Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2406132

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
1.Dharamshala Mla: ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ। ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ସେ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଅନ୍ୟପଟେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଜଣେ ଲୋକ ପ୍ରତିନିଧି। ଜନସାଧାରଣଙ୍କ କାମ କରିବା ତାଙ୍କର କର୍ତ୍ତବ୍ୟ। ତେଣୁ ସୁରକ୍ଷା ଦରକାର, ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ଏତେ ପାଗଳ ଓ ରକ୍ତମୁଖା ହୋଇଗଲେଣି ଯେ, ଗୁଳିଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାର୍ଯ୍ୟ କରିଥିଲେ। ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତଥାପି ସେମାନେ ଖୁଲମଖୁଲା ବୁଲୁଛନ୍ତି ବୋଲି କହିଛନ୍ତି। 
2.Delhi Artificial Rain: ଦିଲ୍ଲୀର ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ଶୀତକାଳୀନ ଆକ୍ସନ ପ୍ଲାନ ସମ୍ପର୍କରେ ଗୁରୁବାର ଦିନ (୨୯ ଅଗଷ୍ଟ) ସଚିବାଳୟରେ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କୃତ୍ରିମ ବର୍ଷା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଶୀତକାଳୀନ ଆକ୍ସନ ପ୍ଲାନ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟାହ୍ନ ୧୨ଟା ସମୟରେ ସମସ୍ତ ଅଧିକାରୀ ଏବଂ ପରିବେଶ ସମ୍ବନ୍ଧୀୟ ବିଶେଷଜ୍ଞଙ୍କ ବୈଠକ ଡାକିଥିଲେ। ଏହି ବୈଠକରେ ବିଶେଷଜ୍ଞଙ୍କ ସହ ପରାମର୍ଶ ଦିଆଯାଇଥିଲା ଯାହା ମାଧ୍ୟମରେ ପ୍ରଦୂଷଣ ସମସ୍ୟା ହ୍ରାସ ହୋଇପାରିବ।
3.Subhadra yojana:ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ରାଜ୍ୟସରକାରଙ୍କ ଯୋଜନା ‘ସୁଭଦ୍ରା’ ର ମାର୍ଗଦର୍ଶୀକା ଜାରି କରାଯାଇଛି। ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ ସେଥିପାଇଁ ଏହି ମାର୍ଗଦର୍ଶୀକା ପ୍ରସ୍ତୁତ କରାଯାଇଛି।  
4.Odisha News:ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ କାର୍ଯ୍ୟ ନିର୍ବାହୀ ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।
5.Crime News: ମଧ୍ୟପ୍ରଦେଶର ରତ୍ଲାମ ଜିଲ୍ଲାରେ ଡବଲ ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ନିଜର ଦୁଇ ପିଲାଙ୍କୁ କୁରାଢ଼ିରେ ବେକକୁ ଚୋଟ ମାରି ହତ୍ୟା କରିଛନ୍ତି। ୩ ବର୍ଷର ପୁଅ ଏବଂ ୫ ବର୍ଷର ଝିଅର ମୁଣ୍ଡ କାଟି ହତ୍ୟା କରିବା ବେଳେ ମାଆ କିଛି ଚିନ୍ତା କରିନଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଉକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ରତ୍ଲାମ ଜିଲ୍ଲା ମୁଖ୍ୟାଳୟଠାରୁ ୧୪୦ କିଲୋମିଟର ଦୂରରେ ଥିବା ଦେଓରୀ ୱାର୍ଡରୁ ଜଣାପଡିଛି। ଗୁରୁବାର ଦିନ କ୍ରୋଧିତ ମହିଳା ଉଭୟ ପିଲାଙ୍କୁ ହତ୍ୟା କରିଥିଲେ। ସୂଚନା ପାଇବା ପରେ ପୋଲିସ ପହଞ୍ଚିବା ପରେ ମହିଳା ଜଣକ ମୃତ ଦେହର କିଛି ଦୂରରେ ବସିଥିବାର ଦେଖିବାକୁ ମିଳିଥିଲା। 
