଢନ୍ତୁ ପୂରା ରିପୋର୍ଟ...

07:08 AM

Odisha News Live Updates: ପଢି ନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୫ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରାଶିଫଳ...

07:07 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।