Accident News : ୬ କାଉଡିଆଙ୍କ ଉପରେ ଚଢିଗଲା ଦୃତଗାମୀ ଗାଡି
Advertisement
Article Detail0/zeeodisha/odisha2479002

Accident News : ୬ କାଉଡିଆଙ୍କ ଉପରେ ଚଢିଗଲା ଦୃତଗାମୀ ଗାଡି

ନୂଆଦିଲ୍ଲୀ: ଦୃତଗାମୀ କାର ଦୁର୍ଘଟଣାରେ ୬ କାଉଡ଼ିଆଙ୍କ ପ୍ରାଣହାନୀ ଘଟିଥିବାର ଖବର ସାମ୍ନାକୁ ଆସିଛି। ଏହା ସହିତ ଅନ୍ୟ ୪ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁଃଖଦ ଘଟଣା ବିହାରର ବାଙ୍କା ଅଞ୍ଚଳରୁ ସାମ୍ନାକୁ ଆସିଛି। ତେବେ ଘଟଣାସ୍ଥଳରୁ ଦୃତଗାମୀ ଗାଡିଟି ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି।  ମିଳିଥିବା

Accident News : ୬ କାଉଡିଆଙ୍କ ଉପରେ ଚଢିଗଲା ଦୃତଗାମୀ ଗାଡି

Accident News : ନୂଆଦିଲ୍ଲୀ: ଦୃତଗାମୀ କାର ଦୁର୍ଘଟଣାରେ ୬ କାଉଡ଼ିଆଙ୍କ ପ୍ରାଣହାନୀ ଘଟିଥିବାର ଖବର ସାମ୍ନାକୁ ଆସିଛି। ଏହା ସହିତ ଅନ୍ୟ ୪ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁଃଖଦ ଘଟଣା ବିହାରର ବାଙ୍କା ଅଞ୍ଚଳରୁ ସାମ୍ନାକୁ ଆସିଛି। ତେବେ ଘଟଣାସ୍ଥଳରୁ ଦୃତଗାମୀ ଗାଡିଟି ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି। 

ମିଳିଥିବା ସୂଚନା ମୁତାବକ ବାଙ୍କା ପୋଲିସ ଅଧିକାରୀ ବିପିନ ବିହାରୀ ଅଧିକାରୀ ସୂଚନା ଦେଇଛନ୍ତି କି ବାଙ୍କା ଠାରେ ଘଟିଥିବା ଏହି ଦୁର୍ଘଟଣାଟି ଆଜି ଭୋର ସମୟରେ ଘଟିଥିଲା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ କାଉଡିଆ ଗୁରୁତର ହୋଇଥିଲେ। ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ଘଟଣାସ୍ଥଳରେ ୪ କାଉଡିଆଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ସେପଟେ ଅନ୍ୟ ୧୦ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ସେପଟେ ଏହି ଦୁର୍ଘଟଣା ପରେ ଅନ୍ୟ କାଉଡିଆମାନେ ପୋଲିସ ଉପରକୁ ଢେଲାମାଡ଼ କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦ୍ୱାରା ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ। ଏପରିକି ପୋଲିସଗାଡିକୁ ନିଆଁ ଲଗାଇ ଜାଳି ଦେଇଥିଲେ। ବାଙ୍କାର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅବିନାଶ କୁମାର କହିଛନ୍ତି ଯେ ମୃତ ବ୍ୟକ୍ତି ଅମରପୁରର ରାମଚନ୍ଦ୍ରପୁର ଇଥାରୀ ଗାଁର ବାସିନ୍ଦା ରାମ ଚରଣ ତନ୍ତୀ, ଗୌତମ ଯାଦବଙ୍କ ପତ୍ନୀ ପୁତୁଲ ଦେବୀ, ମୋହନପୁର ଗାଁର ଅର୍ଜୁନ ଦେବୀଙ୍କ ପତ୍ନୀ ୫୦ ବର୍ଷୀୟ ଲଳିତା ଦେବୀ, ଅରୁଣ ପାସୱାନଙ୍କ ପତ୍ନୀ ୪୫ ବର୍ଷୀୟ ଚୁନ୍ନୀ ଦେବୀ, ଦିନେଶ ଯାଦବଙ୍କ ପତ୍ନୀ ୪୫ ବର୍ଷୀୟ ସୁମିତ୍ରା ଦେବୀ ଓ ଶୋଭନପୁର ଗାଁର ସହଦେବ ଯାଦବଙ୍କ ଝିଅ ୧୭ ବର୍ଷୀୟ ଲଖି କୁମାରୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୩ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଲଖି କୁମାରୀ ଓ ପୁତୁର ଦେବୀ ମାୟାଗଞ୍ଜ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।  

ବାଙ୍କାର ଏସଡିପିଓ ବିପିନ ବିହାରୀ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ବାଙ୍କା ଜିଲ୍ଲାର ଶମ୍ଭୁଗଞ୍ଜ ଇଂରାଜୀ ମୋଡ଼ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡାଏଲ୍ ୧୧୨ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଲୋକମାନେ ପ୍ରବଳ ମାତ୍ରା ଉତ୍ତେଜିତ ହୋଇ ଯାଇଥିଲେ। ଏହି ଆକ୍ରମଣରେ ଇନ୍ସପେକ୍ଟର ବାବାନ୍ ମାଝୀ ଆହତ ହୋଇଛନ୍ତି, ଯାହାକୁ ଚିକିତ୍ସା ପାଇଁ ଅମରପୁର ରେଫେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମରପୁର ଏବଂ ରାଜୌନ ପୋଲିସ ଷ୍ଟେସନ ଅଞ୍ଚଳର ଏକ ଦଳ ଶିବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିଲେ।