FIFA World Cup 2022: ବିଶ୍ୱକପ୍ ହାତେଇଲା ଆର୍ଜେଣ୍ଟିନା, ହେଲେ ଏହି କାର୍ଯ୍ୟରେ ରେକର୍ଡ କଲେ କେରଳବାସୀ
Advertisement

FIFA World Cup 2022: ବିଶ୍ୱକପ୍ ହାତେଇଲା ଆର୍ଜେଣ୍ଟିନା, ହେଲେ ଏହି କାର୍ଯ୍ୟରେ ରେକର୍ଡ କଲେ କେରଳବାସୀ

FIFA World Cup Fever in Kerala:  ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଫୁଟବଲ ବିଶ୍ୱକପ ଅବସରରେ କେରଳ ଏକ ନୂଆ ରେକର୍ଡ କରିଛି। ଏହି ରାଜ୍ୟରେ ବିଜୟୀ ଦଳର କେତେ ପ୍ରଶଂସକ ଅଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ଡିସେମ୍ବର ୧୮ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ଫୁଟବଲ ବିଶ୍ୱକପ୍ ଫାଇନାଲ ମ୍ୟାଚ ଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ ମଦ ବିକ୍ରି ହୋଇଥିଲା। ଗତ ରବିବାର ରାଜ୍ୟରେ ହୋଇଥିବା ମଦ ବିକ୍ରି ଏକ ନୂଆ ରେକର୍ଡ କରିଛି।   

 

FIFA World Cup 2022: ବିଶ୍ୱକପ୍ ହାତେଇଲା ଆର୍ଜେଣ୍ଟିନା, ହେଲେ ଏହି କାର୍ଯ୍ୟରେ ରେକର୍ଡ କଲେ କେରଳବାସୀ

Keralites creates records in Buying Wine: ନିକଟରେ ଶେଷ ହୋଇଛି ଫିଫା ବିଶ୍ୱକପ ୨୦୨୨। ଚଳିତ ବର୍ଷ କାତାର ଠାରେ ଅନୁଷ୍ଠିତ ହୋଇଥିବା ଫୁଟବଲର ଏହି ମହାକୁମ୍ଭରେ ଆର୍ଜେଣ୍ଟିନା ଗତ ଥରର ଚାମ୍ପିୟନ ଫ୍ରାନ୍ସକୁ ପରାସ୍ତ କରିଛି। ଗତ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଫିଫା ବିଶ୍ୱକପର ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନା ଏଥର ବିଶ୍ୱବିଜୟୀ ହୋଇଛି। 

ବିଶ୍ୱର ଅନ୍ୟ ଦେଶ ଭଳି ଫୁଟବଲର କ୍ରେଜ ଭାରତରେ କିଛି କମ ନୁହେଁ। ଚଳିତ ବର୍ଷ କତାର ଠାରେ ଆୟୋଜିତ ହୋଇଥିଲା ଫିଫା ବିଶ୍ୱକପ। ଯଦିଓ ଭାରତ ଏହି କ୍ରୀଡା଼ ମହାକୁମ୍ଭରେ ଅଂଶଗ୍ରହଣ କରିନାହିଁ। ହେଲେ ଦେଶରେ ଫୁଟବଲ ପ୍ରଶଂସକଙ୍କ ସଂଖ୍ୟା କିଛି କମ ନୁହେଁ। ଫିଫା ବିଶ୍ୱକପକୁ ନେଇ ଦେଶରେ ଅନେକ ଆଲୋଚନା ହେଉଛି। ଦେଶରେ ଏବେ ଫୁଟବଲ ପ୍ରଶଂସକ ଏବଂ ସେମାନଙ୍କର ଉତ୍ସାହ ଏବେ ଆକାଶ ଛୁଆଁ ହୋଇଛି। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଫୁଟବଲ ବିଶ୍ୱକପ ଅବସରରେ କେରଳ (Kerala) ଏକ ନୂଆ ରେକର୍ଡ କରିଛି। ଏହି ରାଜ୍ୟରେ ବିଜୟୀ ଦଳର କେତେ ପ୍ରଶଂସକ ଅଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ଡିସେମ୍ବର ୧୮ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ଫୁଟବଲ ବିଶ୍ୱକପ୍ ଫାଇନାଲ ମ୍ୟାଚ ଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ ମଦ ବିକ୍ରି ହୋଇଥିଲା। ଗତ ରବିବାର ରାଜ୍ୟରେ ହୋଇଥିବା ମଦ ବିକ୍ରି ଏକ ନୂଆ ରେକର୍ଡ କରିଛି।   

Also Read: FIFA World Cup 2022: ଧୈର୍ଯ୍ୟ ହରାଇଲେ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକ, ଭିଡ଼ିଓ ଭାଇରାଲ

କେରଳ ରାଜ୍ୟ ପାନୀୟ ନିଗମ (Kerala State Beverages Corporation) ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଦୈନିକ ପ୍ରାୟ ୩୫ କୋଟି ମୂଲ୍ୟର ମଦ ବିକ୍ରି ହୋଇଥାଏ। ହେଲେ ଡିସେମ୍ବର ୧୮ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ଫିଫା ବିଶ୍ୱକପ୍ ଫାଇନାଲ ମ୍ୟାଚ ଦିନ ଲୋକ ୫୬ କୋଟି ଟଙ୍କା ମୂଲ୍ୟର ମଦ ପିଇ ଯାଇଛନ୍ତି। ବିକ୍ରି ହୋଇଥିବା ୫୬ କୋଟି ଟଙ୍କାର ମଦ ମଧ୍ୟରୁ ପ୍ରାୟ ୪୯.୪୦ କୋଟି ଟଙ୍କାର ମଦ କେବଳ ରାଜ୍ୟର ଏକମାତ୍ର ହୋଲସେଲର କେରଳ ରାଜ୍ୟ ପାନୀୟ ନିଗମ ଦ୍ୱାରା ବିକ୍ରି ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ କେଏସବିସି (KSBC) ଏବଂ ମାର୍କେଟଫେଡ ଖୁଚୁରା ଦୋକାନ (MarketFed Retail Store) ମାଧ୍ୟମରେ ପ୍ରାୟ ୬ କୋଟି ଟଙ୍କାର ମଦ ହୋଇଥିଲା। ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ, ଡିସେମ୍ବର ୧୭ ତାରିଖ ଶନିବାର ରାଜ୍ୟର ଅନେକ ପବ୍-ବାର୍ (Pub and Bar in Kerala) ଠାରେ ୬ କୋଟିରୁ ଅଧିକ ମୂଲ୍ୟର ମଦ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଏହାକୁ ଯୋଡ଼ାଗଲା ସେତେବେଳେ ଏହି ସଂଖ୍ୟା ୫୬ କୋଟି ଟଙ୍କାରେ ପହଞ୍ଚିଛି। କେବଳ ଏତିକି ନୁହେଁ ଓନାମ (Onam) ଏବଂ ଖ୍ରୀଷ୍ଟମାସ (Christmas) ଭଳି ପର୍ବପର୍ବାଣୀ ଅବସରରେ ମଧ୍ୟ ରାଜ୍ୟରେ ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଦ ବିକ୍ରି କରାଯାଇଛି।

Also Read: FIFA World Cup: ଫିଫା ବିଶ୍ୱକପ ବିରୋଧରେ ଗର୍ଜିଲା ମୁସଲିମ ସଙ୍ଗଠନ; ରଖିଲା ଏପରି ପ୍ରତିକ୍ରିୟା

ଫିଫା ବିଶ୍ୱକପ୍ ଚାଲିଥିବା ବେଳେ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚାକୁ ଆସିଥିଲା କେରଳ। ବିଶ୍ୱକପ ଚାଲିଥିବା ବେଳେ ରାଜ୍ୟର କୋଲାମ ଜିଲ୍ଲାର (Kollam District) ଶକ୍ତିକୁଲଙ୍ଗାରା ଠାରେ ଉଭୟ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା।