Top 10 News Today: ଭରତପୁର ଥାନାରେ ଲାଗିଲା ସିସିଟିଭି, ଓଡିଶାରୁ ଫେରିଗଲା ୪୦ ହଜାର କୋଟିର ପ୍ରକଳ୍ପ, ଆଜି ପ୍ରବଳ ବର୍ଷିବ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2444725

Top 10 News Today: ଭରତପୁର ଥାନାରେ ଲାଗିଲା ସିସିଟିଭି, ଓଡିଶାରୁ ଫେରିଗଲା ୪୦ ହଜାର କୋଟିର ପ୍ରକଳ୍ପ, ଆଜି ପ୍ରବଳ ବର୍ଷିବ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଭରତପୁର ଥାନାରେ ଲାଗିଲା ସିସିଟିଭି, ଓଡିଶାରୁ ଫେରିଗଲା ୪୦ ହଜାର କୋଟିର ପ୍ରକଳ୍ପ, ଆଜି ପ୍ରବଳ ବର୍ଷିବ ଏବଂ ଅନ୍ୟ ମୁଖ୍ୟ ଖବର

H1. ଓଡିଶାରୁ ଫେରିଗଲା ୪୦ ହଜାର କୋଟିର ପ୍ରକଳ୍ପ
ରାଜ୍ୟ ଶିଳ୍ପ ବିଭାଗର ଅପାରଗତା ଓ ଅଫିସରମାନଙ୍କ ଅସହଯୋଗ କାରଣରୁ ଜେଏସଡବ୍ଲୁ ଗ୍ରୁପ୍‍ ନିଜର ୪୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରିକ୍ ଯାନ (ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଏହି କମ୍ପାନି ଏବେ ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ନାଗପୁରରେ ନିଜର ଇଭି ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ନଜର ରଖିଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଜେଏସ୍ ଡବ୍ଲ୍ୟୁ ଗ୍ରୁପ୍ କଟକ ଓ ପାରାଦୀପରେ ଇଭି ଓ ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ଇଲେକ୍ଟ୍ରିକ୍ ଯାନ, ୫୦ ଗିଗାୱାଟ୍ ବ୍ୟାଟେରୀ ପ୍ଲାଣ୍ଟ, ଇଲେକ୍ଟ୍ରିକ୍ ପାୱାରଟ୍ରେନ, ଲିଥିୟମ୍ ବିଶୋଧନାଗାର ଏବଂ ବିଭିନ୍ନ ଆନୁଷଙ୍ଗିକ ଉତ୍ପାଦନ ୟୁନିଟ୍‍କୁ ଯୋଜନାବଦ୍ଧ ଉତ୍ପାଦନ କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

H2. ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ
ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ଦୀପରେ ନକଲି ଘିଅ ଓ ମହାପ୍ରସାଦରେ ନକଲି ଘିଅର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଆଇନଜୀବୀ ଦିଲୀପ ବରାଳ। ତେବେ ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ମହାପ୍ରସାଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର । ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ନକଲି ଘିଅ ବ୍ୟବହାର ନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଶୁଦ୍ଧ ଘିଅ ବ୍ୟବହାର ହେଉଛି । ଘିଅର ମାନ ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଯାଞ୍ଚ କରିପାରିବେ ।

H3. ରାଜ୍ୟରେ ବର୍ଷା ଜାରି
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ୨୪ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

H4. ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍। ଚାରିଆଡେ ପଡ଼ିଛି ଆବର୍ଜନା। କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି। ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି। ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍‌ର ସଫେଇ କର୍ମଚାରୀ। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ। ଯାହାଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି । ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଚାରି ଆଡ଼େ ପଡ଼ିଛି ଆବର୍ଜନା ଓ ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଏନେଇ କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

H5. ଜଳିଗଲା ଡାଲି ବୋଝେଇ ଟ୍ରକ୍
ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଘଟିଛି ଅଘଟଣ। ରାୟପୁରରୁ ଡାଲି ନେଇ କୋଣାର୍କ ଯାଉଥିବା ବେଳେ ଗତକାଲି ବିଲମ୍ବିତ ରାତିରେ ହୁତ୍ ହୁତ୍ ହେଇ ଜଳି ଯାଇଛି ଟ୍ରକ୍। ଟ୍ରକ୍‌ରେ ପ୍ରାୟ ୩୦ଟନ୍‌ରୁ ଅଧିକ ଡାଲି ଥିବା ଅନୁମାନ କରାଯାଉଛି। ଗାଡ଼ିର ପଛ ପଟୁ ନିଆଁ ଲାଗି ଥିବା ଜାଣିବାକୁ ପାଇ ଡ୍ରାଇଭର ଗାଡ଼ିକୁ ରାସ୍ତାକଡ଼ରେ ଆଣି ରଖିଥିଲେ। ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ଡାଲି ସହ ଗାଡ଼ିଟି ଜଳି ଯାଇଛି। ଅଡ଼ଶପୁର ଓ ନିଆଳି ଦମକଳ ବାହିନୀ ଆସି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି। ରାସ୍ତା କଡ଼ରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଯାଆସ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

H6. ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍
ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍ ହୋଇଛି । ବର୍ଜ୍ୟ ବସ୍ତୁ ପରିଚାଳନା ଉପଯୁକ୍ତ ଭାବେ କରାଯାଉ ନ ଥିବା ଅଭିଯୋଗରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଗତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୀମସାର ପରିଦର୍ଶନରେ ଆସିଥିଲେ। ସେଠାକାର ବିପର୍ଯ୍ୟସ୍ତ ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥିସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୀମସାରକୁ ୨ ଥର ଚିଠି ଲେଖିଥିଲେ। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶେଷରେ ଚଳିତ ମାସ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ କରିଛନ୍ତି।

H7. ଥାନାରେ ଲାଗିଲା ସିସିଟିଭି
ବିବାଦରେ ରହି ଆସିଥିବା ଭରତପୁର ଥାନାରେ ଆଜି ଶେଷରେ ଲାଗିଛି ସିସିଟିଭି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି। ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି। ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି। ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

H8. ୱାର୍ଲଡ ସ୍କିଲ ଲାୟନରେ ଭାଗ ନେଇଥିବା ପ୍ରତିଯୋଗୀ ସମ୍ୱର୍ଦ୍ଧିତ 
ୱାର୍ଲଡ ସ୍କିଲ ଲାୟନ ୨୦୨୪ରେ ଭାଗ ନେଇଥିବା ଓଡ଼ିଶା ପ୍ରତିଯୋଗୀଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଦୁଇ କୃତି ପ୍ରତିଯୋଗୀଙ୍କ ସହ ଅନ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ପ୍ୟାରିସରେ ଆୟୋଜିତ ୱାର୍ଲଡ ସ୍କିଲ ଲାୟନ ପ୍ରତିଯୋଗିତାରେ ଓଡିଶାରୁ ୧୫ ଜଣ ଭାଗ ନେଇଥିଲେ। ଅମରେଶ କୁମାର ସାହୁ ରିନୁଆଲ ଏନର୍ଜିରେ ବ୍ରୋଞ୍ଚ ମେଡାଲ ଓ ଗେଡେଲା ଅଖିଲ ୱାଟର ଟେକନୋଲୋଜିରେ ମିଡିଲିଆନ ଅଫ ଏକ୍ସସେଲେନସି ପୁରସ୍କାର ମିଳିଥିଲା। ପ୍ୟାରିସରେ ଆୟୋଜିତ ଏହି ପ୍ରତିଯୋଗିତାରେ 80 ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ ।

H9. ଲେବାନନ୍ ଉପରେ କ୍ଷେପଣାସ୍ତ୍ର ମାଡ଼, ୪୯୨ ଛୁଇଁଲା ମୃତ୍ୟୁ ସଂଖ୍ୟା
ଲେବାନନ୍‌ରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଆଡ୍‌ଡା ଉପରେ ଇସ୍ରାଏଲ୍‌ ନିଜର ଆକ୍ରମଣକୁ ଗତକାଲି ଜୋରଦାର କରିଛି। ସୋମବାର, ଦକ୍ଷିଣ ଲେବାନନ୍‌ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍‌ ଯୁଦ୍ଧବିମାନ ଆକ୍ରମଣ କରିଛି।  ଏଥିରେ ଅତିକମ୍‌ରେ ୪୯୨ ଜଣଙ୍କର ମୃତ୍ୟୁ ଘଟିସାରିଲଣି।ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ  ମହିଳା ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ‌ହେବା ଦିନଠାରୁ ଲେବାନନରେ ଅବସ୍ଥିତ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ସବୁଠୁ ଭୟଙ୍କର ଆକ୍ରମଣ।

H10. କୋଣାର୍କରେ ଜିପିଆର ସର୍ଭେ 
ଦ୍ଵିତୀୟ ଦିନରେ କୋଣାର୍କରେ ଚାଲିଛି ଜିପିଆର ସର୍ଭୋ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ଚତୃପାର୍ଶ୍ବ ଜିପିଆର ସର୍ଭେ କରାଯାଉଛି ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଚତୁପାର୍ଶ୍ବରେ ବହୁ ପୁରାତନ ଐତିହ୍ୟ ଓ କୀର୍ତିରାଜ ଥିବା ସୂଚନା ମିଳିଛି। ଏଏସଆଇ ସୁପରିଟେଣ୍ଡେଣ୍ଟ ଜିବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି । ଖୁବଶୀଘ୍ର ଖନନ କରାଯାଇ ଉଦ୍ଧାର ହେବ କୀର୍ତିରାଜ। ସେହି ସ୍ଥାନରେ ହେବ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପାଇଁ ହେବ ଉଦ୍ୟାନ।