Odisha Daily News Live: ବିଶ୍ୱ ବିଜେତା ହେଲା ଭାରତ; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2314436

Odisha Daily News Live: ବିଶ୍ୱ ବିଜେତା ହେଲା ଭାରତ; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ବିଶ୍ୱ ବିଜେତା ହେଲା ଭାରତ; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog
30 June 2024
20:52 PM

BCCI Prize Money for Team India: ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ପରେ ସମଗ୍ର ବିଶ୍ୱରୁ ଅଭିନନ୍ଦନ ଗ୍ରହଣ କରୁଛି। ବାରବାଡୋସରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଉପରେ ୭ ରନ୍ ଜିତି କୋଟି-କୋଟି ଲୋକଙ୍କ ସ୍ୱପ୍ନ ପୂରଣ କରିଛି। ଏହି ଚମତ୍କାର ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହେଉଛି। ଟ୍ରଫି ସହିତ କୋଟି କୋଟି ଟଙ୍କାର ପୁରସ୍କାର ରାଶି ଜିତିବା ପରେ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମଧ୍ୟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

 

20:07 PM

Nikunja Bihari Dhal Appointed New ACS: ବରିଷ୍ଠ ପ୍ରଶାସକ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।

 

18:19 PM

Manoj Ahuja takes charge as Odisha's new Chief Secretary: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

17:35 PM

Ravindra Jadeja T20I Retirement: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଅନ୍ୟ ଜଣେ ଭାରତୀୟ ଭେଟେରାନ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଭେଟେରାନଙ୍କ ନାମ ରବିନ୍ଦ୍ର ଜାଡେଜା, ଯିଏ ଇନଷ୍ଟାରେ ଏହାର ସୂଚନା ଦେଇଛନ୍ତି।

 

16:33 PM

SUBHADRA Yojana to be launched by PM Modi in Odisha on Sept 17: ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସମ୍ବର୍ଦ୍ଧନା ସଭାରେ ଏ ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

 

13:57 PM

Odisha News Live Updates: ମନ୍ କି ବାତ୍‌ରେ ରଥଯାତ୍ରା ସମ୍ପର୍କ କହିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି। ମନ କି ବାତ୍‌ର ୧୧୧ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ଦିନ ପୁଣି ଆସିଛି ଯେଉଁଥିପାଇଁ ଆମେ ସମସ୍ତେ ଫେବୃଆରୀରୁ ଅପେକ୍ଷା କରିଥିଲୁ। ମୁଁ ପୁଣି ଥରେ ମୋ ପରିବାର ସଦସ୍ୟଙ୍କ ମଧ୍ୟରେ ‘ମନ୍ କି ବାତ୍’ ମାଧ୍ୟମରେ ଆସିଛି । ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।

13:56 PM

Odisha News Live Updates: ପେପର ମିଲ୍‌ରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ବଲାଙ୍ଗୀର ଜିଲ୍ଲା ଚୋରମରା ସ୍ଥିତ ପେପର ମିଲ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ପେପର ମିଲ୍‌ର କେମିକାଲ ଗୋଦାମରେ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ କିପରି ନିଆଁ ଲାଗିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

13:56 PM

Odisha News Live Updates: ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ପ୍ରୋଜେକ୍ଟ ଆସିବ: ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ର ରେଳ, ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି, ‘୧୦ ବର୍ଷ ତଳେ ଓଡ଼ିଶାକୁ ଦିଆଯାଉଥିଲା କେବଳ ୮୦୦ କୋଟି ଟଙ୍କା, ଯାହା କୌଣସି ବିକାଶ କାମ ପାଇଁ ଅତି ନଗଣ୍ୟ। ଆଗରୁ ଓଡ଼ିଶା ପ୍ରତିି ଅବହେଳା କରାଯାଉଥିଲା। କିନ୍ତୁ ମୋଦୀ ସରକାରଙ୍କ ଶାସନ କାଳରେ ଓଡ଼ିଶାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ୧୦ ବର୍ଷ ଭିତରେ ମୋଦୀ ଓଡ଼ିଶାର ଦାୟିତ୍ୱକୁ ଗୁରୁତ୍ୱ ଦେଇ ଫଣ୍ଡକୁ ୪ ଗୁଣା କଲେ। ଓଡ଼ିଶାକୁ ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅଧିକ ଅନୁଦାନ ମିଳୁଛି। ରେଲୱେ କ୍ଷେତ୍ରରେ ବିକାଶ ମିଳୁଛି। ଏବେ ଓଡ଼ିଶାରେ ରେଲୱେର ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି।

09:54 AM

Odisha Daily News Live: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା।  ରାଜ୍ୟରେ ଖୁବଶିଘ୍ର ଲାଗୁ ହେବାକୁ ଯାଉଛି ସୁଭଦ୍ରା ଯୋଜନା।  ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଓଡି଼ଶା ଆସି ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ । 

09:14 AM

Rohit Sharma retirement: ବିରାଟଙ୍କ ପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ନେଲେ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର
ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ସାତ ରନରେ ପରାସ୍ତ କରି ଟାଇଟଲ୍ ହାସଲ କରିଛି। ଦଳର ଷ୍ଟାର କ୍ରିକେଟର ତଥା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିରାଟ କୋହଲି ଫାଇନାଲ୍ ମ୍ୟାଚରେ ୭୬ରନ୍ ଇନିଂସ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ଓ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟସନରେ ନିଜର ଅବସର ଘୋଷଣା କରିଥିଲେ। ଏହା ପରେ ଭାରତ ପାଇଁ ନିଜର ଶେଷ ଟି-୨୦ ମ୍ୟାଚ୍ ଥିବା ମଧ୍ୟ ରୋହିତ ଶର୍ମା ପୋଷ୍ଟ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

09:07 AM

Ind vs SA T20 Final: ୧୭ ବର୍ଷ ପରେ ବିଶ୍ୱ ବିଜେତା ହେଲା ଭାରତ
ସମଗ୍ର ଦେଶବାସୀ ଯେଉଁ ଟ୍ରଫିକୁ ଦୀର୍ଘ ୧୭ ବର୍ଷ ଧରି ଅପେକ୍ଷା କରିଥିଲେ ତାହାକୁ ​​ଭାରତ ଶନିବାର ହାସଲ କରିଛି। ଶନିବାର କେନ୍ସିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍-୨୦୨୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନରେ ପରାସ୍ତ କରି ଭାରତ ବିଶ୍ୱ ବିଜେତା ହୋଇଛି। ଫାଇନାଲ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ୧୭୬ ରନ୍ ସ୍କୋର କରିଥିଲା। ଦକ୍ଷିଣ ଆଫ୍ରିକା ଦଳ ଏହାର ପ୍ରଥମ ଫାଇନାଲ୍ ମ୍ୟାଚ୍ ଖେଳି କଠିନ ପରିଶ୍ରମ କରିଥିଲା ​​କିନ୍ତୁ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୬୯ ରନ୍ ସ୍କୋର କରି ଟାଇଟଲରୁ ବଞ୍ଚିତ ହୋଇଥିଲା।

09:05 AM

Top 10 News Headlines: ଭାରତ ବିଶ୍ୱବିଜୟୀ, ପଢିନିଅନ୍ତୁ ସକାଳର ୧୦ ବଡ଼ ଖବର। ପଢନ୍ତୁ ପୂରା ରିପୋର୍ଟ...

09:04 AM

Today Horoscope: ଅଯଥା କଳହ ଠାରୁ ଦୂରେଇ ରୁହନ୍ତୁ ଏହି ସବୁ ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୩୦ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

09:04 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।