Symptoms of high cholesterol: ଜାଣନ୍ତୁ, ହାଇ କୋଲେଷ୍ଟ୍ରଲର ପ୍ରାରମ୍ଭିକ ଲକ୍ଷଣ
Advertisement

Symptoms of high cholesterol: ଜାଣନ୍ତୁ, ହାଇ କୋଲେଷ୍ଟ୍ରଲର ପ୍ରାରମ୍ଭିକ ଲକ୍ଷଣ

Symptoms of high cholesterol: ଆମ ଶରୀରରେ  କୋଲେଷ୍ଟ୍ରଲ ସ୍ତର ବଜାୟ ରହିବା ନିହାତି ଆବଶ୍ୟକ । ଆମ ମଧ୍ୟରୁ ଅନେକ ଉଚ୍ଚ କୋଲେଷ୍ଟ୍ରଲ୍ର ଲକ୍ଷଣକୁ ଚିହ୍ନିପାରିନଥାନ୍ତି । ଯେତେବେଳେ ବ୍ୟାଡ୍ କୋଲେଷ୍ଟ୍ରଲ ସ୍ଥର ବୃଦ୍ଧି ପାଏ ତେବେ ଆମକୁ ଅନେକ ରୋଗ ଆପେ ଆପେ ମାଡ଼ି ବସିଥାଏ ।

ସାଙ୍କେତିକ ଫଟୋ: Symptoms of high cholesterol

Symptoms of high cholesterol: ଆଜି କାଲି ସାଧାରଣ ଥଣ୍ଡା ଜ୍ୱର ପରି ହାଇ-କୋଲେଷ୍ଟ୍ରଲ(high cholesterol) ସମସ୍ୟା ଅନେକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ।ବର୍ତ୍ତମାନ ଆମ ଜୀବନ ଶୈଳୀ(Life Style) ଏଭଳି ଭାବରେ ପରିବର୍ତ୍ତନ ହେବାରେ ଲାଗିଛି ଯେ ଅନେକ ରୋଗ ଆପେ ଆପେ ଆମ ଶରୀରରେ ନିଜ ସ୍ଥାନ ପ୍ରସ୍ତୁତ କରିବାରେ ଲାଗିଚାଲିଛି ।

ତେବେ ଡାକ୍ତରଙ୍କ ମତ ଅନୁସାରେ ଶରୀରରେ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଶରୀରରେ କୋଲେଷ୍ଟ୍ରଲର ସ୍ତର ଯେତିକି ସ୍ଥିର ରହିବ ଆମ ଶରୀର ମଧ୍ୟ ସେତିକି ସୁସ୍ଥ ରହିବ ।ତେବେ ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଦେଖା ଦେଇଥାଏ । ଗୋଟିଏ ହେଉଛି LDL ଯାହାକୁ ବ୍ୟାଡ୍ କୋଲେଷ୍ଟ୍ରଲ କୁହାଯାଏ ଏବଂ ଅନ୍ୟଟି ହେଉଛି HDL ଯାହାକୁ ହେଲ୍ଦି ବା ଗୁଡ୍ କୋଲେଷ୍ଟ୍ରଲ କୁହାଯାଏ ।

ଆମ ଶରୀରରେ ସୁସ୍ଥ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବା ପାଇଁ ଆମେ ସମସ୍ତେ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍ । ଆମ ମଧ୍ୟରୁ ଅନେକ ଉଚ୍ଚ କୋଲେଷ୍ଟ୍ରଲ୍ର ଲକ୍ଷଣକୁ ଚିହ୍ନିପାରୁନାହାଁନ୍ତି, ଯେତେବେଳେ ବ୍ୟାଡ୍ କୋଲେଷ୍ଟ୍ରଲ ସ୍ଥର ବୃଦ୍ଧି ପାଏ ତେବେ ଆମକୁ ଅନେକ ରୋଗ ଆପେ ଆପେ ମାଡ଼ି ବସିଥାଏ ।ଯଦି ଆପଣ ମଧ୍ୟ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏଠାରେ ଉଚ୍ଚ କୋଲେଷ୍ଟ୍ରଲ ସ୍ତରର ଲକ୍ଷଣ ବିଷୟରେ ପ୍ରଥମେ ଆପଣଙ୍କୁ ଅବଗତ ହେବାକୁ ପଡ଼ିବ। ଯାହାକୁ ଆପଣ ଚିହ୍ନିପାରିବେ ଏବଂ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିପାରିବେ ।

ଯେତେବେଳେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଏ ତେବେ କିଛି ଚିହ୍ନ ଆମ ହାତ ଏବଂ ନଖରେ ଦେଖାଯିବା ଆରମ୍ଭ କରେ, ଯାହାକୁ ଆପଣ କେବେବି ଅଣଦେଖା କରିବା ଉଚିତ୍ ନୁହେଁ ।

1. ନଖର ହଳଦିଆ

ଯଦି ହଠାତ୍ ଆପଣଙ୍କ ନଖରେ ହଳଦିଆ ରଙ୍ଗ ହେବାରେ ଲାଗୁଛି ତେବେ ଏହା କୋଲେଷ୍ଟ୍ରଲ ବଢ଼ିବାର ସଙ୍କେତ ହୋଇପାରେ ।ଏହା ଆମ ଶରୀରରେ ଖରାପ ରକ୍ତ ସଞ୍ଚାଳନର ମଧ୍ୟ ଏକ ସଙ୍କେତ ଅଟେ ।

2. ନଖ ଫାଟିବା                                                                                                       

ଯଦି ଆପଣଙ୍କ ନଖ ଫାଟିବା ଆରମ୍ଭ କରେ ତେବେ ଏହା ମଧ୍ୟ ହାଇ କୋଲେଷ୍ଟ୍ରଲ କାରଣରୁ ହୋଇପାରେ । ଏହା ନଖ ବଢ଼ିବାକୁକୁ ପ୍ରତିରୋଧ କରିଦିଏ ଏବଂ ଉଚ୍ଚ କୋଲେଷ୍ଟ୍ରଲ ସ୍ତରର ସଙ୍କେତ ହୋଇପାରେ ।

3. ହାତ ଫାଟିବା-

ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଏ ଆମର ରକ୍ତଭଣ୍ଡାର ବନ୍ଦ ହୋଇଯାଏ, ଯାହା ଦ୍ୱାରା ହାତରେ ଯନ୍ତ୍ରଣା ଦେଇପାରେ । ଯଦି ଆପଣ ପ୍ରାୟତଃ ହଠାତ୍ ଯନ୍ତ୍ରଣା ଅନୁଭବ କରନ୍ତି, ତେବେ ଏହା ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ।

4. ହାତ ଝିମ୍ ଝିମ୍ ହୋଇଯିବା-

କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେତୁ ରକ୍ତ ପ୍ରବାହ ସଠିକ୍ ଭାବରେ ହୋଇ ପାରି ନଥାଏ, ଯାହା ଦ୍ୱାରା ହାତରେ ଝିମ୍ ଝିମ୍ ହେବା ଆରମ୍ଭ ହୋଇଥାଏ ।

5. ହାତ ଏବଂ ପାଦର ଅସ୍ଥିରତା-

ଯଦି ଆମେ ଅନେକ ସମୟରେ ହାତ ଏବଂ ପାଦରେ ଅସ୍ଥିରତା ଅନୁଭବ କରୁଛନ୍ତି, ତେବେ ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେବାର ସଙ୍କେତ ହୋଇପାରେ । ଏହାକୁ ଆଦୌ  ଅଣଦେଖା କରାଯିବା ଉଚିତ୍ ନୁହେଁ ।