Top 10 News Today: ଲ୍ୟାଣ୍ଡଫଲ କଲା ଦାନା, ସ୍ୱାଭାବିକ ହେବ ବିମାନ ଚଳାଚଳ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2487314

Top 10 News Today: ଲ୍ୟାଣ୍ଡଫଲ କଲା ଦାନା, ସ୍ୱାଭାବିକ ହେବ ବିମାନ ଚଳାଚଳ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:  ଲ୍ୟାଣ୍ଡଫଲ କଲା ଦାନା, ସ୍ୱାଭାବିକ ହେବ ବିମାନ ଚଳାଚଳ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
1. Cyclone Dana Crossed over Odisha: ଓଡ଼ିଶା ଉପକୂଳରୁ ବାତ୍ୟା ପାର ହୋଇଛି। ରାତି ପ୍ରାୟ ସାଢ଼େ ତିନିଟା ସମୟରେ ବାତ୍ୟା ‘ ଦାନା’  ଓଡ଼ିଶା ଉପକୂରୁ ପାର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା ଆଜି ଆଉ ବାତ୍ୟା ବିପଦ ନାହିଁ। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି ଏବଂ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। 
 
2. Landfall of Dana took 3 hours: ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ  ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ବାତ୍ୟାର କେନ୍ଦ୍ରସ୍ଥଳ ଓଡ଼ିଶାର ଭିତରକନିକା ହେନ୍ତାଳବନ ଭିତରେ ଥିବା ହବଳିଖଟି ନେଚର କ୍ୟାମ୍ପ ହୋଇଥିଲା। ଏଠାରେ ସର୍ବାଧିକ ପବନ  ଅନୁଭୂତ ହୋଇଥିଲା। ଏହି ଝଡ଼ର ବେଗ ଘଣ୍ଟାପ୍ରତି ପ୍ରାୟ ୧୧୦ରୁ ୧୨୦ କିଲୋମିଟର ରହିଥିଲା। ଫଳରେ ଏଠାରେ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଏହାପରେ ସକାଳ ସାଢ଼େ ତିନିଟା ବଳକୁ ଏହା ଓଡ଼ିଶା ଉପକୂଳରୁ ପାର ହୋଇଥିବା ଡପଲର ରାଡାରରୁ ଜଣାପଡ଼ିଛି। ଏହାଫଳରେ ପବନ ଓ ବାତ୍ୟାର ପ୍ରଭାବ କମ୍‍ ହୋଇଛି।
 
3. Emergency alert for Odisha: ବାତ୍ୟା ମୁକାବିଲା ଲାଗି ରାଜ୍ୟ ସରକାର ଓ ପ୍ରଶାସନ ପୂର୍ବ ପ୍ରସ୍ତୁତ କରିଥିଲେ। ରାଜ୍ୟର ବିଭିନ୍ନ ଉପକୂଳ ଜିଲ୍ଲାରେ ଏନ୍‍ଡିଆର୍‍ ଏଫ୍‍ ଟିମ୍‍ ମୁତ୍ତୟନ ହୋଇଥିଲେ। ତଳି ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ପ୍ରାଣୀ ସମ୍ପଦଙ୍କୁ ମଧ୍ୟ ଉଚ୍ଚସ୍ଥାନରେ ଛାଡ଼ିଦେବାକୁ ଆଦେଶ ଦିଆଯାଇଥିଲା।  ଏହାସହ ବାତ୍ୟା ପରବର୍ତ୍ତୀ ସମୟରେ ବାତ୍ୟାର ମୁକାବିଲା ପାଇଁ ରିଲିଫ ଓ ଉଦ୍ଧାର ପାଇଁ ପ୍ରସ୍ତୁତ ଥିଲେ ଟିମ୍‍। ମୁଖ୍ୟମନ୍ତ୍ରୀ ବିଳମ୍ବିତ ରାତି ଯାଏ ପରିସ୍ଥିତିର ସମୀକ୍ଷା କରିଥିଲେ। 
 
4. New PWHC CMD: ବରିଷ୍ଠ ଆଇପିଏସ୍‍ ତଥା  ପୁଲିସ ଆଧୁନୀକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ ହାଉସିଂ କର୍ପୋରେସନ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୧୯୯୫ ବ୍ୟାଚ ଆଇପିଏସ୍‍ ଶ୍ରୀ ସୌମେନ୍ଦ୍ରଙ୍କୁ ନିଜ ଦାୟିତ୍ୱ ସହ କର୍ପୋରେସନ୍‍ର ଦାୟିତ୍ୱ ତୁଲାଇବାକୁ ହେବ। ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଏବଂ ଗୁଇନ୍ଦା ନିର୍ଦ୍ଦେଶକ  ଭାବେ ଅନେକ ଦିନ ଦାୟିତ୍ୱ ତୁଲାଇଛନ୍ତି। 
 
5. Flight connectivity may resume: ଆଜି ଭୁବନେଶ୍ୱରରୁ ବିମାନ ଚଳାଚଳ ସ୍ବଭାବିକ ହୋଇଛି। ଗତକାଲି ବାତ୍ୟା ‘ ଦାନା’ ପ୍ରଭାବକୁ ଆଖିରେ ରଖି ସନ୍ଧ୍ୟାା ୫ଟାରୁ ସକାଳ ୯ଟା ଯାଏ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ଭୁବନେଶ୍ୱରରୁ ବିମାନ ଚଳାଚଳ ପ୍ରକ୍ରିୟା ଆରମ୍ଭ ହୋଇଛି।  ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରୁଛି। ଭୁବନେଶ୍ୱର ବିମାନ ବନ୍ଦରରରୁ ଉଡ଼ାଣ ଏବଂ ଏଠାରେ ଅବତରଣକୁ ସବୁଜ ସଙ୍କେତ ଦେଇଛନ୍ତି  ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ।
 
6. 4 Municipality Chairmen dismissed: ରାଜ୍ୟର ଗୋଟିଏ ମ୍ୟୁନିସପାଲଟି ଓ ୩ଟି ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି)ର ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରିବା ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ୪ ପୌରସଂସ୍ଥାର ନିର୍ବାଚିତ ଅଧ୍ୟକ୍ଷ , ଅଧ୍ୟକ୍ଷା ଗତ କିଛିଦିନ ପୂର୍ବରୁ ଅନାସ୍ଥା ଭୋଟରେ ପରାଜିତ ହୋଇଥିଲେ ।  ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତି ଅନୁସାରେ, ଭବାନୀ ପାଟଣା ମ୍ୟୁନିସପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ନୀଳଗିରି ଏନଏଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଜୁନାଗଡ଼ ଏଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଓ ପୁରୁଷୋତ୍ତମପୁର ଏନଏଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ସେମାନେ ଅନାସ୍ଥା ଭୋଟରେ ପରାଜିତ ହୋଇଥିବା ଦିନଠୁ ପିଛିଲା ଭାବେ ପଦଚ୍ୟୁତ କରାଯାଇଛି ।
 
7. No Grievance on this Monday: ମୁଖମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ। ବାତ୍ୟା ‘ଦାନା’ର ଉଦ୍ଧାର କାର୍ଯ୍ୟକୁ ଆଖିରେ ରଖି ସାଧାରଣ ପ୍ରଶାସନ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ପରବର୍ତ୍ତୀ ଶୁଣାଣିରେ ସୁଯୋଗ ମିଳିବ ବୋଲି ସୂଚନ ମିଳିଛି। ଚଳିତ ମାସ ମାତ୍ର ଗୋଟିଏ ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହୋଇଛି। 
 
8. US Supports LAC Deal with China: ଭାରତ-ଚୀନ ଭିତରେ ଲାଇନ୍‍ ଅଫ୍‍ ଆକ୍ଚୁଆଲ୍‍ କଣ୍ଟ୍ରୋଲ ତଥା ପ୍ରକୃତ ସୀମାନ୍ତ ରେଖାକୁ ନେଇ ହୋଇଥିବା ଚୁକ୍ତିକୁ ପ୍ରଶଂସା କରିଛି ଆମେରିକା। ଏହାଦ୍ୱାରା ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ସାମରିକ ଅଚଳାବସ୍ଥା ଦୂର ହୋଇପାରିବ ବୋଲି ଆଶା କରାଯାଇଛି। ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍‍ସେଟ୍ଟି କହିଛନ୍ତି ଯୁକ୍ତରାଷ୍ଟ୍ର ସର୍ବଦା ଭାରତର ରଣନୀତି ଏବଂ ସୀମା ସୁରକ୍ଷିତ କରିବା ଲାଗି ପଦକ୍ଷେପକୁ ସମର୍ଥନ କରିଆସିଛି। ବ୍ରିକ୍ସ ଶିଖର ସମ୍ମିଳନୀରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। 
 
9. Omar Met PM: ଜମ୍ମୁ- କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ଲାଗି ଦାବି କରିଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସେ ଭେଟି ଏ ବିଷୟକୁ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଓମାର ନିଜର ପ୍ରଥମ ନିଷ୍ପତ୍ତିରେ ରାଜ୍ୟ ପାହ୍ୟା ଫେରାଇ ଆଣିବା ଲାଗି ସଂକଳ୍ପ ନେଇଥିଲେ। 
 
10. Terror attack took 4lives:  କଶ୍ମୀରର ଗୁଲମାର୍ଗ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ହେତୁ ୪ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଦୁଇଜଣ ସୈନିକ ଏବଂ ୨ଜଣ ସାଧାରଣ ଲୋକ ସମାଲ ରହିଛନ୍ତି। ଏହାସହ ତିନିଜଣ ସୈନିକ ଆହତ ହୋଇଥିବା ସୂଚନା ମିଳିଛି।  ବାରମ୍ବାର ସୁରକ୍ଷା ବିଚ୍ୟୁତିକୁ କେନ୍ଦ୍ରକରି  ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକ ପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା।