Super Cyclone: ମହାବାତ୍ୟାକୁ ପୁରିଲା ୨୫ ବର୍ଷ, ଆଜିବି ଅଭୁଲା ସେହି ରାତି
Advertisement
Article Detail0/zeeodisha/odisha2493207

Super Cyclone: ମହାବାତ୍ୟାକୁ ପୁରିଲା ୨୫ ବର୍ଷ, ଆଜିବି ଅଭୁଲା ସେହି ରାତି

ଭୁବନେଶ୍ୱର: ୧୯୯୯ ମସିହାରେ ସମଗ୍ର ଓଡ଼ିଶା ସମେତ ଦେଶ ଦେଖିଥିଲା ମହାବାତ୍ୟାର କରାଳ ରୂପ। ଓଡ଼ିଶା ଛାତି ଉପରେ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼। ୨୬୦ରୁ ଊର୍ଦ୍ଧ୍ୱ ବେଗରେ ପବନ ଆସି ସବୁଜ ଶସ୍ୟସାମଳାରେ ପରିପୂର୍ଣ୍ଣ ଓଡ଼ିଶାର ଉପକୂଳ ଜିଲ୍ଲାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ନେଇଥିଲା ୧୦ ହଜାରରୁ ଅଧିକ ଜୀବନ। ୩୧ ହଜାର ୯୪୫ କୋଟ

Super Cyclone: ମହାବାତ୍ୟାକୁ ପୁରିଲା ୨୫ ବର୍ଷ, ଆଜିବି ଅଭୁଲା ସେହି ରାତି

Super Cyclone: ଭୁବନେଶ୍ୱର: ୧୯୯୯ ମସିହାରେ ସମଗ୍ର ଓଡ଼ିଶା ସମେତ ଦେଶ ଦେଖିଥିଲା ମହାବାତ୍ୟାର କରାଳ ରୂପ। ଓଡ଼ିଶା ଛାତି ଉପରେ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼। ୨୬୦ରୁ ଊର୍ଦ୍ଧ୍ୱ ବେଗରେ ପବନ ଆସି ସବୁଜ ଶସ୍ୟସାମଳାରେ ପରିପୂର୍ଣ୍ଣ ଓଡ଼ିଶାର ଉପକୂଳ ଜିଲ୍ଲାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ନେଇଥିଲା ୧୦ ହଜାରରୁ ଅଧିକ ଜୀବନ। ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ଭାଙ୍ଗି ପଡ଼ିଥିଲା ଓଡ଼ିଶାର ମେରୁଦଣ୍ଡ । ୨୫ ବର୍ଷ ପରେ ଆଜି ବି ଲୋକଙ୍କ ମନରୁ ଲିଭିନି ସେତେବେଳର ଅନୁଭୂତି। ଆଜି ସେହି ମହାବାତ୍ୟାକୁ ପୁରିଛି ୨୫ ବର୍ଷ। ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ। 

୧୯୯୯ ମସିହା ଆଜିର ଦିନରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ୟ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା। ଆସିଥିବା ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ। ଏହି ବ୍ଲକର ପ୍ରାୟ ପ୍ରତ୍ୟେକ ପରିବାର ନିଜ ଆଖି ଆଗରେ ନିଜର ପ୍ରିୟଜନଙ୍କୁ ହରାଉଥିବାର ଦେଖିଛନ୍ତି । କାହାର ଭାସିଯାଇ ଜୀବନ ଯାଇଥିଲା ତ କିଏ ଗଛ ଓ ଘର ଭିତରେ ଚାପି ହୋଇ ପ୍ରାଣ ହରାଇଥିଲେ । ମହାବାତ୍ୟା ସିନା ଚାଲି ଯାଇଛି, ହେଲେ ମହାବାତ୍ୟାକୁ ଅଙ୍ଗେ ଲିଭାଇଥିବା ଓ ଏହାକୁ ସାମ୍ନାକରି ନିଜ ପରିବାର ଜନଙ୍କୁ ହରାଇଥିବା ଲୋକଙ୍କ ମନରୁ ସେଦିନର କରାଳ ରୂପ ଓ ଭୟ ମନରୁ ଯାଉନି । ଆଉ ବାତ୍ୟା ନାଁ ଶୁଣିଲେ ଏମାନେ ଆତଙ୍କିତ ହୋଇପଡନ୍ତି । 

ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଦିଗରୁ ୫୫୦ କିମି ଦୂରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟାରେ ପରିଣତ ହୋଇଥିଲା। ଏନେଇ ମହାବାତ୍ୟାର ୫ ଦିନ ପୂର୍ବରୁ ଗଲ୍ଫ ଅଫ୍ ସିଆମରେ ଲଘୁଚାପ ନେଇ ପାଣିପାଗ ବିଭାଗ ଅକ୍ଟୋବର ୨୪ରେ ଆକଳନ କରିଥିଲା। ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା। ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନେମୋମିଟର ବି ଫେଲ୍ ମାରିଥିଲା। ମାପି ପାରିନଥିଲା ମହାବାତ୍ୟାରେ ବୋହୁଥିବା ପବନର ବେଗକୁ। ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା।