Bhubaneswar ରେ ଘନ କୁହୁଡ଼ି: ଦୁଇ ବିମାନ କରିପାରିଲେନି ଅବତରଣ
Advertisement
Article Detail0/zeeodisha/odisha2054255

Bhubaneswar ରେ ଘନ କୁହୁଡ଼ି: ଦୁଇ ବିମାନ କରିପାରିଲେନି ଅବତରଣ

Bhubaneswar: ଆଜି ସକାଳେ ଘନ କୁହୁଡ଼ି ଯୋଗୁଁ ବିମାନ ବନ୍ଦରର ରନ-ଓ୍ୱେ ଦୃଶ୍ୟମାନ ହେଉନଥିଲା। ଏଠାରେ ଦୃଶ୍ୟମାନ ୧୫୦ ମିଟର ରହିଥିବାରୁ ବାଧ୍ୟ ହୋଇ ବିମାନ ଦୁଇଟିକୁ ଅନ୍ୟ ବିମାନ ବନ୍ଦର ଆଡ଼କୁ ପଠାଯାଇଥିଲ। ସକାଳ ୮ଟାରେ ବିମାନବନ୍ଦର ଅବସ୍ଥା ସ୍ୱାଭାବିକ ହେବା ପରେ ବିମାନ ଚଳାଚଳ ବି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି।

 

Bhubaneswar ରେ ଘନ କୁହୁଡ଼ି: ଦୁଇ ବିମାନ କରିପାରିଲେନି ଅବତରଣ

ଭୁବନେଶ୍ୱର: ଘନ କୁହୁଡ଼ି ଯୋଗୁ ଭୁବନେଶ୍ୱରକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ନିର୍ଦ୍ଧାରିତ ସମୟରେ ଦୁଇ ବିମାନ ଅବତରଣ ନକରିପାରି ଅନ୍ୟ ବିମାନବନ୍ଦରକୁ ଚାଲିଯାଇଥିବା ସୂଚନା ମିଳିଛି। ଏଥିରେ ଏକ ଆନ୍ତର୍ଜାତିକ ବିମାନ ରହିଛି। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ବିମାନ  ଭିତରୁ ଭୋଟିଏ ସିଙ୍ଗାପୁରରୁ ଭୁବନେଶ୍ୱର ଆସୁଥିଲା ଏବଂ ଅନ୍ୟଟି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରିଥିଲା। 

୬୩ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସିଙ୍ଗାପୁର- ଭୁବନେଶ୍ୱର ବିମାନକୁ ସମ୍‍ସାବାଦ୍‍ ବିମାନବନ୍ଦରରରେ ଅବତରଣ କରାଯାଇଛି। ଏଠାରେ ପରବର୍ତ୍ତୀ ସୂଚନା ପାଇଁ ଅପେକ୍ଷା କରିଛି। ସେହିପରି ଦିଲ୍ଲୀ-ଭୁବନେଶ୍ୱର ବିମାନ କୋଲକାତାଠାରେ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା। ଆଜି ସକାଳେ ଘନ କୁହୁଡ଼ି ଯୋଗୁଁ ବିମାନ ବନ୍ଦରର ରନ-ଓ୍ୱେ ଦୃଶ୍ୟମାନ ହେଉନଥିଲା। ଏଠାରେ ଦୃଶ୍ୟମାନ ୧୫୦ ମିଟର ରହିଥିବାରୁ ବାଧ୍ୟ ହୋଇ ବିମାନ ଦୁଇଟିକୁ ଅନ୍ୟ ବିମାନ ବନ୍ଦର ଆଡ଼କୁ ପଠାଯାଇଥିଲ। ସକାଳ ୮ଟାରେ ବିମାନବନ୍ଦର ଅବସ୍ଥା ସ୍ୱାଭାବିକ ହେବା ପରେ ବିମାନ ଚଳାଚଳ ବି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି।

Also Read: Lord Ram Dream: ସ୍ୱପ୍ନରେ ଦେଖୁଛନ୍ତି କି ପ୍ରଭୁ ଶ୍ରୀରାମଙ୍କୁ? ଜାଣନ୍ତୁ ଏହାର ଅର୍ଥ

Also Read:  ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପ ନେଇ ହେବ ଆଲୋଚନା