Top 10 News Today: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼, ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2455462

Top 10 News Today: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼, ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟ ଖବର

H1.

Top 10 News Today: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼, ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟ ଖବର

H1. ଇସ୍ରାଏଲ ଉପରେ ଇରାନର ଘନଘନ କ୍ଷେପଣାସ୍ତ୍ର ମାଡ଼
ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି। ଆଜି ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ। ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ସ୍ଥିତି ବେହାଲ ହୋଇଛି। ରକେଟ ଆଟାକ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି।  ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ଲୋକମାନଙ୍କୁ ବୋମା ପ୍ରତିହିତ କରିପାରୁଥିବା ଆଶ୍ରୟ ସ୍ଥଳରେ ଲୁଚିବାକୁ କୁହାଯାଇଛି।  ପୂରା ଦେଶରେ ଏପରି ସତର୍କ ସୂଚନା ଜାରି କରାଯାଇଛି। ସତର୍କ ସୂଚନା ପାଇବା ପରେ ଲୋକମାନେ ଜୀବନ ବିକଳରେ ବୋମା ଶେଲଟର ଭିତରେ ପଶି ଯାଇଛନ୍ତି। 

H2. ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ଭାରତୀୟଙ୍କୁ ନିରାପଦରେ ରହିବାକୁ ପରାମର୍ଶ, ଜାତିସଂଘର ନିନ୍ଦା 
ମଙ୍ଗଳବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ୍‍କୁ ଧ୍ବଂସ କରିବା ନେଇ ବ୍ୟାପକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ବିଗତ କିଛିଦିନ ଧରି ଇସ୍ରାଏଲ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କରୁଛି ତାହାର ଜବାବ ଦେବାକୁ ଏହି ଆକ୍ରମଣ ଉଦ୍ଦିଷ୍ଟ ବୋଲି ଇରାନ କହିଥିଲା। ଏହାକୁ ଦେଖି ଭାରତୀୟଙ୍କ ଲାଗି ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି। ଦୂତାବାସ ପକ୍ଷରୁ କୁହାଯାଇଛି, ଯେ ଭାରତୀୟ ନାଗରିକମାନେ ପରିସ୍ଥିତିକୁ ନେଇ ସତର୍କତା ଅବଲମ୍ବନ କରନ୍ତୁ। ସ୍ଥାନୀୟ ସରକାର ଯେଉଁ ଭଳି ଭାବେ ନିରାପଦ ସ୍ଥାନକୁ ଯିବାକୁ କହୁଛନ୍ତି ତାହା ପାଳନ କରନ୍ତୁ। ଦେଶ ଭିତରେ ଅଯଥା ଯାତ୍ରା କରନ୍ତୁ ନାହିଁ। ଦୂତାବାସ ପକ୍ଷରୁ ଏହି ପରିସ୍ଥିତି ଉପରେ ନଜର ରଖାଯାଇଛି। ଏହାସହ ଇସ୍ରାଏଲ୍‍ ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି। ସମସ୍ତ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜରୁରୀ କାଳୀନ ସହାୟତା ଲାଇନ ଜାରି କରାଯାଇଚି। ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। ସମସ୍ତ ଭାରତୀୟଙ୍କୁ ଦୂତାବାସରେ ପଞ୍ଜିକରଣ ପାଇଁ ପୁଣିଥରେ ଅନୁରୋଧ କରାଯାଇଛି। ଯେଉଁମାନେ ପଞ୍ଜତକରଣ କରିନାହାନ୍ତି ସେମାନେ ଅନ୍‍ଲାଇନରେ ପଞ୍ଜୀକରଣ କରିବାକୁ ଆହ୍‍ୱାନ ଦିଆଯାଇଛି। 

H3. ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌
ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ନଭେମ୍ବର ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି ।

H4. ପ୍ରତାପଙ୍କୁ ଆଶ୍ୱସ୍ତି
ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ଆଜି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ପ୍ରତାପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ନେଇ ରାୟ ପ୍ରଦାନ କରିଥିଲେ ତଳକୋର୍ଟ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା। ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି।

H5. ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ
ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ସିଏମ୍। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଯାଉଛନ୍ତି। ଆସନ୍ତାକାଲି ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ସେହିପରି ବିଭିନ୍ନ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ସିଏମ୍। ଶେଷରେ ଏକ ରୋଡ୍ ସୋ ଆୟୋଜିତ ହେବ। ଆସନ୍ତାବର୍ଷ ଜାନୁଆରି ୨୮ ଓ ୨୯ ତାରିଖରେ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍- ଉତ୍କର୍ଷ ଓଡିଶା ପୂର୍ବରୁ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

H6. ଏମବିବିଏସ୍ ରେଜଲ୍ଟ ପ୍ରକାଶିତ: ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର
ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ପ୍ରଫେସନାଲ ଏମବିବିଏସ୍ ବାର୍ଷିକ ପରୀକ୍ଷା ଆଜି ପ୍ରକାଶ ପାଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ଏହି ପରୀକ୍ଷାରେ ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର ହୋଇଛନ୍ତି । ପରୀକ୍ଷାର ମାତ୍ର ୧୦ଦିନ ମଧ୍ୟରେ ଫଳ ପ୍ରକାଶ କରିଥିବାରୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଶଂସା କରିଛନ୍ତି ।

H7. ବଦଳିଲା ନବମ, ଦଶମ ଶ୍ରେଣୀ ପୋଷାକ ରଙ୍ଗ
ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି । ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି । ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ।

H8. ଆଜି ସୂର୍ଯ୍ୟପରାଗ, ଭାରତକୁ ଦିଶିବ ନାହିଁ
ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ଅନୁଷ୍ଠିତ ହେବ।  ଭାରତୀୟ ସମୟ ଅନୁସାରେ ରାତି ୯ଟା ୧୩ରୁ ଆରମ୍ଭ ହେ ଏହି ମହାଜାଗତିକ ଘଟଣା। ଭୋର ୩ଟା ୧୭ ମିନିଟରେ ଏହା ଶେଷ ହେବ। ଅର୍ଥାତ୍‍ ଦେଶର କୌଣସି ଜନତା ଏହାର ସାକ୍ଷୀ ହୋଇପାରିବେ ନାହିଁ। ପୃଥିବୀର ପୂର୍ବ ପ୍ରାନ୍ତରେ ଥିବା ଦେଶ ବିଶେଷକରି ଦକ୍ଷିଣ ଆମେରିକୀୟ ଦେଶ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକା ଆର୍କଟିକ, ଆଣ୍ଟାର୍କଟିକା, ବୋକା ଆଇଲ୍ୟାଣ୍ଡ, ଫ୍ରେଞ୍ଚ ପଲିନେସିଆ, ଉତ୍ତର ଆମେରିକାର ଦକ୍ଷିଣ ଭାଗର ନାଗରିକଙ୍କ ଲାଗି ଏହା ଦୃଶ୍ୟମାନ ହେବ। 

H9. ରାଜଧାନୀରେ ଲଜ୍ଜା: ଛୁରୀ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ
ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟ୍‌ । ଏକୁଟିଆ ପାଇ ଚୋର କଲେ ଦୁଷ୍କର୍ମ! ଏହା ଏମିତି ଏକ ଘଟଣା ଯାହା ଚୋର ମନରେ ପୋଲିସର ଭୟ ଆଦୌ ନଥିବାଭଳି ମନେ ହେଉଛି । ରାଜଧାନୀ ଭୁବନେଶ୍ୱରରେ ସବୁଠି ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି ଦୁଇ ଚୋର । ତେବେ ପୁରା କାହାଣୀ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । ଆଉ ସ୍ମାର୍ଟ ସିଟି ବୋଲାଉଥିବା ଭୁବନେଶ୍ୱରର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡିଯିବ। ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ । ଏହି ଆପାର୍ଟମେଣ୍ଟରେ ଚୋରି କରିବାକୁ ପଶିଥିଲେ ଦୁଇ ଚୋର ।

H10. ଭାରତ ୨-୦ରେ ସିରିଜ୍ ଜିତିଲା: ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ନିଶ୍ଚିତ
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ  ୯୫ରନ୍‌ର ଟାର୍ଗେଟ ଦେଇଥିଲା।   ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଲଗାତାର ଦୁଇ ଦିନ ବର୍ଷା ହୋଇଥିଲା।  ବର୍ଷା ହେବ ବୋଲି କେହି ଆଶା କରି ନ ଥିଲେ, କିନ୍ତୁ ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ନୂତନ ଶିଖରକୁ ଛୁଇଁଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳ ବହୁ କ୍ଷତି ସହିଛି।