Odisha News: ବାମପନ୍ଥୀ ଉଗ୍ରବାଦ ଭୟରେ ରାଜ୍ୟ ସରକାର, ୨ ବର୍ଷ ପାଇଁ ମାଗିଲେ ପାରାମିଲିଟାରୀ ସହାୟତା
Advertisement
Article Detail0/zeeodisha/odisha2463281

Odisha News: ବାମପନ୍ଥୀ ଉଗ୍ରବାଦ ଭୟରେ ରାଜ୍ୟ ସରକାର, ୨ ବର୍ଷ ପାଇଁ ମାଗିଲେ ପାରାମିଲିଟାରୀ ସହାୟତା

Odisha News:  ନୂଆଦିଲ୍ଲୀଠାରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ କ୍ଷେତ୍ରରେ ରାଜ୍ୟରେ ସବୁଠାରୁ ଅଧିକ ବିପଜ୍ଜନକ ହୋଇଛି ବୌଦ୍ଧ-କଳାହାଣ୍ଡି- କନ୍ଧମାଳ କରିଡର। ଏହି ଅଞ୍ଚଳକୁ ନକ୍ସଲମୁକ୍ତ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ କେନ୍ଦ୍ରୀତ କରିଛନ୍ତି ଏବଂ ଆଗକୁ ଏଠାରେ ଅଧିକରୁ ଅଧିକ ସୁରକ୍ଷାବଳ ମୁତ୍ତୟନ କରାଯିବ ବୋଲି କହିଛନ୍ତି ସେ ସୂଚନା ଦେଇଛନ୍ତି। 

Odisha News: ବାମପନ୍ଥୀ ଉଗ୍ରବାଦ ଭୟରେ ରାଜ୍ୟ ସରକାର, ୨ ବର୍ଷ ପାଇଁ ମାଗିଲେ ପାରାମିଲିଟାରୀ ସହାୟତା

ଭୁବନେଶ୍ୱର: ରାଜ୍ୟରେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୧୦ରେ ସୀମିତ ରହିଛି। କିନ୍ତୁ ଏବେ ଛତିଶଗଡ଼ରେ ଚାଲିଥିବା ବ୍ୟାପକ ନକ୍ସଲ ବିରୋଧୀ କାର୍ଯ୍ୟୃକ୍ରମ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି ବୋଲି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ବେୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା ପ୍ରକାଶ କରିଛନ୍ତି। ବିନା କେନ୍ଦ୍ର ସରକାରଙ୍କ ସହାୟତାରେ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ସୁଚାରୁ ରୂପେ ପରିଚାଳନା କରିବା କଷ୍ଟକର ବୋଲି ସେ ସ୍ୱୀକାର କରିଛନ୍ତି। 

