Priyadarshi Mishra: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର
Advertisement
Article Detail0/zeeodisha/odisha2180605

Priyadarshi Mishra: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

Priyadarshi Mishra: ଏହାପରେ ବି ମୋତେ ଅଣଦେଖା, ଅଲୋଡା କରାଗଲା। ପଦ ପଦବୀ ପାଇଁ ଲାଳାୟିତ କଥା ନଥିବା କଥା କହିଥିଲେ ପ୍ରିୟଦର୍ଶୀ ହେଲେ ଦଳ ଏହାକୁ ବେଖାତିର କରିଥିଲା। ଯାହା ଫଳରେ ସେ ଦଳ ଛାଡ଼ିଥିବା କହିଛନ୍ତି ପ୍ରିୟଦର୍ଶୀ ମିଶ୍ର । 

 

Priyadarshi Mishra: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

Priyadarshi Mishra: ୨୦୨୪ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ଦଳ ବଦଳ ବଢିବା ସଙ୍ଗେ ସଙ୍ଗେ ରାଜନୈତିକ ବୟାନ ବାଜି ମଧ୍ୟ ଦେଖିବାକୁ ମିଳିଛି। ଏହି ଦଳ ଡିଆଁ କ୍ରମରେ ଆଜି ବିଜେଡିର ପ୍ରାଥମିକ ସଦସ୍ୟତା ପଦ ଛାଡ଼ିଛନ୍ତି ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ । 

ହେଲେ ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ଅନ୍ୟ କୌଣସି କାର୍ଯ୍ୟକ୍ରମରେ ବି ସେତେଟା ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା କହିଛନ୍ତି ପ୍ରିୟଦର୍ଶୀ। ୨୦୧୯ ରେ ତାଙ୍କୁ ଟିକେଟ ନମିଳିବା ପରେ ତାଙ୍କୁ ଦଳ ପାଇଁ ନିରନ୍ତର କାମ କରିବାକୁ କୁହାଯାଇଥିଲା ଓ ୨୦୨୪ ଅର୍ଥାତ୍ ଚଳିତ ବର୍ଷ ତାଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା ବୋଲି ସେ କହିଛନ୍ତି । ହେଲେ ନାଁ ଘୋଷଣା ନହେବା ଓ ଲଗାତାର ଅଣଦେଖା ତାଙ୍କୁ କଷ୍ଟ ଦେଇଛି ବୋଲି କହିଛନ୍ତି ପ୍ରିୟଦର୍ଶୀ (Priyadarshi Mishra) । ନିଜ ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। 

ପ୍ରିୟଦର୍ଶୀ କହିଛନ୍ତି ଯେ, ବିଜୁ ବାବୁଙ୍କ(Biju Babu) କାଳରୁ ମୁଁ ଛାତ୍ର ନେତା ଭାବେ କାମ କରିଆସିଥିଲି । ପାଖାପାଖି ୩୦ ବର୍ଷ ଧରି ଦଳ ସହ ଥିଲି। ତ୍ରୁଣମୂଳ ସ୍ତରରୁ ସେ କାମ କରିଛନ୍ତି ସଂଗଠନ ମଜଭୁତ ରଖିଥିଲେ ବୋଲି ସେ କହିଥିଲେ। ପାର୍ଟିର ବରିଷ୍ଠଙ୍କୁ ଏ ଅଭିଯୋଗ କରିଥିଲେ ବି ସେ ନେଇ କେହି ଧ୍ୟାନ ନଦେଇଥିବା କହିଛନ୍ତି ପ୍ରିୟଦର୍ଶୀ । ଦଳ କୌଣସି କାର୍ଯ୍ୟକ୍ରମକୁ ନଡାକିଲେ ମଧ୍ୟ ସିନିୟସରଲି ଭାବେ ମୁଁ ଦଳ ପାଇଁ କାମ କରିଛି ଲୋକଙ୍କ ପାଇଁ କାମ କରିଛି । ଏହାପରେ ବି ମୋତେ ଅଣଦେଖା, ଅଲୋଡା କରାଗଲା। ପଦ ପଦବୀ ପାଇଁ ଲାଳାୟିତ କଥା ନଥିବା କଥା କହିଥିଲେ ପ୍ରିୟଦର୍ଶୀ ହେଲେ ଦଳ ଏହାକୁ ବେଖାତିର କରିଥିଲା। ଯାହା ଫଳରେ ସେ ଦଳ ଛାଡ଼ିଥିବା କହିଛନ୍ତି ପ୍ରିୟଦର୍ଶୀ ମିଶ୍ର । 

Also Read: NIA ଜାରିକଲା ରାମେଶ୍ୱରମ କ୍ୟାଫେ ବ୍ଲାଷ୍ଟ ଅଭିଯୁକ୍ତଙ୍କ ଫଟୋ, ଧରାପକାଇଲେ ମିଳିବ ୨୦ ଲକ୍ଷ

Also Read: Top 10 News Headlines: ସକାଳର 10ଟି ବଡ଼ ଖବର