ଉବେର ଦେଲା ବିଲ, ମାନେ 6 କିମି ଯାତ୍ରାରେ 6 ମହଲା କୋଠା ପଳେଇଯିବ, ଜାଣନ୍ତୁ କେତେ ଟଙ୍କା ଦେଲା ବିଲ...
Advertisement

ଉବେର ଦେଲା ବିଲ, ମାନେ 6 କିମି ଯାତ୍ରାରେ 6 ମହଲା କୋଠା ପଳେଇଯିବ, ଜାଣନ୍ତୁ କେତେ ଟଙ୍କା ଦେଲା ବିଲ...

ଜଣେ ଯାତ୍ରୀ ଏଭଳି ଏକ ସମସ୍ୟାରେ ପଡ଼ିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆପଣମାନେ ଜାଣିଥିଲେ ଉବେର କମ୍ପାନୀରେ ନିୟୋଜିତ ହୋଇଥିବା ଗାଡ଼ି ଓ ଡ୍ରାଇଭରଙ୍କର ମନମୁଖି ଅଧିକାଂଶ ଚାଲିଥାଏ। 

 ଉବେର ଦେଲା ବିଲ, ମାନେ 6 କିମି ଯାତ୍ରାରେ 6 ମହଲା କୋଠା ପଳେଇଯିବ, ଜାଣନ୍ତୁ କେତେ ଟଙ୍କା ଦେଲା ବିଲ...

ନୂଆଦିଲ୍ଲୀ: ପରିବହନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ଓଲା, ଉବେର ଭଳି ଅନେକ ପରିବହନ ସେବା ଯୋଗାଇ ଦେଉଥିବା କମ୍ପାନୀ। ଖୁବ କମ ସମୟ ମଧ୍ୟରେ ଆପଣଙ୍କ ନିକଟରେ ଏହି କମ୍ପାନୀଗୁଡ଼ିକ ଗାଡ଼ି ପଠାଇ ଆପଣଙ୍କ ସମୟ ବଞ୍ଚାଇବା ସହିତ ସୁରକ୍ଷିତ ଯାତ୍ରା ମଧ୍ୟ ପ୍ରଦାନ କରି ଆସୁଛନ୍ତି। କିନ୍ତୁ ଏହି କମ୍ପାନୀ ଗୁଡ଼ିକ ଦ୍ୱାରା ଏଭଳି କିଛି ଭୁଲ ହୋଇଥାଏ ଯାହା ଯାତ୍ରୀଙ୍କ ସମସ୍ୟା ଦୁଇ ଗୁଣ ହୋଇ ଯାଇଥାଏ। 

ନିକଟରେ ଜଣେ ଯାତ୍ରୀ ଏଭଳି ଏକ ସମସ୍ୟାରେ ପଡ଼ିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆପଣମାନେ ଜାଣିଥିଲେ ଉବେର କମ୍ପାନୀରେ ନିୟୋଜିତ ହୋଇଥିବା ଗାଡ଼ି ଓ ଡ୍ରାଇଭରଙ୍କର ମନମୁଖି ଅଧିକାଂଶ ଚାଲିଥାଏ। ଯେତେବେଳେ ଅଧିକମାତ୍ରାରେ ଗାଡ଼ିର ଡିମାଣ୍ଡ ହୋଇଥାଏ, ସେତେବେଳେ ଏହି ଡ୍ରାଇଭରମାନେ ମନଇଚ୍ଛା ଦର ଦାବି କରିଥାନ୍ତି। ଏହିଭଳି ଜଣେ ନିଶାଖୋର ଡ୍ରାଇଭରଙ୍କ କାରନାମା ପଦାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମାତ୍ର ୬ କିଲୋମିଟର ଯାତ୍ରା ପାଇଁ ଉକ୍ତ ଡ୍ରାଇଭର ଜଣକ ଯେଉଁ ବିଲ୍ ଦେଇଥିଲା ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା। 

ଇଂଲଣ୍ଡର ଗ୍ରେଟ ମାନଚେଷ୍ଟରରେ ରହୁଥିବା ୨୨ ବର୍ଷିୟ ଓଲିଭର କେପଲାନଙ୍କ ସହିତ ଜଣେ ଉବେର ଡ୍ରାଇଭର ଏଭଳି ହରକତ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଓଲିଭର ନିଜ ବନ୍ଧୁଙ୍କ ସହିତ ଯାଇ ପାର୍ଟି କରିବାର ଥିଲା। ଏଭଳି ପରିସ୍ଥିତିରେ ନିଜର ଲୋକେସନ ୬.୪ କିଲୋମିଟର ଦୂରତା ବିଶିଷ୍ଟ ଏକ ଟ୍ରିପ ବୁକ କରିଥିଲେ। ଏହାର ଦେୟ ପ୍ରାୟ ୯୨୧ ଟଙ୍କା ହୋଇଥିଲା। କିନ୍ତୁ ସବୁଠାରୁ ଚକିତ କରିବା ଭଳି ପ୍ରସଙ୍ଗ ହେଉଛି ଉବେର ପକ୍ଷରୁ ଓଲିଭରଙ୍କ ନିକଟକୁ ୩୨ ଲକ୍ଷ ଟଙ୍କା ନେବାର ପ୍ରୟାସ କରାଯାଇଛି। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ ଓଲିଭର ଉକ୍ତ ରାଇଡ଼ ମାତ୍ର ୧୫ ମିନିଟ ପାଇଁ କରିଥିଲେ। ତେବେ ଏତେ ଟଙ୍କା କିବରି ଆସିଲା ତାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। 

ଏନେଇ ଓଲିଭର ଯେତେବେଳେ ଖୋଲତାଡ଼ କରିଥିଲେ ତାହାର କାରଣ ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ପକାଇଥିଲା। ଓଲିଭରଙ୍କ ଅନୁଯାୟୀ ସେ ପ୍ରତିଦିନ ଉବେର ସହାୟତାରେ ରାତିରେ ଘରକୁ ଫେରୁଥିଲେ।ଏହାର ଦେୟ ପ୍ରାୟ ୯୦୦ ଟଙ୍କା ହେଉଥିଲା। ଯାହା ଓଲିଭରଙ୍କ ଡେବିଟ କାର୍ଡରୁ କଟି ଯାଉଥିଲା। ତେବେ ସେ ଯେତେବେଳେ କଷ୍ଟମର କେୟାରକୁ ଯେତେବେଳେ ଏହି ୩୨ ଲକ୍ଷ ଟଙ୍କା ବିଲ ସମ୍ପର୍କରେ ପଚାରିଥିଲେ ସେତେବେଳେ ସତକଥା ସାମ୍ନାକୁ ଆସିଥିଲା। କଷ୍ଟମର କେୟାର ତରଫରୁ ସୂଚନା ଦିଆଯାଇଥିଲା କି ତାଙ୍କର ଓଲିଭର ତାଙ୍କର ଡ୍ରପ ଲୋକେସନ ଅଷ୍ଟ୍ରେଲିଆର ଆଷ୍ଟନ ଅଣ୍ଡର ଲିନ ଦେଇଥିଲେ। ଯାହାର ଦୂରତା ପ୍ରାୟ ୧୬ ହଜାର କିଲୋମିଟର ରହିଥିଲା। ତେବେ ଓଲିଭରଙ୍କ ଆକାଉଣ୍ଟରେ ଏତେ ମାତ୍ରାର ଅର୍ଥରାଶି ନଥିବାରୁ ତାହା କଟିନଥିଲା। ତେବେ କମ୍ପାନୀ ପକ୍ଷରୁ ସେଥିରେ ସୁଧାର କରାଯାଇ ଉଚିତ ମୂଲ୍ୟ ହାସଲ କରାଯାଇଥିବା ଜଣାପଡ଼ିଛି।