6.India Richest List: ବନ୍ଦର, ବିମାନବନ୍ଦରଠାରୁ ଆରମ୍ଭ କରି ସିମେଣ୍ଟ, ଗ୍ରୀନ ଏନର୍ଜି କ୍ଷେତ୍ରରେ କାମ କରୁଥିବା କୋଟିପତି ଶିଳ୍ପପତି ଗୌତମ ଆଦାନୀ ଏବେ ଏସିଆ ଓ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି, ଯିଏ କି ଦୀର୍ଘ ଦିନ ଧରି ଏକ ନମ୍ବର ସ୍ଥାନରେ ଥିଲେ। ଗୌତମ ଆଦାନୀଙ୍କ ସହ ଏହି ଚମତ୍କାର ସେତେବେଳେ ଘଟିଛି ଯେତେବେଳେ ସେ ୨୦୨୩ ପ୍ରାରମ୍ଭରେ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟର ସମ୍ମୁଖୀନ ହୋଇଥିଲେ ଏବଂ ଏଥିରୁ ଦୃଢ ହେବା ପାଇଁ ତାଙ୍କୁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା । ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ଅନୁଯାୟୀ ୩୧ ଜୁଲାଇ ୨୦୨୪ ସୁଦ୍ଧା ତଥ୍ୟ ଅନୁଯାୟୀ ଗୌତମ ଆଦାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କ ସମ୍ପତ୍ତି ୧୧.୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।
7.Reliance AGM 2024: ରିଲାଏନ୍ସ ଏଜିଏମ୍ ୨୦୨୪ ରେ ମୁକେଶ ଅମ୍ବାନୀ କହିଛନ୍ତି, 'ଜିଓ ବ୍ୟବହାରକାରୀମାନେ ୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପାଇବେ, ଯାହା ଦ୍ୱାରା ସେମାନେ ସେମାନଙ୍କର ସମସ୍ତ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ବିଷୟ ବସ୍ତୁକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିପାରିବେ। ଯେଉଁମାନେ ଅଧିକ ଷ୍ଟୋରେଜ୍ ଚାହୁଁଛନ୍ତି ସେମାନଙ୍କୁ ଏହି ଅଫର ଖୁବ୍ ଶସ୍ତା ମୂଲ୍ୟରେ ମିଳିବ। ଆମେ ଚଳିତ ବର୍ଷ ଦିପାବଳୀରୁ ଜିଓ ଏଆଇ-କ୍ଲାଉଡ୍ ଅଫର ଲଞ୍ଚ କରିବାକୁ ଯୋଜନା କରୁଛୁ, ଯାହା ଏକ ସୁଲଭ ସମାଧାନ ଆଣିବ, ଯେଉଁଠାରେ କ୍ଲାଉଡ୍ ଡାଟା ଷ୍ଟୋରେଜ୍ ଏବଂ ଡାଟା ଚାଳିତ AI ସେବା ସମସ୍ତଙ୍କ ପାଇଁ, ସର୍ବତ୍ର ଉପଲବ୍ଧ ହେବ।
8.Gujurat Flood:ଗତ ୪ ଦିନ ଧରି ବର୍ଷା ହେତୁ ଗୁଜୁରାଟରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୦ ରୁ ଅଧିକ ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ନଦୀ ସ୍ରୋତ ବୃଦ୍ଧି ପାଇବା କାରଣରୁ ବନ୍ଧ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଗତ ୪ ଦିନ ମଧ୍ୟରେ ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଏବଂ ରେଳ ଟ୍ରାକ୍ ପାଣିରେ ବୁଡି ରହିଛି। ୪୦ ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି ଏବଂ ୯୦୦ ରୁ ଅଧିକ ରାସ୍ତା ଅବରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ରିଲିଫ୍ ବଣ୍ଟନ ଆରମ୍ଭ କରାଇଛନ୍ତି। 
9.Kangana Ranaut meets BJP's president JP Nadda: ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବାସଭବନରେ ଦଳର ସଭାପତି ଜେପି ନଡାଙ୍କୁ ଭେଟିଥିଲେ। କୃଷକ ଆନ୍ଦୋଳନ ସମ୍ପର୍କରେ ବୟାନ ଦେବା ପରେ ଜଣେ ବଡ ବିଜେପି ନେତାଙ୍କ ସହ କଙ୍ଗନାଙ୍କର ଏହା ପ୍ରଥମ ସାକ୍ଷାତ ହୋଇଥିଲା। ଏହି ସପ୍ତାହ ପୂର୍ବରୁ ରଦ୍ଦ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଉପରେ କଙ୍ଗନା ବୟାନ ଦେଇଥିଲେ, ତାଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭବିଷ୍ୟତରେ ଏଭଳି ବାୟାନ ନକରିବାକୁ ଦଳ ତାଙ୍କୁ କଡା ନିର୍ଦ୍ଦେଶ ଦେଇଛି।
 
10.Sports day: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଭାରତୀୟ ହକି ପ୍ରତି ବଳିଷ୍ଠ ଅବଦାନକୁ ଦେଶବାସୀଙ୍କ ମନରେ ଅବିସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ ଓ ଅନ୍ୟଅତିଥି ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।କ୍ରୀଡା ସାମ୍ବାଦିକତା ପାଇଁ ସମ୍ମାନିତ ହୋଇଥିବା କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ୨ ଲକ୍ଷ ଟଙ୍କା, ଟ୍ରଫି ଏବଂ ଫଳକ ପ୍ରଦାନ କରାଯାଇଥିଲା। ଭାରୋତ୍ତଳନ କ୍ଷେତ୍ରରେ କିର୍ତ୍ତିମାନ ସ୍ଥାପନ କରିଥିବା ୧୪ ବର୍ଷିୟା ଶ୍ରେଷ୍ଠ ଉଦିୟମାନ ପ୍ରତିଭା ପ୍ରୀତିସ୍ମିତା ଭୋଇଙ୍କୁ ୨ ଲକ୍ଷ ଟଙ୍କା ଏବଂ ଫଳକ ପ୍ରଦାନ କରାଯାଇଥିଲା।