Vande Bharat Express: ବଢ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକପ୍ରିୟତା, ଆସୁଛି ନୂଆ ୬୦...
Advertisement
Article Detail0/zeeodisha/odisha2065549

Vande Bharat Express: ବଢ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକପ୍ରିୟତା, ଆସୁଛି ନୂଆ ୬୦...

Vande Bharat Express: ଯାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଭାତରୀୟ ରେଳବାଇରେ ଯୋଡ଼ି ହେବାକୁ ଯାଉଛି ୬୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍(Vande Bharat Express train)। ଏକ ରିପୋର୍ଟ ଅନୁସାରେ ଏହା ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଯୋଡ଼ି ହେବା ନେଇ ଜଣା ପଡ଼ିଛି। ଏନେଇ ୩୫ଟି ନୂଆ ରୁଟ୍ ରେଳ ବିଭାଗ ଚୟନ କରିଥିବା ଜଣାପଡ଼ିଛି। 

Vande Bharat Express: ବଢ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକପ୍ରିୟତା, ଆସୁଛି ନୂଆ ୬୦...

Vande Bharat Express: ଯାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଭାରତୀୟ ରେଳବାଇରେ ଯୋଡ଼ି ହେବାକୁ ଯାଉଛି ୬୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍(Vande Bharat Express train)। ଏକ ରିପୋର୍ଟ ଅନୁସାରେ ଏହା ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଯୋଡ଼ି ହେବା ନେଇ ଜଣା ପଡ଼ିଛି। ଏନେଇ ୩୫ଟି ନୂଆ ରୁଟ୍ ରେଳ ବିଭାଗ ଚୟନ କରିଥିବା ଜଣାପଡ଼ିଛି। ରେଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ(Uttarpradesh), ମହାରାଷ୍ଟ୍ର, ତାମିଲନାଡ଼ୁ, ବିହାର(Bihar) ଓ କେରଳ(Kerala) ଆଦି ରାଜ୍ୟରେ ଏହି ନୂଆ ରୁଟ୍ ଗୁଡ଼ିକ ତିଆରି ହେବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଖୁବ୍ ଶୀଘ୍ର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ନେଇ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

ତେବେ ଭାରତୀୟ ରେଲୱେ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଏକ ବରଦାନ ସଦୃଶ ହୋଇଥି କହିଛନ୍ତି ସରକାର। ତେବେ ଗତ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ କରି ଏଯାଏଁ ଦେଶର ଏକାଧିକ ରାଜ୍ୟରେ ମୋଟ ୪୧ଟି ରୁଟରେ ଗଡ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ। ସେହିପରି ଓଡ଼ିଶାରେ ହାୱଡ଼ା-ପୁରୀ ଓ ରାଉରକେଲା-ପୁରୀ ଏହିପରି ୨ଟି ରୁଟରେ ଏବେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ୁଛି। ଆରମ୍ଭରୁ ବିଭିନ୍ନ କାରଣ ନେଇ ଲୋକେ ଏହାକୁ ବିରୋଧ କରିଥିବା ବେଳେ ଏବେ ଧିରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି।