Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2180419

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

Navy rescues Pakistani crews on IRANIAN ship from piracy attack-:
୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କ ଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନ୍ ର  ଫିସିଂ ଫେସଲେ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା। ଜାହାଜରୁ ୨୩ଜଣ ପାକିସ୍ତାନୀ ମେମ୍ବରଙ୍କୁ ଉଦ୍ଧାର କରିଥିବା ବେଳେ ପୂରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। 

Fresh PIL against Kejriwal’s CM post-:ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧୀନରେ ଅଛନ୍ତି। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସର୍ବଶେଷ ଜନସ୍ୱାର୍ଥ ମାମଲା (ପିଆଇଏଲ) ହେତୁ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ପୁଣି ଥରେ ବିପଦରେ ରହିଛି। ହିନ୍ଦୁ ସେନା ଶୁକ୍ରବାର ଦିନ କେଜ୍ରିୱାଲଙ୍କ ବିରୋଧରେ ଏକ ପିଟିସନ ଦାଖଲ କରି ଦିଲ୍ଲୀ ସିଏମ ପଦରୁ ହଟାଇବାକୁ ଦାବି କରିଛନ୍ତି। ହିନ୍ଦୁ ସେନା ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବାକୁ କୋର୍ଟ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଆବେଦନରେ ଆହୁରି କୁହାଯାଇଛି ଯେ କେନ୍ଦ୍ର ସରକାର ଏଲଜି ନିୟମ ମାଧ୍ୟମରେ ଦିଲ୍ଲୀ ଚଳାଇବା ଉଚିତ।

⁠Mukhtar Ansari Postmortem ⁠ report confirms cardiac arrest-: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର୍ ଅନସାରୀଙ୍କ ଗୁରୁବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ଜେଲ ବ୍ୟାରେକରେ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାପରେ ଜେଲ୍ ପ୍ରଶାସନ ପୂର୍ବତନ ସାଂସଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିଲା। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜେଲ ରେ ଥିବା ସମୟରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରାଯାଇଛି। 

Unempolyment In India: ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଅନୁଯାୟୀ, ଭାରତରେ ଉଚ୍ଚଶିକ୍ଷିତ ଯୁବକମାନେ ବେରୋଜଗାର ହେବାର ସମ୍ଭାବନା ଅଧିକ। ଭାରତର ଶ୍ରମ ବଜାର ଉପରେ ଏକ ନୂତନ ଆଇଏଲ୍ଓ ରିପୋର୍ଟ ଅନୁଯାୟୀ,୨୦୨୨ ମସିହାରେ ସ୍ନାତକୋତ୍ତରମାନଙ୍କ ପାଇଁ ବେକାରୀ ହାର ୨୯.୧% ଥିଲା, ଯେଉଁମାନେ ପଢିପାରିବେ ନାହିଁ କିମ୍ବା ଲେଖି ପାରିବେ ନାହିଁ ସେମାନଙ୍କ ପାଇଁ ପ୍ରାୟ ନଅ ଗୁଣ ଅଧିକ । ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷା ପ୍ରାପ୍ତ ଯୁବକମାନଙ୍କ ପାଇଁ ବେକାରୀ ହାର ୧୮.୪% ଥିଲା, ଯାହା ଛଅ ଗୁଣ ଅଧିକ । ଭାରତରେ ବେରୋଜଗାରୀ ମୁଖ୍ୟତଃ ଯୁବକମାନଙ୍କ ମଧ୍ୟରେ ଏକ ସମସ୍ୟା ଥିଲା, ବିଶେଷକରି ମାଧ୍ୟମିକ ଶିକ୍ଷା କିମ୍ବା ତାଠାରୁ ଅଧିକ, ଏବଂ ସମୟ ସହିତ ବୃଦ୍ଧି ପାଇଛି। ଆଇଏଲ୍ଓ କହିଛି, "ଭାରତରେ ଯୁବ ବେରୋଜଗାର ହାର ବର୍ତ୍ତମାନ ବିଶ୍ୱ ସ୍ତରଠାରୁ ଅଧିକ । ଏହି ସମୟ ମଧ୍ୟରେ ଯୁବକମାନେ ଅପରିବର୍ତ୍ତିତ ରହିବେ। ଏହା ୫୪.୨% ରୁ ୬୫.୭% କୁ ବୃଦ୍ଧି ପାଇଛି।

⁠Maharally in Delhi Ramleela maidan tomorrow-: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ମହାରାଲି କରିବ ଇଣ୍ଡିଆ ମେଣ୍ଟ । ଆସନ୍ତା ମାର୍ଚ୍ଚ ୩୧ ଅର୍ଥାତ୍ ଆସନ୍ତାକାଲି ରାଜଧାନୀ ଦିଲ୍ଲୀର ରାମଲୀଲା ମୈଦାନରେ ଏହି ମେଗା ରାଲିର ଆୟୋଜନ ହେବ । ଏନେଇ (ଶୁକ୍ରବାର) ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ଏହି ରାଲି ରାଜନୈତିକ ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ହେବ ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ।

Rameswaram Cafe Blast NIA Released Images Of Accused-: ବେଙ୍ଗାଲୁରୁର ଲୋକପ୍ରିୟ ରାମେଶ୍ବରମ୍‌ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦୁଇ‌ ଫେରାର୍‌ ଅଭିଯୁ୍ତ ମୁସାଭିର ହୁସେନ୍‌ ସାଜିବ୍‌ ଓ ଅବଦୁଲ୍‌ ମାଥିନ୍‌ ଅହମ୍ମଦଙ୍କ ଫଟୋ ଜାରି କରିଛି। ଉଭୟଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୨୦ଲକ୍ଷ ଟଙ୍କା ଆର୍ଥିକ ‌ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଏନ୍‌ଆଇଏର ସୂଚନାନୁସାରେ, ରାମେଶ୍ବରମ୍‌ କାଫେ୍‌ରେ ମୁସାଭିର ବୋମା ରଖିଥିଲା ଓ ଅବଦୁଲ୍‌ ଏହି ବିସ୍ଫୋରଣର ଯୋଜନାରେ ସହାୟତା କରିଥିଲା। ପୂର୍ବରୁ, ୨୦୨୦ରେ ଉଭୟଙ୍କ ବିରୋଧରେ ଏକ ଆତଙ୍କବାଦୀ ମାମଲା ମଧ୍ୟ ରହିଛି।

High gold rate and its impact-: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର ।  ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ସୁନା ଦର ଭାରତରେ ୧୦ ଗ୍ରାମକୁ ୭୦ ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଗତକାଲି ଅପେକ୍ଷା ଆଜି ମଧ୍ୟ ସୁନା ଦର ବୃଦ୍ଧି ପାଇଛି। ଗତକାଲି(ଶୁକ୍ରବାର) ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍‌ ୬୩,୦୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୭୩୦ ଟଙ୍କା ରହିଥିଲା। ସେହିପରି ଆଜି  ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୦୧୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୮,୭୪୦ ରହିଛି।

⁠Odisha political parties continue with resign and joining-: 
ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି । ଏହାରି ଭିତରେ ବହୁ ନେତାଙ୍କ ଦଳ ବଦଳ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଲାଣି । କିଛି ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ମୟୂରଭଞ୍ଜର ଚର୍ଚ୍ଚିତ ସାନ୍ତାଳି ଲେଖିକା ଦମୟନ୍ତୀ ବେଶ୍ରା ଓ ସିନେ କଳାକାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପି ର ହାତ ଧରିଥିଲେ। ସେହିପରି ବିଜେପିର ଅନେକ ନେତା ଦଳବଦଳ କରୁଛନ୍ତି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ତାଲିକାରେ ପଛରେ ପଡ଼ିନାହିଁ।  ବିଜେଡି ଓ କଂଗ୍ରେସର ବହୁ ନେତା ଯୋଗାଯୋଗରେ ଥିବା ବିଜେପି ନେତା ଖୁଲମଖୁଲା କହୁଛନ୍ତି ମଧ୍ୟ । ଯାହାକୁ ନେଇ ରାଜ୍ୟରେ ରାଜନୈତିକ ବୟାନ ବାଜି ମଧ୍ୟ ବେଶ୍ ହେବାରେ ଲାଗିଛି ।

Odisha Weather Today: ଖରାରେ ସିଝୁଛି ସାରା ରାଜ୍ୟ। ଶୁକ୍ରବାର ରାଜ୍ୟର ୨୫ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ଏହାସହ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।  ଭବାନୀପାଟଣା , ନୟାଗଡ, ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ପାରଦ ୪୦ ଡିଗ୍ରୀ ରେକର୍ଡ଼ ହୋଇଛି। ଆହୁରି ୫ ଦିନ ରାଜ୍ୟରେ ଏଭଳି ଅସହ୍ୟ ତାତି ଅନୁଭୂତ ହେବ । ଦିନ ଓ ରାତି ଉଭୟ ତାପମାତ୍ରା ବଢିବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି। କିଛି ସ୍ଥାନରେ ବର୍ଷା ପ୍ରଭାବରେ ଆକାଶ ନିର୍ମଳ ସହ ରାଜ୍ୟରେ ପାଗ ଶୁଖିଲା ରହିଛି। ଫଳରେ ଗରମ ଏବଂ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି।  ବର୍ତ୍ତମାନ ଆଭ୍ୟନ୍ତରିଣ ଓଡି଼ଶାରେ ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ଉପକୂଳ ଓଡି଼ଶାରେ ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ଥିଲା। 

⁠CHSE to host online course materials-: ଗତ ବର୍ଷ ପ୍ଲସ୍-୨ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଲାଇନ୍ ପ୍ରଶ୍ନ ବ୍ୟାଙ୍କ ଯୋଗାଇବା ପରେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମିଶ୍ରିତ ଶିକ୍ଷାର ପ୍ରୋତ୍ସାହନ ପାଇଁ ଉଭୟ ଶ୍ରେଣୀ ଏକାଦଶ ଏବଂ ଦ୍ୱାଦଶ ଛାତ୍ରମାନଙ୍କ ପାଇଁ ସିଲାବସ୍ ର ଇ-ବିଷୟବସ୍ତୁ ସୃଷ୍ଟି କରିବାକୁ ଯୋଜନା କରିଛି । ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଏହି ପଦକ୍ଷେପ, ଫେବୃଆରୀରେ ସିଲାବସରେ ସହଜ ପ୍ରବେଶ ଅନୁମତି ବ୍ୟତୀତ ଫେବୃଆରୀରେ ଗ୍ରହଣ କରାଯାଇସାରିଛି, କେବଳ ଶ୍ରେଣୀଗୃହର ଶିକ୍ଷାଦାନକୁ କେବଳ ଚକ୍ ଏବଂ କଥାବାର୍ତ୍ତା ମଧ୍ୟରେ ସୀମିତ ନକରି ବୈଷୟିକ ପରିବର୍ତ୍ତନ ସହିତ ଅନୁକୂଳ କରିବ। ଏହା ଅନଲାଇନ୍ ପରୀକ୍ଷା ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମ-ମୂଲ୍ୟାଙ୍କନ ପାଇଁ ସୁଯୋଗ ପ୍ରଦାନ କରିବ । 

Also Read: 

Odisha news live updates: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ଆଉ ଏକ ପିଟିସନ...