ନୂଆଦିଲ୍ଲୀଠାରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ କ୍ଷେତ୍ରରେ ରାଜ୍ୟରେ ସବୁଠାରୁ ଅଧିକ ବିପଜ୍ଜନକ ହୋଇଛି ବୌଦ୍ଧ-କଳାହାଣ୍ଡି- କନ୍ଧମାଳ କରିଡର। ଏହି ଅଞ୍ଚଳକୁ ନକ୍ସଲମୁକ୍ତ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ କେନ୍ଦ୍ରୀତ କରିଛନ୍ତି ଏବଂ ଆଗକୁ ଏଠାରେ ଅଧିକରୁ ଅଧିକ ସୁରକ୍ଷାବଳ ମୁତ୍ତୟନ କରାଯିବ ବୋଲି କହିଛନ୍ତି ସେ ସୂଚନା ଦେଇଛନ୍ତି। 
ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ, ଅନୁନ୍ନତ ଜିଲ୍ଲାକୁ ମୁଖ୍ୟସ୍ରୋତକୁ ଆଣିବା ଲାଗି ନିଆଯାଉଥିବା ପଦକ୍ଷେପ, ଯୁବାବର୍ଗଙ୍କ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଦକ୍ଷତା ତାଲିମ ପ୍ରଭୃତି କାର୍ଯ୍ୟକ୍ରମ ଦ୍ୱାରା ନକ୍ସଲ କ୍ୟାଡରରେ ଯୋଗଦାନ ନିୟନ୍ତ୍ରିତ ହୋଇଛି। ତଥାପି ଓଡ଼ିଶା ଗଲା କିଛିଦିନ ହେଲା ଅନେକ ଆଶଙ୍କା ଭିତରେ ରହିଛି। ଛତିଶଗଡ଼ରେ ବ୍ୟାପକ କେନ୍ଦ୍ରୀୟ ବଳ ମୁତ୍ତୟନ ହେତୁ ରାଜ୍ୟ୍ୟକୁ ନକ୍ସଲଙ୍କ ଆଗମନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମାଝି।  ଏହାକୁ ମୁତ୍ତୟନ କରିବା ପାଇଁ ରାଜ୍ୟ ଷ୍ଟ୍ରାଇକିଂ ଫୋର୍ସ ସକ୍ଷମ ହେଲେ ବି ଏଠାରେ ମାନବ ବଳ କମ୍‍ ରହିଛି। ଏଣୁ  ଖାଲିପଡ଼ିଥିବା ପଦବୀ ସଂଖ୍ୟାକୁ ପୂରଣ କରିବା ଲାଗି ସରକାର ବ୍ୟବସ୍ଥା ନେଉଛନ୍ତି ।କିନ୍ତୁ ନିକଟରେ ସୃଷ୍ଟି ଆହ୍ୱାନ ଲାଗି କେନ୍ଦ୍ରୀୟ ବଳର ଆବଶ୍ୟକତା ଥିବାରୁ ରାଜ୍ୟରେ ଆସନ୍ତା ୨ ବର୍ଷ ଲାଗି ସିଏପିଏଫର ଅତିକମରେ ୧୨ ପ୍ଲାଟୁନ ବଳ ମୁତ୍ତୟନ ପାଇଁ ଦାବି କରିଛନ୍ତି ରାଜ୍ୟ ସରକାର। 

ଏହା ସହ ଆକାଶ ମାର୍ଗରୁ ନକ୍ସଲଙ୍କ ଗତିବିଧି ଅନୁଧ୍ୟାନ ତଥା ମୁକାବିଲା ଲାଗି ସ୍ୱତନ୍ତ୍ର ହେଲିକପ୍ଟର ସେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି   ନକ୍ସଲଙ୍କ ଗତିବିଧି, ଫରୱାର୍ଡ ପୋଷ୍ଟର ରକ୍ଷଣାବେକ୍ଷଣ ଏବଂ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଏଣୁ ରାଜ୍ୟକୁ ତୁରନ୍ତ ଉତ୍ସର୍ଗୀକୃତ ହେଲିକପ୍ଟର ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର। 
ପୁଣି ଟେକ୍ନୋଲୋଜି କ୍ଷେତ୍ରରେ ବି କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରୀୟ ଏଜେନ୍ସୀ ଗୁଡ଼ିକର ରିଅଲ ଟାଇମ୍ ବୈଷୟିକ ସହାୟତା, ସ୍ପେଶାଲ ଫୋର୍ସର ପରିଚାଳନା ଦକ୍ଷତା ଏବଂ ସାମଗ୍ରିକ ପରିଚାଳନାଗତ ଫଳପ୍ରଦତାକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଇଛି। 

ନକ୍ସଲ ପ୍ରଭାବିତ ଅଂଚଳରେ ଥିବା ୧୨୭ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ଲାଗି କେନ୍ଦ୍ରକୁ କରାଯାଇଥିବା ଅନୁରୋଧକୁ ତୁରନ୍ତ ବିଚାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକା।ର  ୬ ଜୁଲାଇ ୨୦୨୪ ରେ ଗୃହ ବିଭାଗ ପକ୍ଷରୁ ଏକ ଚିଠି ଯୋଗେ ଏହି ରାସ୍ତାଗୁଡ଼ିକର ଏକ ତାଲିକା ପ୍ରଦାନ କରାଯାଇଛି।   ଏହି ସଡ଼କଗୁଡ଼ିକର ବିକାଶ କରାଗଲେ ନକ୍ସଲ ମୁକାବିଲା ପାଇଁ ପୁଲିସବଳ ପହଞ୍ଚିବା ସହଜ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। 

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଗାଁଗୁଡ଼ିକରେ ଜନକଲ୍ୟାଣକାରୀ ଯୋଜନା ଏବଂ ମୌଳିକ ସୁବିଧା ସୁନିଶ୍ଚିତ କରିବା, ସରକାର-ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ସୃଷ୍ଟି କରିବା ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ଦୃଶ୍ୟପଟ, ଅନେକ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି ।