G20 Summit 2023: ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଫାଟ, କନଭୟ ଗାଡ଼ିରେ ଯାତ୍ରୀଙ୍କୁ ହୋଟେଲ ନେଇଗଲେ ଡ୍ରାଇଭର
Advertisement

G20 Summit 2023: ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଫାଟ, କନଭୟ ଗାଡ଼ିରେ ଯାତ୍ରୀଙ୍କୁ ହୋଟେଲ ନେଇଗଲେ ଡ୍ରାଇଭର

Joe Biden Security Lapse: ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖିବାକୁ ମିଳିଛି ଫାଟ। ଆମେରିକା ରାଷ୍ଟ୍ରପତିଙ୍କ କନଭୟ ଲାଗି ବ୍ୟବହୃତ ହୋଇଥିବା ଗାଡ଼ିରେ ଥିବା ଜଣେ ଯାତ୍ରୀଙ୍କୁ ନେଇ ସିଧା  ତାଜ ମାନ ସିଂହ ଠାରେ ପହଞ୍ଚି ଯାଇଥିଲେ। 

 

G20 Summit 2023: ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଫାଟ, କନଭୟ ଗାଡ଼ିରେ ଯାତ୍ରୀଙ୍କୁ ହୋଟେଲ ନେଇଗଲେ ଡ୍ରାଇଭର

Joe Biden Security Breach: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରାଧ୍ୟକ୍ଷ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ଦେଖିବାକୁ ମିଳିଛି ଫାଟ। ଆମେରିକା ରାଷ୍ଟ୍ରପତିଙ୍କ କନଭୟ ଲାଗି ବ୍ୟବହୃତ ହେଉଥିବା ଗାଡ଼ି ଡ୍ରାଇଭରଙ୍କ ଅବହେଳାକୁ ଧରିଛନ୍ତି ସୁରକ୍ଷା କର୍ମୀ। ଏହି ଘଟଣାରେ ଗାଡ଼ି ଚାଳକଙ୍କୁ ଅଟକ ରଖିଥିଲା ପୋଲିସ। ହେଲେ ଜେରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ସୌଭାଗ୍ୟବଶତଃ ଏକ ପ୍ରମୁଖ ସୁରକ୍ଷା ଜନିତ ତ୍ରୁଟିକୁ ଏଡ଼ାଇ ଦିଆଯାଇଥିଲା। ଏହି ଡ୍ରାଇଭର ଜଣଙ୍କ ରାଷ୍ଟ୍ରପତି ବାଇଡେନଙ୍କ କନଭୟ ପାଇଁ ନିଯୁକ୍ତ ଗାଡ଼ିରେ ଜଣେ ଘରୋଇ ଯାତ୍ରୀଙ୍କ ସହ ହୋଟେଲ ତାଜ ମାନ ସିଂହ ଠାରେ ପହଞ୍ଚି ଯାଇଥିଲେ। ଆର୍ଟିଗା ଗାଡିରେ ସୁରକ୍ଷା ସହ ଜଡିତ ଅନେକ ଷ୍ଟିକର ଥିଲା। ରାଷ୍ଟ୍ରପତି ବାଇଡେନ କନଭୟ ପାଇଁ କିଛି ଗାଡି ଆମେରିକାରୁ ଆସିଥିଲା। ଅନ୍ୟପଟେ ଆଉ କିଛି ଗାଡ଼ି ଭାରତରୁ ଯୋଗାଇ ଦିଆଯାଇଥିଲା।

କନଭୟ ଗାଡ଼ିରେ ଯାତ୍ରୀଙ୍କୁ ହୋଟେଲ ନେଇଗଲେ ଡ୍ରାଇଭର  
ଶନିବାର ସକାଳେ ଆର୍ଟିଗା କାର ଚଳାଉଥିବା ଡ୍ରାଇଭର ଜଣଙ୍କୁ ତାଙ୍କ ନିୟମିତ ଗ୍ରାହକ ହୋଟେଲ ତାଜ ମାନ ସିଂହ (Taj Mansingh Hotel Delhi) ଯିବାକୁ ଡାକିଥିଲେ। ଏହି ଗାଡି ରାଷ୍ଟ୍ରପତି ବାଇଡେନଙ୍କ କନଭୟ (US President Convoy Cars) ସହିତ ଆସିବାର ଥିଲା। ହେଲେ ତାଙ୍କ ନିୟମିତ ଗ୍ରାହକଙ୍କ କଲ ପାଇବା ପରେ ଡ୍ରାଇଭର ଜଣଙ୍କ ଗାଡ଼ିକୁ ଲୋଧି ଇଷ୍ଟେଟ (Lodhi Estate Delhi) ଠାରୁ ତାଜ ମ୍ୟାନ ସିଂହ ହୋଟେଲ ନିକଟକୁ ନେଇ ଯାଇଥିଲେ। ଯେଉଁଠାରେ ନିୟୋଜିତ ସୁରକ୍ଷା ତାଙ୍କୁ ଧରିଥିଲା। ଏହା ପରେ ପୋଲିସ ଡ୍ରାଇଭର ଏବଂ ଯାତ୍ରୀଙ୍କୁ ଅଟକ ରଖି ଜେରା କରିବା ପରେ ଛାଡି ଦେଇଥିଲା। ପରେ ଏହି ଗାଡ଼ିକୁ କନଭୟ ମଧ୍ୟରୁ ହଟାଇ ଦିଆଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ରାଷ୍ଟ୍ରପତି ବାଇଡେନ 
ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Boden) ୩ ଦିନିଆ ଭାରତ ଗସ୍ତରେ (Joe Biden India Tour) ରହିଥିଲେ। ରାଷ୍ଟ୍ରପତି ବାଇଡେନ ବର୍ତ୍ତମାନ ଭାରତରୁ ଭିଏତନାମ ଅଭିମୁଖେ ଯାତ୍ରା (Joe Biden Vietnam Tour) କରୁଛନ୍ତି। ଗତ ୮ ତାରିଖ ସନ୍ଧ୍ୟାରେ ଭାରତ ଗସ୍ତରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରାଧ୍ୟକ୍ଷ। ଚଳିତ ବର୍ଷ ଭାରତରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ (G20 Summit 2023 India) ଯୋଗ ଦେବା ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରବିବାର ସକାଳେ ଦିଲ୍ଲୀ ସ୍ଥିତ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି ବାଇଡେନ।

ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
ନିଜର ଭାରତ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ (President Biden PM Modi Meeting) ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି। ଯେଉଁଥିରେ ଟେଲିକମ୍, ମହାକାଶ, ପ୍ରତିରକ୍ଷା ଏବଂ ଶିକ୍ଷା ଭଳି କ୍ଷେତ୍ରରେ ସହଯୋଗ କରିବାକୁ ଉଭୟ ନେତା ସହମତ ହୋଇଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ବାଇଡେନ ଜି-୨୦ ବୈଠକ ବ୍ୟତୀତ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର (India-Middle East-Europe Connectivity Corridor) ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଭାରତ, ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ, ୟୁରୋପୀୟ ସଂଘ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏଥିରେ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ମାଧ୍ୟମରେ ଭାରତରୁ ୟୁରୋପ ପର୍ଯ୍ୟନ୍ତ ଏକ ଅର୍ଥନୈତିକ କରିଡର ନିର୍ମାଣ କରାଯିବ।