baba panchalingeswar darsan: ବର୍ଷା ଯୋଗୁଁ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ
Advertisement
Article Detail0/zeeodisha/odisha2448763

baba panchalingeswar darsan: ବର୍ଷା ଯୋଗୁଁ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ

ଭୁବନେଶ୍ୱର:  ଲଗାଣ ବର୍ଷା ଯୋଗୁଁ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନକୁ ବନ୍ଦ କରିଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାବାଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ଝରଣାରେ ପ୍ରଖର ସ୍ରୋତ ଆସିଥିଲା। ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ କୁହାଯ

baba panchalingeswar darsan: ବର୍ଷା ଯୋଗୁଁ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ

baba panchalingeswar darsan: ଭୁବନେଶ୍ୱର:  ଲଗାଣ ବର୍ଷା ଯୋଗୁଁ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନକୁ ବନ୍ଦ କରିଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାବାଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ଝରଣାରେ ପ୍ରଖର ସ୍ରୋତ ଆସିଥିଲା। ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପ୍ରଚୁର ସ୍ରୋତ ଆସିବା କାରଣରୁ ଝରଣା ମଧ୍ୟରେ ବାବା ପଞ୍ଚଲିଙ୍ଗେଶ୍ୱରଙ୍କୁ ସ୍ପର୍ଷ କରିବା ଓ ସେଠାକୁ ଯିବା ବର୍ତ୍ତମାନ ସମୟରେ ବିପଦପୂର୍ଣ୍ଣ ହୋଇଛି। ଫଳରେ ବାବାଙ୍କ ଦର୍ଶନ ଉପରେ ବାରଣ କରାଯାଇଛି। 

ଏଠାରେ କହି ରଖୁ କି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି।  ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି। ଫଳରେ ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ବିପଦ ପୂର୍ଣ୍ଣ। ଏଥିପାଇଁ  ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।  ଝରଣା ପାଣିର ପ୍ରଖର ସ୍ରୋତ ନ କମିବା ଯାଏ ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି। ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି। 

ସୂଚନାଯୋଗ୍ୟ ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ  ଏକ ଲଘୁଚାପ ସୃଷ୍ଟି ହୋଇପାରେ।  କିନ୍ତୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ନାହିଁ। ଓଡିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ମାତ୍ର ୧୦ରୁ ୨୦ ପ୍ରତିଶତ ରହିବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି। ଆଇଏମଡିର ଏସନିଇପି ଜିଏଫଏସ୍ ଓ ଇସିଏମଡବ୍ଲୁଏଫ ମଡେଲର ଆକଳନ କହୁଛି , ଅକ୍ଟୋବରର ପ୍ରଥମ ସପ୍ତାହ ବା ୬ ତାରିଖ ରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।