Indian Politics: ଦଳ ବଦଳ ନିରୋଧ ଆଇନ କ'ଣ? ସାଂସଦ କିମ୍ବା ବିଧାୟକଙ୍କ ଦଳ ପରିବର୍ତ୍ତନ ନେଇ କ'ଣ ରହିଛି ନିୟମ
Advertisement

Indian Politics: ଦଳ ବଦଳ ନିରୋଧ ଆଇନ କ'ଣ? ସାଂସଦ କିମ୍ବା ବିଧାୟକଙ୍କ ଦଳ ପରିବର୍ତ୍ତନ ନେଇ କ'ଣ ରହିଛି ନିୟମ

What is Anti Defection Law: ଆପଣ ଦଳ ବଦଳ ନିରୋଧି ଆଇନ ସମ୍ପର୍କରେ ଅନେକ ଥର ଶୁଣିଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି ଦଳ ବଦଳ ଆଇନ କିପରି ଲାଗୁ ହୋଇଥାଏ?

 

Indian Politics: ଦଳ ବଦଳ ନିରୋଧ ଆଇନ କ'ଣ? ସାଂସଦ କିମ୍ବା ବିଧାୟକଙ୍କ ଦଳ ପରିବର୍ତ୍ତନ ନେଇ କ'ଣ ରହିଛି ନିୟମ

Anti Defection Law India: ଦଳ ବଦଳ ସମ୍ପର୍କରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୋମବାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟାନ୍ୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏହା ସହିତ ଆସନ୍ତା ୨୦୨୪ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏନସିପି ନେତା ଅଜିତ ପାୱାର ଏବଂ ତାଙ୍କ ଦଳର  ଅନ୍ୟାନ୍ୟ ବିଧାୟକଙ୍କ ମାମଲାରେ ନିଷ୍ପତ୍ତି ନେବାକୁ ସୁପ୍ରିମ କୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରିବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସମ୍ବିଧାନର ଦଶମ ସୂଚୀର ପବିତ୍ରତା ବଜାୟ ରଖିବା ଆବଶ୍ୟକ। ହେଲେ କ'ଣ ଆପଣ ଜାଣିଛନ୍ତି ସମ୍ବିଧାନର ଦଶମ ସୂଚୀ କ'ଣ? ଯାହା ବିଷୟରେ ସୁପ୍ରିମରକୋର୍ଟ ଆଲୋଚନା କରିଛନ୍ତି।

ଭାରତୀୟ ସମ୍ବିଧାନର ଦଶମ କାର୍ଯ୍ୟସୂଚୀ କ'ଣ?
୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର ସମ୍ବିଧାନର ୯୨ ତମ ସଂଶୋଧନ କରିଥିଲେ। ଏହି ସଂଶୋଧନରେ ଦଳ ବଦଳ ନିରୋଧ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନର ଉଦ୍ଦେଶ୍ୟ ହେଉଛି ରାଜନୈତିକ ଫାଇଦା ପାଇଁ ରାଜନେତାଙ୍କୁ ଦଳ ବଦଳ କିମ୍ବା ଘୋଡା ବେପାରକୁ ବନ୍ଦ କରିବା। ଦଳ ବଦଳ ନିରୋଧ ଆଇନ ଦେଶର ସମ୍ବିଧାନର ଦଶମ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଛି। ଯେତେବେଳେ ଜଣେ ରାଜନେତା ଦଳ ପରିବର୍ତ୍ତନ କରନ୍ତି କିମ୍ବା ଏପରି କୌଣସି ପଦକ୍ଷେପ ନିଆ ଯାଇଥାଏ ଯାହାକୁ ଅନ୍ୟ ଦଳର ନେତାଙ୍କ ସମର୍ଥନ କରିଥାନ୍ତି, ତାହାକୁ ରାଜନୀତିରେ ଘୋଡ଼ା ବେପାର ବୋଲି କୁହାଯାଏ। ରାଜନେତାଙ୍କ କରାଯାଉଥିବା ଏପରି କାରନାମାକୁ ଦଳ ବଦଳ ବୋଲି କୁହାଯାଏ।

