Twitter Color Tick: କାହାକୁ ମିଳିବ କେଉଁ ରଙ୍ଗ, ଘୋଷଣା କଲେ ମାଲିକ Elon Musk
Advertisement
Article Detail0/zeeodisha/odisha1461718

Twitter Color Tick: କାହାକୁ ମିଳିବ କେଉଁ ରଙ୍ଗ, ଘୋଷଣା କଲେ ମାଲିକ Elon Musk

Elon Musk News: ଟ୍ୱିଟରରୁ ବଡ ଧରଣର ଛଟେଇ ପରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଲନ ମସ୍କ ଏହି ବିଜିନେସରେ କ୍ଷତି ସହୁଛନ୍ତି ସତ ହେଲେ କ୍ଷତିକୁ ସାମ୍ନା କରିବାକୁ ଅନେକ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ଟେସଲା ମାଲିକ ।  ମସ୍କ ସ୍ଥଗିତ ଆକାଉଣ୍ଟଗୁଡିକ ପୁନଃ ଆରମ୍ଭ କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ନିୟମରେ ପରିବର୍ତ୍ତନ ଆସିଛି।

Twitter Color Tick: କାହାକୁ ମିଳିବ କେଉଁ ରଙ୍ଗ, ଘୋଷଣା କଲେ ମାଲିକ Elon Musk

Twitter Color Tick: ଏବେ କିଛିଦିନ ହେଲା ବେଶ ଚର୍ଚ୍ଚାରେ ରହୁଛି ଟ୍ୱିଟର ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କ ଖବର । ଟ୍ୱିଟର ବ୍ଲୁ ଟିକ୍ ସେବାକୁ ପୁନଃ ଆରମ୍ଭ କରିବାକୁ ଏଲନ୍ ମସ୍କ ଘୋଷଣା କରିଛନ୍ତି। ଏହି ସେବା ୨ ଡିସେମ୍ବରରୁ ପୁନଃ ସ୍ବାଭାବିକ ହେବ । କିନ୍ତୁ ଏଥର ଏଥିରେ କିଛି ପରିବର୍ତ୍ତନ କରାଯାଇଛି। ବ୍ଲୁ ଟିକ୍ ବା ଚେକ୍ ମାର୍କ ବର୍ତ୍ତମାନ ବିଭିନ୍ନ ରଙ୍ଗରେ ଦେଖାଯିବ । ଉଲ୍ଲେଖନୀୟ କଥା ହେଉଛି, ଟ୍ୱିଟରର ଦାୟିତ୍ୱ ନେବା ପରେ ମସ୍କ ବ୍ଲୁ ଟିକ୍ ସେବା ଦେଇଥିଲେ। ତା’ପରେ ବିବାଦ ବଢିବା ପରେ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ଟ୍ୱିଟର ମାଲିକ ଏଲନ ମସ୍କ। 

ଆସନ୍ତା ସପ୍ତାହରୁ ଟ୍ୱିଟର ଏହାର ପ୍ରିମିୟମ ସେବାକୁ ପୁନଃ ଆରମ୍ଭ କରିବାକୁ ଯୋଜନା କରୁଛି ବୋଲି ଏଲୋନ୍ ମସ୍କ ଶୁକ୍ରବାର ଦିନ କହିଛନ୍ତି। ଏହି ସେବା ଅଧୀନରେ ଟ୍ୱିଟରରେ ବିଭିନ୍ନ ରଙ୍ଗର ଟିକ୍ ପ୍ରଦାନ କରାଯିବ। ସରକାରୀ ସଂସ୍ଥା, ନିଗମ, ସେଲିବ୍ରିଟି ଏବଂ ସାମ୍ବାଦିକଙ୍କ ନାମରେ ନକଲି ଆକାଉଣ୍ଟକୁ ରୋକିବା ପାଇଁ ବ୍ଲୁ-ଟିକ୍ସ (Blue Tick) ପ୍ରଥମେ ଦିଆଯାଇଥିଲା। ମସ୍କ କହିଛନ୍ତି ଯେ ନୂତନ ନିୟମ ଅନୁଯାୟୀ କମ୍ପାନୀଗୁଡିକ ଗୋଲ୍ଡ ଟିକ୍, ସରକାରୀ ଆକାଉଣ୍ଟ ଧାରୀଙ୍କ ଧୂସର କିମ୍ବା ଗ୍ରେ ଟିକ୍ ଏବଂ ସେବା ପାଇଁ ଦେୟ ପ୍ରଦାନ କରୁଥିବା ବ୍ୟକ୍ତିମାନେ ସେଲିବ୍ରିଟି ହୁଅନ୍ତୁ କିମ୍ବା ଅନ୍ୟ କେହି ସେମାନଙ୍କ ପାଇଁ ବ୍ଲୁ-ଟିକ୍ ର ବ୍ୟବସ୍ଥା ରହିବ । 

Also Read: Elon Musk News: ହାତ ରଖୁ ରଖୁ ବୁଡ଼ିଗଲା ସବୁ, Twitter କୁ ନେଇ ଏହି ଚିନ୍ତା କରୁଛନ୍ତି ଏଲନ ମସ୍କ

ସେ କହିଛନ୍ତି ଯେ ଏହି ନିୟମ ଆରମ୍ଭ ହେବା ପୂର୍ବରୁ ସମସ୍ତ ଯାଞ୍ଚ ହୋଇଥିବା ଆକାଉଣ୍ଟକୁ ସାର୍ଟିଫିକେଟ୍ ଦିଆଯିବ। ଗତ ମାସରେ ଟେସଲା ମାଲିକ ଏଲୋନ୍ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media) ଟ୍ୱିଟରରେ ନୂଆ ପରିବର୍ତ୍ତନ ଦେଖାଯାଉଛି। ମସ୍କ ସ୍ଥଗିତ ଆକାଉଣ୍ଟଗୁଡିକ ପୁନଃ ଆରମ୍ଭ କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ନିୟମରେ ପରିବର୍ତ୍ତନ ଆସିଛି। ଏହାପୂର୍ବରୁ ଏଲନ ମସ୍କ ଟ୍ୱିଟରରେ କେବଳ ଗୋଟିଏ କ୍ଷମା ପ୍ରାର୍ଥନା ପରେ ଟ୍ୱିଟରର ସମସ୍ତ ନିଲମ୍ବିତ ଆକାଉଣ୍ଟକୁ ପୁନଃ ପରିଚାଳନା ପାଇଁ ଆରମ୍ଭ କରିଦେଇଥିଲେ। ଏଥିପାଇଁ ଏଲନ୍ ମସ୍କ (Elon Musk) ଏକ ସର୍ଭେ କରିଥିଲେ। ଯେଉଁଥିରେ ଲୋକଙ୍କୁ ପଚରାଯାଇଥିଲା କି ଟ୍ୱିଟର ସ୍ଥଗିତ ଆକାଉଣ୍ଟକୁ ସାଧାରଣ କ୍ଷମା ପ୍ରଦାନ କରିବା ଉଚିତ କି, ଯଦିଓ ସେମାନେ କୌଣସି ନିୟମ ଭାଙ୍ଗି ନାହାଁନ୍ତି? 

Also Read: Amazon Shut Down Service: ଖୁବଶୀଘ୍ର ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନର ଏହି ସେବା

ମସ୍କ ଟ୍ୱିଟରରେ ଲେଖିଛନ୍ତି, ଯେ 'ଜନସାଧାରଣ ଏହାର ମତ ଦେଇଛନ୍ତି। ତେଣୁ ବର୍ତ୍ତମାନ ଆମେ ଅନ୍ୟ ସ୍ଥଗିତ ଆକାଉଣ୍ଟଗୁଡିକ ପାଇଁ 'ସାଧାରଣ କ୍ଷମା ପ୍ରାର୍ଥନା' କୁ ଗ୍ରହଣ କରି ଆରମ୍ଭ କରିବା ବୋଲି ସେ କହିଛନ୍ତି। ଏହି କ୍ଷମା ପ୍ରାର୍ଥନା ଆସନ୍ତା ସପ୍ତାହରୁ ଆରମ୍ଭ ହେଉଛି। ଏଠାରେ କହିରଖୁଛୁ ଯେ, ପୂର୍ବରୁ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ନିଲମ୍ବିତ ଟ୍ୱିଟର ଆକାଉଣ୍ଟକୁ ପୁନଃ ପରିଚାଳନା କରିବା ପାଇଁ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ଦେଢ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଟ୍ୱିଟରରେ ୫୧.୮ ପ୍ରତିଶତ ଲୋକ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନରେ ସହମତ ହୋଇଥିବାବେଳେ ୪୮.୨ ଲୋକ ତାଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି। ଏହା ପରେ ଏଲୋନ୍ ମସ୍କ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ଏହି ପ୍ରତିବନ୍ଧକରୁ ହଟାଇ ଦେଇଛନ୍ତି।