Ghaziabad News: ଜୀବନ ନେଉଛି ଏସି, ପୁଣି ଥରେ ଫାଟିଲା ଏସି କମ୍ପ୍ରେସର
Advertisement
Article Detail0/zeeodisha/odisha2281731

Ghaziabad News: ଜୀବନ ନେଉଛି ଏସି, ପୁଣି ଥରେ ଫାଟିଲା ଏସି କମ୍ପ୍ରେସର

ଏହି ବିସ୍ଫୋରଣ ପରେ ଘରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ରହିଥିଲା ଯେ ରାତି ଅଧରେ ସମସ୍ତ ବାସିନ୍ଦା ଓହ୍ଲାଇ ଆସିଥିଲେ। ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଇଥିଲା। 

Ghaziabad News: ଜୀବନ ନେଉଛି ଏସି, ପୁଣି ଥରେ ଫାଟିଲା ଏସି କମ୍ପ୍ରେସର

Ghaziabad News: ନୂଆଦିଲ୍ଲୀ: ଗାଜିଆବାଦର ବସୁନ୍ଧରା ସେକ୍ଟର ୧ କୁଞ୍ଜ ବିହାର ସୋସାଇଟିରେ ପୁଣିଥରେ ଭୟଙ୍କର ଏସି ବିସ୍ଫୋରଣ ଦେଖିବାକୁ ମିଳିଛି। ଘରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ଏହି ଭୟଙ୍କର ବିସ୍ଫୋରଣ ହେବା ପରେ ସେଥିରୁ ନିଆଁ ଫ୍ଲାଟକୁ ମାଡିଯାଇଥିଲା। ଯଦିଓ ଏହି ଦୁର୍ଘଟଣାରେ ଜୀବନ ହାନୀ ହୋଇନାହିଁ। ତଥାପି ଏହି ବିସ୍ଫୋରଣକୁ ନେଇ ଏବେ ସାଧାରଣରେ ଚିନ୍ତା ବଢାଇ ଦେଇଛି। ଏହି ଏସି ବିସ୍ଫୋରଣ ପରେ ନିଆଁ ଭୟଙ୍କର ରୂପ ନେଇଥିଲା। ନିଆଁକୁ ଆୟତ କରିବା ପାଇଁ ପାଖ ପଡୋଶୀମାନେ ବହୁ ମାତ୍ରାରେ ପ୍ରୟାସ କରିଥିଲେ। ମାତ୍ର ନିଆଁ ଉପରେ ଆୟତ କରିପାରିନଥିଲେ। 

ମିଳିଥିବା ସୂଚନା ଅନୁଯାୟୀ ଗାଜିଆବାଦର ବସୁନ୍ଧରା ସେକ୍ଟର ୧ରେ କୁଞ୍ଜ ବିହାରୀ ସୋସାଇଟିରେ ଏହି ଦୁର୍ଘଟଣା ଘଟିଛି। ସୋସାଇଟିର ୧୦୦୯ ପ୍ଲଟର ପ୍ରଥମ ମହଲାରେ ଏହି ଏସି ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣା ସମୟରେ ପରିବାରର ସଦସ୍ୟ ଘରେ ଶୋଇଥିଲେ। ତେବେ ଦୁର୍ଘଟଣା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଆସି ନିଜ ଜୀବନକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା। 

ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ସୁରକ୍ଷା ଉପରେ ଧ୍ୟାନ ଦେଇଥିଲା। ଗ୍ୟାସ କନେକ୍ସନ ବନ୍ଦ କରିବା, ବିଦ୍ୟୁତ ସରବରାହକୁ ମଧ୍ୟ ବାତିଲ କରିବା ଆଦିକୁ ପଦକ୍ଷେପ ମାନ ଗ୍ରହଣ କରିଥିଲା। ତେବେ ଏହି ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସେପଟେ ଏହି ବିସ୍ଫୋରଣ ପରେ ଘରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ରହିଥିଲା ଯେ ରାତି ଅଧରେ ସମସ୍ତ ବାସିନ୍ଦା ଓହ୍ଲାଇ ଆସିଥିଲେ। ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଇଥିଲା।