Mahakumbha Special Train: ମହାକୁମ୍ଭ ମେଳା ପାଇଁ ପୁରୀରୁ ଗଡିବ ସ୍ୱତନ୍ତ୍ର ଟ୍ରେନ, ଯାତ୍ରୀଙ୍କୁ ଦେବାକୁ ହେବ ଏତିକି ଟଙ୍କା
Advertisement
Article Detail0/zeeodisha/odisha2552128

Mahakumbha Special Train: ମହାକୁମ୍ଭ ମେଳା ପାଇଁ ପୁରୀରୁ ଗଡିବ ସ୍ୱତନ୍ତ୍ର ଟ୍ରେନ, ଯାତ୍ରୀଙ୍କୁ ଦେବାକୁ ହେବ ଏତିକି ଟଙ୍କା

ପୂର୍ବ ଭଳି ଆଇଆରସିଟିସି ପକ୍ଷରୁ ମଧ୍ୟ ଦେଶର ଅନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଟ୍ରେନ ଓ ବିମାନ ଯୋଗେ ପ୍ୟାକେଜ ରହି ଥିବା ବେଳେ ମହାକୁମ୍ଭ ମେଳକୁ ନେଇ ଏହି ସ୍ୱତନ୍ତ୍ର ପ୍ୟାକେଜର ସୁବିଧା ସାଧାରଣ ଲୋକମାନେ ନେବାପାଇଁ ପୁରୀଠାରେ ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ଆଇଆରସିଟିସି ପକ୍ଷରୁ ନିବେଦନ କରାଯାଇଛି।

Mahakumbha Special Train: ମହାକୁମ୍ଭ ମେଳା ପାଇଁ ପୁରୀରୁ ଗଡିବ ସ୍ୱତନ୍ତ୍ର ଟ୍ରେନ, ଯାତ୍ରୀଙ୍କୁ ଦେବାକୁ ହେବ ଏତିକି ଟଙ୍କା

Mahakumbha Special Train: ନୂଆଦିଲ୍ଲୀ: ଆଗାମୀ ମହାକୁମ୍ଭ ମେଳା କୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କର ସୁବିଧାକୁ ନେଇ ଆଇଆରସିଟିସି ପକ୍ଷରୁ ଭାରତ ଗୌରବ ପର୍ଯ୍ୟଟନର ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତି ନିଆଯାଇଅଛି। ମହାକୁମ୍ଭ ପୂର୍ଣ କ୍ଷେତ୍ର ଯାତ୍ରା ପ୍ୟାକେଜ ମାଧ୍ୟମରେ ଏହି ସ୍ୱତନ୍ତ୍ର ଟ୍ରେନ ଆଗାମୀ ଜାନୁଆରୀ ୨୩ତାରିଖ ଦିନ ପୁରୀରୁ ବାହାରିବା ସହ ପ୍ରୟାଗରାଜ, ବାରଣାସୀ ଓ ଅଯୋଧ୍ୟା ଯାତ୍ରା କରି ପ୍ରତ୍ୟାବର୍ତ୍ତନ କରିବ। ୭ଦିନ ୬ରାତ୍ରିର ଏହି ସ୍ୱତନ୍ତ୍ର ଯାତ୍ରା ପାଇଁ ଜଣ ପିଛା ଯାତ୍ରୀଙ୍କୁ ସ୍ଲିପର କ୍ଲାସରେ ୨୦୯୦୫ ଟଙ୍କା ଓ ଏସି କ୍ଲାସରେ ୨୮୩୦୫ଟଙ୍କା ଦେବାକୁ ପଡିବ। ଯାତ୍ରୀ ମାନଙ୍କର ଗମନାଗମନ ଖର୍ଚ୍ଚ ସହ ପ୍ରତିଦିନ ତିନି ଥର ସାଧା ଖାଇବା ପିଇବା ବ୍ୟତୀତ ପ୍ରୟାଗରାଜରେ ସ୍ୱତନ୍ତ୍ର ଟେଣ୍ଟରେ ରହଣି ଓ ବସରେ ଯାତାୟାତର ସମସ୍ତ ଖର୍ଚ୍ଚ ଏହି ଟୁର ପ୍ୟାକେଜରେ ରହିଛି। 

ସ୍ୱତନ୍ତ୍ର ଟ୍ରେନରେ ସ୍ଲିପର କ୍ଲାସରେ ୬୪୮ଗୋଟି ଓ ଏସି କ୍ଲାସରେ ୫୪ଟି ସିଟ ଥିବା ବେଳେ ଅନଲାଇନ ମାଧ୍ୟମରେ ବୁକିଙ୍ଗ ଆରମ୍ଭ ହୋଇଥିବା ଜଣାପଡିଛି। ଯାତ୍ରୀମାନଙ୍କ ସୁବିଧା ନେଇ ପ୍ରାୟ ୩୩ପ୍ରତିଶତ ରିହାତି ମୂଲ୍ୟରେ ଏହି ପାକେଜ ଆଇଆରସିଟିସି ପକ୍ଷରୁ କରାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ଲୋକଙ୍କ ଚାହିଦାକୁ ନଜରରେ ରଖି ଅଧିକ ଟ୍ରେନ ଚଳାଚଳ ନେଇ ନିଷ୍ପତି ନିଆଯାଇପାରେ। ଏହି ଟ୍ରେନରେ ଯାତ୍ରା କରୁଥିବା ଆମସ୍ତ ଯାତ୍ରୀମାନଙ୍କର ବୀମାଭୁକ୍ତ କରାଯିବା ସହ ବୁଲିବା ନେଇ ସ୍ୱତନ୍ତ୍ର ଗାଇଡ଼ ମଧ୍ୟ ପ୍ରଦାନ କରାଯିବ। ତେବେ ପୂର୍ବ ଭଳି ଆଇଆରସିଟିସି ପକ୍ଷରୁ ମଧ୍ୟ ଦେଶର ଅନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଟ୍ରେନ ଓ ବିମାନ ଯୋଗେ ପ୍ୟାକେଜ ରହି ଥିବା ବେଳେ ମହାକୁମ୍ଭ ମେଳକୁ ନେଇ ଏହି ସ୍ୱତନ୍ତ୍ର ପ୍ୟାକେଜର ସୁବିଧା ସାଧାରଣ ଲୋକମାନେ ନେବାପାଇଁ ପୁରୀଠାରେ ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ଆଇଆରସିଟିସି ପକ୍ଷରୁ ନିବେଦନ କରାଯାଇଛି।