Odisha Weather: ସାବଧାନ ! ହିଟୱେଭ ନେଇ କଟକକୁ ରେଡ୍ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ
Advertisement
Article Detail0/zeeodisha/odisha2227300

Odisha Weather: ସାବଧାନ ! ହିଟୱେଭ ନେଇ କଟକକୁ ରେଡ୍ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ

Odisha Weather: ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଗୁଳୁଗୁଳି। ମେ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବାକୁ ଯଉଛି ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି।

Odisha Weather: ସାବଧାନ ! ହିଟୱେଭ ନେଇ କଟକକୁ ରେଡ୍ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ

Odisha Weather: ଡ଼ହଡ଼ହ ଖରାରେ ସିଝୁଛି ସାରା ଓଡ଼ିଶା । ସକାଳ ୭ରୁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ। ଟାଣ ଖରାକୁ ପ୍ରବଳ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଦିନଯାକର ଗରମ ଓ ଗୁଳୁଗୁଳି ପ୍ରଭାବରେ ରାତି ସାରା ବି ଶାନ୍ତିରେ ଶୋଇପାରୁନାହାଁନ୍ତି ଲୋକେ । ସେହିପରି ସଦ୍ୟ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ସିଲଭର ସିଟି କଟକ ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଛି ବିଭାଗ । କେବଳ ଯେ ହିଟ୍ ୱେଭ ତାହା ନୁହେଁ ଆଦ୍ରତା ପାଖାପାଖି ୭୫ ପ୍ରତିଶତ ଉପରେ ରହିବା ନେଇ ଆକଳନ କରିଛି ବିଭାଗ।

ଏହାସହ ଆହୁରି ୨ ଦିନ ଆକାଶରୁ ଅଗ୍ନି ବର୍ଷା (Heat Wave) ହେବାର ଝଟକା ଦେଇଛି ପାଣିପାଗ ବିଭାଗ। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଗୁଳୁଗୁଳି। ମେ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବାକୁ ଯଉଛି ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି।

 

ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ(Odisha Temperature) ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ତାତି ଅନୁଭୂତ ହେବ। ସେପଟେ ଆଜି ପାଇଁ ରାଜ୍ୟର ୧୦ଟି ଜିଲ୍ଲା ଅର୍ଥାତ୍ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକରେ ଅତ୍ୟଧିକ ଗରମ ଅନୁଭୂତ ହେବା ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 

 

ସେହିପରି ଆଜି ସକାଳ ସାଢେ ୮ଟା ସୁଦ୍ଧା କିଛି ଜିଲ୍ଲାରେ ତାପମାତ୍ରା(Temperature Record) ୩୨ ଡିଗ୍ରୀ ଉପରେ ରହିଛି । ଯଥା, ବାରିପଦାରେ ୩୬ ଡିଗ୍ରୀ,  ବାଲେଶ୍ୱର ୩୬ ଡିଗ୍ରୀ,  ମାଲକାନଗିରି ୩୫ ଡିଗ୍ରୀ, କେନ୍ଦୁଝର ୩୫ ଡିଗ୍ରୀ, ଭବାନୀପାଟଣା ୩୪.୪ ଡିଗ୍ରୀ, ଭୁବନେଶ୍ୱର ୩୩.୮ ଡିଗ୍ରୀ,  ଜଗତସିଂହପୁର ୩୩.୪ ଡିଗ୍ରୀ , ଅନୁଗୋଳ ୩୩ ଡିଗ୍ରୀ,  ବୌଦ୍ଧ ୩୩ ଡିଗ୍ରୀ, ଟିଟଲାଗଡ ୩୩ ଡିଗ୍ରୀ ଓ କଟକ ଜିଲ୍ଲାରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । 

 

Also Read: Vastu Tips: ଜାଣନ୍ତି କି ଘରର ଏହି କୋଣରେ ଲାଗିଥିବା ବୁଢିଆଣୀ ଜାଲ ଆଣିଥାଏ ବଡ଼ ବିପଦ!

Also Read: Gajalaxmi yog 2024: ୧୨ ବର୍ଷ ପରେ ଗୁରୁ-ଶୁକ୍ର ମିଳନ, ୪ ରାଶିର ବଦଳିଯିବ ଭାଗ୍ୟ!

Also Read: Angarak Yog 2024: କ'ଣ ଏହି ଅଙ୍ଗାରକ ଯୋଗ, ଯାହା ଆଣୁଛି ୩ ରାଶିଙ୍କ ପାଇଁ ବଡ଼ ବିପଦ !