ଦଳ ବଦଳ ନିରୋଧି ଆଇନ କ'ଣ?
ଦଳ ବଦଳ ନିରୋଧି ଆଇନ ସମ୍ବିଧାନର ଦଶମ କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ କରାଯାଇଛି। କାର୍ଯ୍ୟସୂଚୀର ଦ୍ୱିତୀୟ ଅନୁଚ୍ଛେଦରେ ଦଳ ବଦଳ ନିରୋଧ ଆଇନ ଅନୁଯାୟୀ ଜଣେ ବିଧାୟକ କିମ୍ବା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାର କାରଣ ସ୍ପଷ୍ଟ କରାଯାଇଛି। ଏହି ଆଇନ ଅନୁଯାୟୀ, ଯଦି ଜଣେ ବିଧାୟକ ନିଜ ଇଚ୍ଛାରେ ଦଳର ସଦସ୍ୟତା ଛାଡିଦିଅନ୍ତି, ତାହେଲେ ତାଙ୍କ ଆସନ ଛଡ଼ାଇ ନିଆଯାଇପାରେ। ଯଦି ଜଣେ ବିଧାୟକ କିମ୍ବା ସାଂସଦ ଜାଣିଶୁଣି ମତଦାନରୁ ଦୂରେଇ ରୁହନ୍ତି କିମ୍ବା ତାଙ୍କ ଦଳ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ବିରୋଧରେ ଭୋଟ୍ ଦେଇଥାନ୍ତି ତାହେଲେ ତାଙ୍କୁ ତାଙ୍କ ଆସନ ହରାଇବାକୁ ପଡିପାରେ। ଯଦି କୌଣସି ସ୍ୱାଧିନ ସାଂସଦ କିମ୍ବା ବିଧାୟକ ଅନ୍ୟ କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ଯୋଗଦାନ କରନ୍ତି, ତାହେଲେ ସେମାନେ ଅଯୋଗ୍ୟ ଘୋଷିତ ହେବେ।

କେବେ ଲାଗୁ ହୁଏନାହିଁ ଦଳ ବଦଳ ନିରୋଧି ଆଇନ?
ମାତ୍ର ଏପରି କିଛି ପରିସ୍ଥିତି ରହିଛି ଯେତେବେଳେ ଦଳ ବଦଳ ନିରୋଧି ଆଇନ ଲାଗୁ ହୁଏନାହିଁ। ଅର୍ଥାତ୍ ଏଭଳି ପରିସ୍ଥିତିରେ ସାଂସଦ କିମ୍ବା ବିଧାୟକଙ୍କୁ କୌଣସି ପ୍ରକାରରେ ଦଳ ବଦଳ ନିରୋଧି ଆଇନର ସାମ୍ନା କରିବାକୁ ପଡେନାହିଁ। ଯଦି କୌଣସି ଦଳର ଏକ ତୃତୀୟାଂଶ ସାଂସଦ କିମ୍ବା ବିଧାୟକ ସାଂସଦ କିମ୍ବା ବିଧାୟକ ଦିଅନ୍ତି, ତାହେଲେ ଦଳ ବଦଳ ନିରୋଧ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ଏହା ବ୍ୟତୀତ ଯଦି କୌଣସି ଦଳର ଦୁଇ-ତୃତୀୟାଂଶ ସାଂସଦ କିମ୍ବା ବିଧାୟକ ଅନ୍ୟ କୌଣସି ଦଳରେ ଯୋଗଦାନ କରନ୍ତି, ତାହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଏହାକୁ ଦଳ ବଦଳ ବୋଲି ଗ୍ରହଣ କରାଯିବ ନାହିଁ।