Odisha News: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯୁବକ ଗିରଫ, କୋର୍ଟ ଚାଲାଣ
Advertisement
Article Detail0/zeeodisha/odisha2122599

Odisha News: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯୁବକ ଗିରଫ, କୋର୍ଟ ଚାଲାଣ

Odisha News: ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସନ୍ଦେହରେ ଅଟକ ରଖାଯାଇଥିବା ଯୁବକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ଗୁରାଣ୍ଡି ଥାନାରେ ନାବାଳିକା ଜଣକ ଲିଖିତ ଅଭିଯୋଗ ଦେଇଥିଲେ । 

Odisha News: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯୁବକ ଗିରଫ, କୋର୍ଟ ଚାଲାଣ

Odisha News: ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସନ୍ଦେହରେ ଅଟକ ରଖାଯାଇଥିବା ଯୁବକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ଗୁରାଣ୍ଡି ଥାନାରେ ନାବାଳିକା ଜଣକ ଲିଖିତ ଅଭିଯୋଗ ଦେଇଥିଲେ । ଯାହାକୁ ନେଇ ଗୁରାଣ୍ଡି ଥାନାରେ ୧୮/୨୪ରେ ଏକ ମାମଲା ରୁଜୁ ହୋଇଥିଲା । ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏସ୍ଆଇ ବଳରାମ ବେହେରା ତଦନ୍ତ କରିଥିଲେ । ଆଜି ଗିରଫ ପରେ ଯୁବକ ଜଣକୁ ଗୁରାଣ୍ଡି ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରି ମାଇନା କରାଯାଇଛି । ପରେ ପାରଳାଖେମୁଣ୍ଡି ସ୍ଥିତ କୋର୍ଟକୁ ଚାଲାଣ ହୋଇଛି ।

 ଅଭିଯୋଗ ଅନୁସାରେ ନାବାଳିକା ଜଣକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ମଣ୍ଡଳମ୍ ସିଦ୍ଧି ଗ୍ରାମରେ ନିଜ ପିତାମାତାଙ୍କ ସହ ରୁହନ୍ତି । ସେ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମର ଏକ ହୋଷ୍ଟେଲରେ ରହି ପାଠ ପଢୁଛନ୍ତି । ତାଙ୍କ ଅଜା/ଆଇଙ୍କ ଘର ଗୁରାଣ୍ଡି ଗ୍ରାମ ହୋଇଥିବାରୁ ଛୁଟି ସମୟରେ ସେ ଏଠାକୁ ଆସିଥାନ୍ତି । ଏପରି ଭାବେ ସେ ଗତବର୍ଷ ଦଶହରା ଛୁଟିରେ ଗ୍ରାମକୁ ଆସିଥିଲେ । ଏହି ସମୟରେ ମାଲା ନରେନ୍ଦ୍ର(୨୩) ନାମକ ଜଣେ ଯୁବକଙ୍କ ସହ ନାବାଳିକାଙ୍କ ସହିତ ପରିଚୟ ଏବଂ ସାକ୍ଷାତ ହୋଇଥିଲା । ପରେ ଯୁବକ ଜଣକ କୌଣସି ପ୍ରକାରେ ନାବାଳିକାଙ୍କୁ କୌଶଳ କରି ଶାରିରୀକ ସମ୍ପର୍କ ରଖିଥିଲେ।

ଦଶହରା ଛୁଟି ସରିଯିବାପରେ ନାବାଳିକା ଜଣକ ନିଜ ଗ୍ରାମ ତଥା ଆନ୍ଧ୍ରର ପୁରୁଣାପାଟଣା ହଷ୍ଟେଲକୁ ଚାଲିଯାଇଥିଲେ । କିଛି ଦିନ ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେଠାକାର ହୋଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ନେଇଥିଲେ । ଡାକ୍ତରି ଚିକିତ୍ସା ତଥା ସ୍ବାସ୍ଥ୍ୟ ପରୀକ୍ଷା ନିରିକ୍ଷା ବେଳେ ସେଠାକାର ଡାକ୍ତର ନାବାଳିକା ଜଣକ ଗର୍ଭବତୀ ହୋଇଥିବାର ଜାଣିବାକୁ ପାଇ ଘଟଣା ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଘଟଣାକୁ ନେଇ ପ୍ରଥମେ ଆନ୍ଧ୍ରର ପୁରୁଣାପାଟଣା ଥାନାରେ ଅଭିଯୋଗ ହୋଇଥିଲା । ପୁରୁଣାପାଟଣା ପୋଲିସ ଏହି ମାମଲାକୁ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାକୁ ହସ୍ତାନ୍ତର କରିଥିଲେ ।

ରବିବାର ଦିନ ଘଟଣାକୁ ନେଇ ଗୁରାଣ୍ଡି ଥାନା ପୋଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ନାବାଳିକାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଡାକ୍ତରୀ ମାଇନା କରିଥିଲେ । ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିଲା । ସମସ୍ତ ପ୍ରକ୍ରିୟା ସରିବା ପରେ ନାବାଳିକା ଜଣଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତ କରାଯାଇଛି । ସିଡବ୍ଲ୍ୟୁସି ଗର୍ଭବତୀ ନାବାଳିକାଙ୍କୁ ଥଇଥାନ କରିବା ପାଇଁ ପ୍ରୋୟଜନ କରୁଥିବା ବେଳେ ଚିଲ୍ଡ୍ରେନ ହୋମ୍ ରେ ରଖିଥିବାର ସୂଚନା ମିଳିଛି । ଏହି ମାମଲାର ତଦନ୍ତ ଗୁରାଣ୍ଡି ଥାନା ଏସ୍ଆଇ ବଳରାମ ବେହେରା କରୁଥିବାର ଜଣାପଡିଛି ।