British PM Rishi Sunak: ଖୁବଶୀଘ୍ର ମୋଦି-ସୁନକ ଭେଟଘାଟ, ଆଲୋଚନା ପାଇଁ ରହିଛି ଅନେକ ପ୍ରସଂଗ
Advertisement

British PM Rishi Sunak: ଖୁବଶୀଘ୍ର ମୋଦି-ସୁନକ ଭେଟଘାଟ, ଆଲୋଚନା ପାଇଁ ରହିଛି ଅନେକ ପ୍ରସଂଗ

British PM Rishi Sunak: କୁହାଯାଉଛି କି ସୁନକ ଓ ମୋଦି ଖୁବଶୀଘ୍ର ପରସ୍ପରକୁ ଭେଟିପାରନ୍ତି। ଏହା ସହିତ ଭାରତ ଓ ବ୍ରିଟେନ ମଦ୍ୟରେ ବ୍ୟାବସାୟିକ ବୁଝାମଣା ହେବାର ସମ୍ଭାବନା ରହିଛି। 

British PM Rishi Sunak: ଖୁବଶୀଘ୍ର ମୋଦି-ସୁନକ ଭେଟଘାଟ, ଆଲୋଚନା ପାଇଁ ରହିଛି ଅନେକ ପ୍ରସଂଗ

British PM Rishi Sunak: ନୂଆଦିଲ୍ଲୀ: ବ୍ରିଟେନର (Britain) ଶାସନ ଡୋର ଏବେ ଭାରତୀୟ ବଂଶଜ ଋଷି ସୁନକଙ୍କ (Rishi Sunak) ହାତରେ। ଋଷି ସୁନକ (Rishi Sunak) ପ୍ରଧାନମନ୍ତ୍ରୀ (Prime Minister) ପଦରେ ପହଞ୍ଚିବା ପରେ ଭାରତରେ (India) ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଓ ଦେଶର ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିବାରେ ଲାଗିଛି। ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି ଓ ଋଷି ସୁନକ ପରସ୍ପରଙ୍କୁ ଭେଟି ପାରନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଇଣ୍ଡୋନେସିଆର ବାଲି ସହରରେ ଆସନ୍ତା ନଭେମ୍ବର ୧୫ ଓ ୧୬ ତାରିଖରେ ହେବାକୁ ଥିବା ଜି ୨୦ ସମ୍ମିଳନୀରେ ଦୁଇ ନେତା ପରସ୍ପରକୁ ଭେଟି ପାରନ୍ତି। 

କୁହାଯାଉଛି ଯଦି ପୂର୍ବ ଯୋଜନା ମୁତାବକ ସବୁକିଛି ଠିକ ରୁହେ, ତେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ମାସରେ ସାକ୍ଷାତ କରିପାରିନ୍ତି। ଯଦିଓ ବର୍ତ୍ତମାନ ସୁଦ୍ଧା ଉଭୟ ଭାରତ ଓ ବ୍ରିଟେନର ଏହି ଦ୍ୱିପାକ୍ଷିକ ସାକ୍ଷାତକୁ ନେଇ କୌଣସି ଅଧିକାରୀକ ସ୍ତରରେ ସୂଚନା ପ୍ରଦାନ କରାଯାଇ ନାହିଁ। 

ସୁନକ ଓ ମୋଦିଙ୍କ ଏହି ସାକ୍ଷାତ ଉଭୟ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟିକ କାରବାରକୁ ବେଗ ମିଳିପାରେ। ପୂର୍ବରୁ ଏହି ବୁଝାମଣା ପାଇଁ ଦୀପାବଳିରେ କରାଯିବାକୁ ଯୋଜନା କରାଯାଇଥିଲା। ମାତ୍ର ସୂଚନା ଅନୁଯାୟୀ ଏହି ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲଣ୍ଡନ ଯାଇପାରିବେ। ଏହି ପରିପ୍ରେକ୍ଷୀରେ ପ୍ରାରମ୍ଭିକ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି।

ସୁନକ ତାଙ୍କର ପ୍ରଥମ ସମ୍ବୋଧନରେ କହିଥିଲେ କି ସେ ଏଭଳି ଏକ ସମୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଯେତେବେଳେ ବ୍ରିଟେନ ଗଭୀର ସଂକଟ ଦେଇ ଗତି କରୁଛି। ସେ ଏହାର କାରଣ କୋଭିଡ଼ ମହାମାରୀ ବୋଲି କହିଥିଲେ। କେବଳ ଏତିକି ନୁହେଁ ଋଷ-ୟୁକ୍ରେନର ଯୁଦ୍ଧର କାରଣ ମଧ୍ୟ ଦର୍ଶାଇଥିଲେ। ଆଶା କରାଯାଉଛି କି ଖୁବ ଶୀଘ୍ର ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ସହିତ ସମାଧାନ ମଧ୍ୟ କରିବାରେ ସଫଳ ହେବେ। ସୁନକ ଆହୁରି ମଧ୍ୟ କହିଛନ୍ତି କି ସେ ଯେଉଁ ପଦ ସ୍ୱିକାର କରିଛନ୍ତି ତାହା କୌଣସ ଚାପରେ ଗ୍ରହଣ  କରିନାହାନ୍ତି। 

ଏହା ପୂର୍ବରୁ ସୁନକ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଦେଶରେ ପରିବର୍ତ୍ତନ କରିବାକୁ ସେ ପ୍ରୟାସ କରିଥିଲେ। ତାଙ୍କର ଏହି ପ୍ରୟାସକୁ ମୁଁ ପ୍ରଶଂସା ନ କରି ରହିପାରୁନି। କିନ୍ତୁ କିଛି ଟା ଭୁଲ ତାଙ୍କ ଦ୍ୱାରା ହୋଇଚି। ତାହା କୌଣସି ଭୁଲବଶତଃ କିମ୍ବା ଭୁଲ ଉଦ୍ଦେଶ୍ୟ ପାଇଁ ହୋଇନାହିଁ। କିନ୍ତୁ ଭୁଲ ହୋଇଛି ବୋଲି ସେ କହିଥିଲେ। ମାସାଧିକାଳ ଧରି ଦେଶରେ ଚାଲିଥିବା ରାଜନୈତିକ ହଟଚମଟରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଦ୍ୱାରା ହୋଇଥିବା ଭୁଲରେ ସୁଧାର ଆଣି ଦେଶକୁ କିପରି ଉନ୍ନତି ଦିଗରେ ନିଆଯାଇପାରିବ ତାହା ଉପରେ କାର୍ଯ୍ୟ କରାଯିବ ବୋଲି ସୁନକ କହିଥିଲେ।