Budget 2024: ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ସେହିପରି ବିଶେଷ ଭାବେ କୃଷି କ୍ଷେତ୍ରରେ ସଫଳତା ଘୋଷଣା କରି ସରକାର ଖୁସି ବ୍ୟକ୍ତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ମସିହାରେ ୧୧.୮ କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଛି।
Trending Photos
Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ମୋଦି ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍। ଅର୍ଥମନ୍ତ୍ରୀ ଚଳିତ ଥର ୬ଷ୍ଠ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛିା ସବ୍କା ସାଥ୍ ,ସବ୍କା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ସେହିପରି ବିଶେଷ ଭାବେ କୃଷି କ୍ଷେତ୍ରରେ ସଫଳତା ଘୋଷଣା କରି ସରକାର ଖୁସି ବ୍ୟକ୍ତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ମସିହାରେ ୧୧.୮ କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଛି।