Prakruti Mishra Post: କିଏ ଏହି ପ୍ରଡ୍ୟୁସର ନାୟକ, ଯାହାଙ୍କୁ ଟାର୍ଗେଟ କଲେ ପ୍ରକୃତି
Advertisement
Article Detail0/zeeodisha/odisha1937185

Prakruti Mishra Post: କିଏ ଏହି ପ୍ରଡ୍ୟୁସର ନାୟକ, ଯାହାଙ୍କୁ ଟାର୍ଗେଟ କଲେ ପ୍ରକୃତି

Prakruti Mishra Post:  ଦୀର୍ଘ ବର୍ଷର ବ୍ରେକ୍ ପରେ ପୁଣିଥରେ ଓଲିଉଡ ଦୁନିଆକୁ କମବ୍ୟାକ୍ କରିଛନ୍ତି ଆକ୍ଟର ଅରିନ୍ଦମ। ଫିଲ୍ମ ରାମ୍ ଜରିଆରେ ପୁଣିଥରେ ପରଦାରେ ଧମାଲ କରିବାକୁ ଅରିନ୍ଦମ ପୂରା ପ୍ରସ୍ତୁତ ହୋଇଥିଲେ ମଧ୍ଯ କିଛିଟା ସମସ୍ୟା ଦେଖାଦେଇଥିଲା। ସମ୍ବଲପୁରରେ ରିଲିଜ୍ ହୋଇପାରିନଥିଲା ଫିଲ୍ମ ରାମ୍। 

 

Prakruti Mishra Post: କିଏ ଏହି ପ୍ରଡ୍ୟୁସର ନାୟକ, ଯାହାଙ୍କୁ ଟାର୍ଗେଟ କଲେ ପ୍ରକୃତି

Prakruti Mishra Post: ଦିନକୁ ଦିନ ଘନେଇବାରେ ଲାଗିଛି ଓଲିଉଡ କଳି । କମିବା ବଦଳରେ ଦିନକୁ ଦିନ ବିଭିନ୍ନ ମନ୍ତବ୍ୟ ନେଇ ଆଗକୁ ଆସୁଛନ୍ତି ଆକ୍ଟର ଓ ପ୍ରଡ୍ୟୁସର । ତେବେ ଏହାରି ମଧ୍ୟରେ ଏଣ୍ଟ୍ରି କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଇନଷ୍ଟା ପେଜ୍ ରେ ଏକ ପୋଷ୍ଟ ସେୟାର କରିଛନ୍ତି ଅଭିନେତ୍ରୀ । ସେ କହିଛନ୍ତି ଯେ, 'ଏବେ ଭାବୁଛି କିଛିମାସ ତଳେ ହୋଇଥିବା ମୋ ମନର ବ୍ୟଥା ଏବେ କିଛି ଜଣ ଫିଲ୍ କରିପାରୁଥିବେ'। ହେଲେ ଜଣେ ପ୍ରଯୋଜକ ତଥା ସମସ୍ତଙ୍କୁ ଘୃଣା କରୁଥିବା ପ୍ରଯୋଜକ ଶ୍ରୀଯୁକ୍ତ ନାୟକ ସବୁ କଳାକାରଙ୍କୁ ଖରାପ ରାସ୍ତା ଦେଖାଉଥିବା ସହ ସମସ୍ତଙ୍କ ସହ ଖରାପ ବ୍ୟବହାର କରୁଛନ୍ତି। ତାଛଡ଼ା ଏବେ ନିକଟ ଅତୀତରେ ଏହି ପ୍ରଯୋଜକଙ୍କ କୌଣସି ଫିଲ୍ମ ଆସୁନାହିଁ ତେବେ କାହିଁକି ଏକଥା ରେ ମୁଣ୍ଡ ପୁରାଇ ମନୋଜ ଦାଦାଙ୍କୁ ବ୍ୟାନ୍ କରିଛନ୍ତି ତାହା ବୁଝାପଡୁନାହିଁ। ଦେଖନ୍ତୁ ସେହି ପୋଷ୍ଟ...

fallback

ଏତେ ସବୁ କଥା କହିବା ପରେ ମନୋଜଙ୍କୁ (Manoj Mishra) ସପୋର୍ଟ କରିଛନ୍ତି ପ୍ରକୃତି ମିଶ୍ର। ସେ କହିଛନ୍ତି ଯେ, ମନୋଜ ଦାଦା ଆମ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଭଲ କାମ କରିଛନ୍ତି । ହେଲେ କିଛି ଲୋକ ନିଜର ବ୍ୟକ୍ତିଗତ ଶତ୍ରୁତା ପାଇଁ ଫିଲ୍ମରୁ ବ୍ୟାନ୍ କରିଛନ୍ତି। ଏହାସହ ଆଗାମୀ ଦିନରେ ଓଡି଼ଆ ସିନେ ଇଣ୍ଡଷ୍ଟ୍ରିରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପାଇଁ ବେଷ୍ଟ ୱିସେସ୍ ଜଣାଇଛନ୍ତି ଅଭିନେତ୍ରୀ। ସୂଚନାନୁସାରେ, ଗତକିଛି ଦିନ ହେଲା ଓଲିଉଡ ଇଣ୍ଡଷ୍ଟ୍ରିରେ ଅଲ ଇଜ୍ ନଟ୍ ୱେଲ ପରି ସ୍ଥିତି ଦେଖିବାକୁ ମିଳିଛି। ଦୀର୍ଘ ବର୍ଷର ବ୍ରେକ୍ ପରେ ପୁଣିଥରେ ଓଲିଉଡ ଦୁନିଆକୁ କମବ୍ୟାକ୍ କରିଛନ୍ତି ଆକ୍ଟର ଅରିନ୍ଦମ (Arindam Roy) । ଫିଲ୍ମ ରାମ୍ ଜରିଆରେ ପୁଣିଥରେ ପରଦାରେ ଧମାଲ କରିବାକୁ ଅରିନ୍ଦମ ପୂରା ପ୍ରସ୍ତୁତ ହୋଇଥିଲେ ମଧ୍ଯ କିଛିଟା ସମସ୍ୟା ଦେଖାଦେଇଥିଲା। ସମ୍ବଲପୁରରେ ରିଲିଜ୍ ହୋଇପାରିନଥିଲା ଫିଲ୍ମ ରାମ୍(Ram)। 

ଆଉ ଏହା ପଛରେ ଆକ୍ଟର ମନୋଜ ମିଶ୍ରଙ୍କ ହାତ ଥିବା ସନ୍ଦେହ କରି ପ୍ରଯୋଜକ ସଂସ୍ଥା ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିଥିଲା। ଆଉ ଏହାପରେ ଆରମ୍ଭ ହୋଇଥିଲା ଅସଲ ଡ୍ରାମା। ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିବା ନେଇ ପ୍ରେସମିଟ୍ ରେ ସୂଚନା ଦେଇଥିଲେ । ଏହାପରେ ମନୋଜ ମିଶ୍ର ନିଜେ କହିଥିଲେ ଯେ, ଟୁଟୁ ନାୟକ ମୋତେ କଣ ବ୍ୟାନ୍ କରିବେ ମୁଁ ତାଙ୍କୁ ବ୍ୟାନ୍ କରୁଛି। ଏହାପରେ ଚର୍ଚ୍ଚା ହେବା ସହ ମନୋଜ ମଧ୍ୟ ନିଜେ କହିଛନ୍ତି ଯେ, ଏପରି ଅଭିଯୋଗ ପରେ ମନୋଜ ମିଶ୍ରଙ୍କ ଅଭିନୀତ ଫିଲ୍ମ ମାଇଣ୍ଡ ଗେମ୍ (Mind Game) ଅନେକ ପରଦାରୁ ହଟାଇ ଦିଆଯାଇଛି। 

କେବଳ ଏତିକି ନୁହେଁ, ମନୋଜ ମିଶ୍ରଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ମଧ୍ୟ ଆଣିଛନ୍ତି ଜଣେ ଅଭିନେତ୍ରୀ । ହେଲେ ଏନେଇ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ମନୋଜ ମିଶ୍ର। 

Also Read: Ollywood News: ମନୋଜ ମିଶ୍ରଙ୍କ ମୁଖା ଖୋଲିଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା !