Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Trending Photos
1.State Gives 3100 Per Quintal Rice to increase MSP: ନିର୍ବରଚନ ଇସ୍ତାହାରକୁ କାର୍ଯ୍ୟ କରିବାକୁ ଯାଇ ରାଜ୍ୟ ସରକାର ଧାନ କିଣାର ସହାୟତା ମୂଲ୍ୟକୁ ବୃଦ୍ଧି କରିଛନ୍ତି। ପୂର୍ବରୁ କ୍ୱିଣ୍ଟାଲ୍ ପିଛା ୨୩୦୦ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ କରାଯାଇଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ବରଗଡ଼ର ସୋହେଲାଠାରୁ ଅଧିକ ୮୦୦ ଟଙ୍କାର ପ୍ରତିଶୃତି ପୂରଣ କରିବାକୁ ଯାଇ ଖରିଫରେ ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କୁ ଏହି ପରିମାଣକୁ ଖର୍ଚ୍ଚ ସହାୟତା ଆକାରରେ ପ୍ରଦାନ କରିଥିଲେ। ଫଳରେ ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିର୍ମ କ୍ରୟମୂଲ୍ୟ ୩୧୦୦ ଟଙ୍କାରେ ପହଞ୍ଚିଛି।
2.Odisha to begin Millet procuring: ରାଜ୍ୟରେ ଆରମ୍ଭ ହେବ ମାଣ୍ଡିଆ କ୍ରୟ। ରାଜ୍ୟ ସରକାର ସର୍ବନିମ୍ନ ମୂଲ୍ୟ ପ୍ରଦାନ କରି ଏସ୍ଏଚ୍ଜିଙ୍କ ମାଧ୍ୟମରେ ମାଣ୍ଡିଆ ଓ ଅନ୍ୟ ମୋଟା ଶସ୍ୟ କ୍ରୟ କରିବ। ଜାନୁୟାରୀ ପହିଲାରୁ କ୍ରୟ ଆରମ୍ଭ ହୋଇ ମାର୍ଚ୍ଚ୩୧ ଯାଏ ଚାଲିବ। ଏହି ସମୟରେ ମାଣ୍ଡିଆ ଜାତୀୟ ଶସ୍ୟ ବିକ୍ରି କରିବା ଲାଗି ପ୍ରସ୍ତୁତ ଚାଷୀଙ୍କୁ ୩୧ ଡିସେମ୍ବର ସୁଦ୍ଧ ପଞ୍ଜିକରଣ କରିବାକୁ ସରକାର ଆହ୍ୱାନ କରିଛନ୍ତି।
3.CBI Arrests B&R Engineer taking Bribe: ଲାଞ୍ଚ ନେବା ଅଭିଯୋଗରେ ସିବିଆଇ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀର ମହାପ୍ରବନ୍ଧକ ଏବଂ ତିନିଜଣ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଣ ନେଣ ସମୟରେ ସିବିଆଇ ଏହି ୪ ଜଣଙ୍କୁ ଗିରଫ କରିଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ କର୍ମଚାରୀ ସମ୍ପୃକ୍ତ କମ୍ପାନୀର ମଧ୍ୟ ରହିଛନ୍ତି। ସିବିଆଇ ପକ୍ଷରୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ୮ଟି ସ୍ଥାନରେ ଚଢ଼ଉ ଚାଲିଛି।
4.Ratnabhandar Repairing work to Begin: ୧୬ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ଏହାକୁ ସୁରୁଖୁରୁରେ ପରିଚାଳନା କରିବା ତଥା ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୀଘ୍ର ପରିଚାଳନା ଲାଗି ଶ୍ରୀମନ୍ଦିର ପ୍ରଶାସନ କମିଟି ଛତିଶା ନିଯୁକ ବୈଠକ ଡକାଇଛନ୍ତି। ଏହି ଅବସରରେ ଏଏସ୍ଆଇ କର୍ତୃପକ୍ଷ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ କେତେବେଳେ ମରାମତି କାର୍ଯ୍ୟ ଆରମ୍ଭ ହେବ ଏବଂ କେତେ ସମୟ ଚାଲିବ ତାହା ନିର୍ଦ୍ଧାରଣ କରାଯିବ। ମରାମତି ଚାଲିବା ସମୟର ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।
5.Kutte on Central Deputation: ବିବାଦୀୟ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ କେନ୍ଦ୍ର ସରକାରଙ୍କ ଡେପ୍ୟୁଟେସନରେ ଯିବେ। ଏଥିଲାଗି କେନ୍ଦ୍ର ସରକାର ତାଙ୍କୁ ବିଏସ୍ଏଫ୍ ଆରକ୍ଷୀ ମହାନିରୀକ୍ଷକ ( ଆଇଜି) ପଦବୀରେ ବଦଳି ଆଦେଶ କରିଛନ୍ତି। ଶ୍ରୀ କୁଟ୍ଟେ ନିର୍ବାଚନ ସମୟରେ ତତ୍କାଳୀନ ସରକାର ଓ ସରକାରୀ ଦଳଙ୍କୁ ଅହେତୁକ ସହାୟତା ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିଥିଲା।
6.National Panchayat Award: କେନ୍ଦ୍ର ସରକାର ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ବର୍ଗରେ ଓଡ଼ିଶାକୁ ୭ଟି ବର୍ଗରେ ପୁରସ୍କୃତ କରାଯାଇଛି। ରାଜ୍ୟକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବିଭାଗରେ ଦୁଇଟି, ନାନାଜୀ ଦେଶମୁଖ ସର୍ବୋତ୍ତମ ସତତ ବିକାଶ ବିଭାଗରେ ୨ଟି ଏବଂ ବିଶେଷ ପଞ୍ଚାୟତ ବିଭାଗରେ ୩ଟି ପୁରସ୍କାର ମିଳିଛି।
7.Syria Crisis: ମଧ୍ୟପ୍ରାଚ୍ୟରେ ପୁଣିଥରେ କ୍ଷମତା ସଙ୍କଟ ଦେଖା ଦେଇଛି। ଗତ ୫ ଦଶନ୍ଧି ହେଲା ସିରିୟାରେ କ୍ଷମତା ଭୋଗ କରୁଥିବା ରାଷ୍ଟ୍ରପତି ବସର ଅଲ ଆସାଦଙ୍କ ପରିବାରକୁ ଗାଦିଚ୍ୟୁତ କରିଛନ୍ତି। ବିଗତ ଅନେକ ବର୍ଷ ହେଲା ସିରିଆରେ ଗୃହଯୁଦ୍ଧ ଚାଲିଥିଲା। ହେଲେ ଅସାଦଙ୍କ ପରିବାର ଏହାକୁ ଦମନ କରିବାରେ ସଫଳ ହୋଇଥିଲେ। ହେଲେ ନିକଟ ଅତୀତରେ ହେଜବୋଲ୍ଲା-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଏବଂ ଏହାକୁ ସିରିୟାକୁ ଦୁର୍ବଳ କରିଥିଲା। ଏହାଫଳରେ ଦୀର୍ଘଦିନର ବିପ୍ଲବ ପୁଣିଥରେ ପ୍ରସ୍ଫୁଟିତ ହୋଇ ସିରିଆର ଶାସକଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିଲା। ଏହାକୁ ବିପ୍ଲବୀଙ୍କ ବିଜୟ ଭାବେ ଗ୍ରହଣ କରାଯାଉଛି। ଉଭୟ ଆମେରିକା ଓ ଇସ୍ରାଏଲ୍ର ରାଷ୍ଟ୍ରମୁଖ୍ୟ ଅସାଦଙ୍କ ଗାଦିଚ୍ୟୁତକୁ ଏକ ଐତିହାସିକ ଘଟଣା ଭାବେ ଗ୍ରହଣ କରିଛନ୍ତି। ଆମେରିକା ସିରିୟାରେ ଏହାର ସମର୍ଥକଙ୍କୁ ସହାୟତା ପ୍ରଦାନ କରିବ ବୋଲି ସ୍ପଷ୍ଟ ଘୋଷଣା କରିଛି।
8.Russia Grants asylum to Assad: ଅପରପକ୍ଷେ ସିରିୟାର ରାଷ୍ଟ୍ରପତି ଅସାଦ ଦେଶଛାଡ଼ି ପଳାୟନ କରିଛନ୍ତି। ସେ କୁଆଡ଼େ ଯାଇଛନ୍ତି ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଋଷ ତାଙ୍କୁ ଓ ତାଙ୍କ ପରିବାରକୁ ଆଶୟ ଦେଇଥିବା ଜଣାପଡ଼ିଛି। ଅନେକ ଦିନ ହେଲା ସିରିୟାର ରାଷ୍ଟ୍ରପତି ଅସାଦ ଋଷର ସହାୟତା ଲାଭ କରି ଆସୁଥିଲେ ।
9.Tiger Death Down by 37%: ଦେଶରେ ବ୍ୟଘ୍ର ମୃତ୍ୟୁ ହାର କିମିଛି। ଗତବର୍ଷ ଅପେକ୍ଷା ଏହା ୩୭ ପ୍ରତିଶତ କମ୍ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥରାନ ପକ୍ଷରୁ କୁହାଯାଇଛି। ୨୦୨୩ ମସିହାରେ ୧୮୨ଟି ବାଘଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ୨୦୨୪ ମହାରେ ଏହା ୧୧୫କୁ ଖସି ଆସିଥିବା ଏନ୍ଟିସିଏ ରିପୋର୍ଟରେ ଉଲ୍ଲେଖ କରିଛି। ବିଗତ ୧୭ ବର୍ଷ ଭିତରେ ଏହା ପ୍ରଥମ ହ୍ରାସ ବୋଲି ରିପୋର୍ଟରେ କୁହାଯାଇଛି।
10.Birth right Citizenship to end in USA: ଯୁକ୍ତରାଷ୍ଟ୍ର ଆମେରିକାରେ ବନ୍ଦ ହେବ ଜନ୍ମଗତ ନାଗରିକ ଅଧିକାର। ଦେଶରେ ଅଜଣା ପିତାମାତାଙ୍କ ଦ୍ୱାରା ଜନ୍ମିତ ଛୁଆଙ୍କୁ ନାଗରିକତ୍ୱ ଦେବାକୁ ବାରଣ କରାଯିବ। ଏହା ପ୍ରଥମଦିନରେ ହିଁ ସରକାର କରିବାକୁ ଯାଉଛନ୍ତି ବୋଲି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହି ବ୍ୟବସ୍ଥାକୁ ସମ୍ବିଧାନର ୧୪ତମ ସଂଶୋଧନ ବେଳେ ସରକାର ଗ୍ରହଣ କରିଥିବା ସେ କହିଛନ୍ତି।